ପଶ୍ଚିମବଙ୍ଗ ପାଇଁ ହାତ ଖୋଲିଲେ ପ୍ରଧାନମନ୍ତ୍ରୀ : କ୍ଷତିପୂରଣ ନିମନ୍ତେ ଅଗୁଆ ୧୦୦୦ କୋଟି, ମୃତକଙ୍କ ପରିବାରକୁ ୨ ଲକ୍ଷ

ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ  ପଶ୍ଚିମବଙ୍ଗରେ ପହଂଚି  ବାତ୍ୟା ଅମ୍ଫନ ବିପନ୍ନ ଅଞ୍ଚଳ ଆକାଶମାର୍ଗରୁ ସର୍ବେକ୍ଷଣ କରିଥିଲେ। ପରେ ବାତ୍ୟା ଯୋଗୁଁ ହୋଇଥିବା କ୍ଷତି ପାଇଁ  ୧୦୦୦ କୋଟି ଟଙ୍କାର ଆଗୁଆ ସହାୟତା ଘୋଷଣା କରିଛନ୍ତି।

ଏହାଛଡ଼ା ପ୍ରଧାମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ମୃତବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ୨ ଲକ୍ଷ ଟଙ୍କା ଓ ଆହତ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି। ଏହାପରେ କ୍ଷୟକ୍ଷତିର ସବିସ୍ତାର ସର୍ବେକ୍ଷଣ ନିମନ୍ତେ ଏକ କେନ୍ଦ୍ରୀ ଟିମ୍ ଆସିବେ।

ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ ପ୍ରଧାନମନ୍ତ୍ରୀ ବସିରହାଟରେ ଅବତରଣ କରିଥିଲେ। ବସିରହାଟ କଲେଜରେ ଆୟୋଜିତ ସମୀକ୍ଷା ବୈଠକରେ ପଶ୍ଚିମବଙ୍ଗବାସୀଙ୍କୁ ଉଦ୍‌ବୋଧନ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଏହି ସଙ୍କଟ ସମୟରେ କେନ୍ଦ୍ର ପଶ୍ଚିମବଙ୍ଗକୁ ସହାୟତା କରିବାକୁ ପ୍ରସ୍ତୁତ। ଉଭୟ ପଶ୍ଚିମବଙ୍ଗ ସରକାର ଓ କେନ୍ଦ୍ରସରକାର ବଙ୍ଗବାସୀଙ୍କ ସହ ଅଛନ୍ତି।

ଏହି ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ଯୋଗ ଦେଇଥିଲେ ରାଜ୍ୟପାଳ ଜଗଦୀପ ଧନଖର, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟ ସରକାରଙ୍କର ପଦସ୍ଥ ଅଧିକାରୀମାନେ।

Spread the love