ମୋଦି ସରକାରଙ୍କ ୮ ବର୍ଷର ସୁଶାସନକୁ ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ଭୁୟସୀ ପ୍ରଶଂସା

ଭୁବନେଶ୍ୱର : ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରକୁ ୮ବର୍ଷ ବିତିଯାଇଛି । ‘ଏକ୍ ଭାରତ, ଶେଷ୍ଠ ଭାରତ’ ଦୃଷ୍ଟିକୋଣର ଆକାଂକ୍ଷାକୁ ପ୍ରଭାବୀ ଏବଂ ସୁନିୟୋଜିତ ଭାବେ ସାକାର କରିବା ପାଇଁ ମୋଦି ସରକାର କାର୍ଯ୍ୟ କରୁଛନ୍ତି । ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ପ୍ରତି ଦେଶବାସୀଙ୍କ ଅତୁଟ ବିଶ୍ୱାସ ରହିଛି । ମୋଦୀଙ୍କ ନୀତି, ନିୟମ ଓ କାର୍ଯ୍ୟରେ ଜନତା ପୁନଃବିଶ୍ୱାସ ରଖିଛନ୍ତି । ମୋଦି ସରକାରଙ୍କ ଗତ ୮ ବର୍ଷର ସୁଶାସନକୁ ଗତ ୨୦ ଓ ୨୧ ତାରିଖ ଦିନ ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ଭୁୟସୀ ପ୍ରଶଂସା କରାଯାଇଛି ବୋଲି ରାଜ୍ୟ ମୁଖପାତ୍ର ଡ.ଯତୀନ ମହାନ୍ତି ସୁଚନା ଦେଇଛନ୍ତି ।
ଏହି ବୈଠକରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି ଯୋଗଦେଇଥିଲେ ।
୩୦ ବର୍ଷ ପରେ ଦେଶରେ ଗୋଟିଏ ପୂର୍ଣ୍ଣ ବହୁମତ ପ୍ରାପ୍ତ କରି ୨୦୧୪ ମସିହାରେ ଶାସନ କ୍ଷମତାକୁ ଆସିଥିବା ମୋଦି ସରକାରଙ୍କ ସମ୍ମୁଖରେ ବହୁ ବାଧାବିଘ୍ନ ରହିଥିଲା । ମାତ୍ର ୮ ବର୍ଷ ଶାସନରେ ମୋଦି ସରକାର ଦେଶବାସୀଙ୍କ ଆସ୍ଥାଭାଜନ ହେବା ସହିତ ବହୁ ଜନକଲ୍ୟାଣ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରିଛନ୍ତି । ମୋଦି ସରକାରଙ୍କ ପ୍ରଥମ ୫ ବର୍ଷ ଶାସନର ସଫଳତା କାରଣରୁ ଦେଶବାସୀ ପୂର୍ବାପେକ୍ଷା ଅଧିକ ସଂଖ୍ୟାରେ ଭୋଟ ଓ ଆସନ ଦେଇ ଗତ ୨୦୧୯ ସାଧାରଣ ନିର୍ବାଚନରେ ଜୟଯୁକ୍ତ କରାଇଥିଲେ । ଏକ ନିର୍ଣ୍ଣାୟକ, ସମାବେଶୀ ଏବଂ ସମ୍ବେଦନଶୀଳ ନେତୃତ୍ୱ ଦ୍ୱାରା ସାଧାରଣ ଲୋକଙ୍କ ଆକାଂକ୍ଷାକୁ ପୁରଣ କରାଯାଇ ପାରିବ ବୋଲି ମୋଦି ସରକାର ପ୍ରମାଣିତ କରିଥିବାରୁ ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ବୋଲି ଡ.ମହାନ୍ତି କହିଛନ୍ତି ।
୧୩୫ କୋଟି ଭାରତୀୟଙ୍କ ସାମର୍ଥ୍ୟ ଓ କୈାଶଳ ଦ୍ୱାରା ସଂଚାଳିତ ଏବଂ “ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ” ର ମନ୍ତ୍ରରେ ପରିଚାଳିତ ମୋଦି ସରକାର ଦେଶରେ ଗରୀବ ଦୁରୀକରଣ ଓ ଭାରତବର୍ଷର ସମୃଦ୍ଧି ପାଇଁ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ପଣ୍ଡିତ ଦୀନଦୟାଲଜୀଙ୍କ ଅନ୍ତଦ୍ୟୋୟ ମନ୍ତ୍ରକୁ ଆଦାର କରି ମୋଦି ସରକାର ସମାଜର ଅନ୍ତିମ ଧାଡିରେ ବାସ କରୁଥିବା ଲୋକଙ୍କ ପାଇଁ କାର୍ଯ୍ୟରତ । ଜନଧନ ଆକାଉଂଟ ଏବଂ ଡିବିଟି କାରଣରୁ ବହୁ ମାତ୍ରାରେ ଦୁର୍ନୀତି ହ୍ରାସ ପାଇଛି ଏବଂ ସାଧାରଣ ହିତାଧିକାରୀ ସିଧାସଳଖ ଲାଭାନ୍ୱିତ ହେଉଛନ୍ତି । ଏହା ବ୍ୟତୀତ ମହିଳା, ଯୁବକ, କୃଷକ, ଅନୁସୁଚିତ ଜାତି ଓ ଜନଜାତି, ଅଳ୍ପସଂଖ୍ୟକ ବର୍ଗଙ୍କ ପାଇଁ ମୋଦି ସରକାର ଅନେକ କଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରିଛନ୍ତି । ଆତ୍ମନିର୍ଭରଶୀଳ ହେବା ପାଇଁ ମେକ୍ ଇନ ଇଣ୍ଡିଆ, ଇଜ୍ ଅଫ ଡୁଇଙ୍ଗ, ଷ୍ଟାର୍ଟ ଅପ୍ କୁ ଗୁରୁତ୍ୱ ଦେଇଛନ୍ତି ମୋଦି ସରକାର । ସମସ୍ତଙ୍କୁ ପକ୍କା ବାସଗୃହ, ମାଗଣା ବିଜୁଳି, ଓ ପାନୀୟ ଜଳ ଯୋଗାଇ ଦେବା ପାଇଁ ମୋଦି ସରକାର ସଂକଳ୍ପବଦ୍ଧ । ସେହିପରି ମାତୃଶକ୍ତି ପାଇଁ ଉଜ୍ଜ୍ୱଳା, ବେଟି ପଢାଓ ବେଟି ବଚାଓ ଭଳି ଯୋଜନା; କୃଷକଙ୍କ ପାଇଁ ପିଏମ କିଶାନ, କିଶାନ କ୍ରେଡିଟ କାର୍ଡ, କୃଷି ସିଂଚାଇ ଭଳି ଅନେକ ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି । ମୋଦି ସରକାର ଅମଳରେ ଦୀର୍ଘ ୩୦ ବର୍ଷ ପରେ ଦେଶକୁ ଏକ ନୁତନ ଶିକ୍ଷାନୀତି ମିଳିଛି । ସ୍ୱଚ୍ଛଭାରତ ଅଭିଯାନ ବର୍ତମାନ ଏକ ଜନଆନ୍ଦୋଳନରେ ପରିଣତ ହୋଇସାରିଛି । ମହାମାରୀ କରୋନା ସଂକଟ ସମୟରେ ସମ୍ଭାବନାକୁ ସୁଯୋଗରେ ପରିଣତ କରି ବିଶ୍ୱବ୍ୟାପୀ ଭାରତବର୍ଷର ସୁନାମ ଆଣିବାରେ ସଫଳ ହୋଇଛି ମୋଦି ସରକାର । ଲୋକତନ୍ତ୍ରରେ ଜନତାଙ୍କ ଆଦେଶ ସର୍ବୋପରୀ ଏବଂ ଏହାକୁ ସମ୍ମାନ ଜଣାଇ ମୋଦି ସରକାର କାର୍ଯ୍ୟ କରୁଛନ୍ତି ବୋଲି ଡ.ମହାନ୍ତି କହିଛନ୍ତି ।

Spread the love