ଧର୍ମ ପରିବର୍ତ୍ତନ କରାଉଥିବା ଲୋକେ ଯିବେ ଜେଲ

ମୁସଲମାନ ମହିଳାଙ୍କୁ ସଶକ୍ତ କରୁଥିବା ଟ୍ରିପଲ ତଲାକ ବିଲ ପାସ କରିବା ଏବଂ ଜାମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ କରିବା ପରେ ମୋଦୀ ସରକାର ଧର୍ମାନ୍ତୀକରଣ ବିରୋଧ ବିଲ (Anti Conversion Bill) ଆଗତ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆଗାମୀ ଅଧିବେଶନରେ ଏହି ବିଲକୁ ସରକାର ସଂସଦରେ ଉପସ୍ଥାପନା କରିବା ନେଇ ଚିନ୍ତା କରୁଛନ୍ତି । ବିଜେପି ସହ ଜଡିତ ଥିବା ଅନେକ ବରିଷ୍ଠ ନେତା ଏବଂ ବ୍ୟକ୍ତିବିଶେଷ ମାନେ ପୂର୍ବରୁ ଏହି ପ୍ରସଙ୍ଗକୁ ଉଠାଇ ସାରିଛନ୍ତି । ଧର୍ମାନ୍ତୀକରଣ ଖବର ପୂର୍ବୋତ୍ତର, କେରଳ, ଏବଂ ଉତ୍ତର ପ୍ରଦେଶରୁ ଅଧିକାଂଶ ସମୟରେ ଆସିଥାଏ । ଯେଉଁଠାରେ ଡରାଇ, ଧୋକା ଦେଇ କିମ୍ୱା ଲାଞ୍ଚ ଦେଇ ଗରୀବ ଅଶିକ୍ଷିତ ଲୋକଙ୍କୁ ଧର୍ମ ପରିବର୍ତ୍ତନ କରିବା କଥା ସାମ୍ନାକୁ ଆସିଥାଏ । ମୋଦୀ ସରକାର ଆଗମୀ ଅଧିବେଶରେ ଧର୍ମାନ୍ତରଣ ଆଇନ ଆଣିପାରନ୍ତି । ପ୍ରଥମ ମୋଦୀ ସରକାରରେ ସଂସଦୀୟ ବ୍ୟପାର ମନ୍ତ୍ରୀ ଥିବା ଭେଙ୍କୟା ନାଇଡୁ ସବୁ ଦଳକୁ ଧର୍ମାନ୍ତୀକରଣ ରୋକିବା ଉପରେ ଆଇନ ଆଣିବା ପାଇଁ ଅପିଲ କରିଥିଲେ, କିନ୍ତୁ ଏହା ସେହି ସମୟରେ ହୋଇ ସମ୍ଭବ ହୋଇ ନଥିଲା । ଏବେ ମୋଦୀ ସରକାର 2.0 ପୁଣି ଥରେ ଏହି ବିଲକୁ ଆଗତ କରିବା ପାଇଁ ଚିନ୍ତା କରୁଛନ୍ତି । ବିଜେପି ନେତା ଏବଂ ସୁପ୍ରିମକୋର୍ଟର ବିରିଷ୍ଠ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ଧର୍ମାନ୍ତୀକରଣର ବିରୋଧରେ ଆଇନ ଆଣିବା ପାଇଁ ଦୀର୍ଘ ସମୟର ଧରି ଆଭିଯାନ ଜାରି ରଖିଛନ୍ତି । ଏଥିପାଇଁ ସେ ପିଏମ ମୋଦୀଙ୍କୁ ପତ୍ର ମଧ୍ୟ ଲେଖିଛନ୍ତି । ବିଜେପି ନେତା କହିଛନ୍ତି, ଦେଶର ଅନେକ ରାଜ୍ୟରେ ହୀନ୍ଦୁ ଅଳ୍ପସଂଖ୍ୟକ ହୋଇ ସାରିଛନ୍ତି । ଏହା ପରେ ମଧ୍ୟ ବଡ ଧରଣର ଧର୍ମ ପରିବର୍ତ୍ତନ ହେଉଛି ।

ଅଶ୍ୱିନୀ ଉପାଧ୍ୟାୟ କହିଛନ୍ତି ଯେଉଁ ପରି ଭାରେ ଧର୍ମ ପରିବର୍ତ୍ତନ କରାଯାଉଛି ତାକୁ ଯଦି ନ ରୋକାଯାଏ ତେବେ ଆଗାମୀ  10 ବର୍ଷରେ ସ୍ଥିତି ଅତ୍ୟାଧିକ ଭୟଙ୍କର ହେବ । ଭାରତ ବିରୋଧୀ ଶକ୍ତି ଗୁଡିକ ଧର୍ମ ପରିବର୍ତ୍ତନ ମଧ୍ୟମରେ ସାରା ହିନ୍ଦୁସ୍ତାନରେ ହିନ୍ଦୁ ମାନଙ୍କୁ ଅଳ୍ପସଂଖ୍ୟକ କରିବାକୁ ଯୋଜନା ରଚିଛନ୍ତି । ଉପାଧ୍ୟାୟ କହିଛନ୍ତି 90 ଦଶକ ପର୍ଯ୍ୟନ୍ତ ଧର୍ମାନ୍ତୀକରଣ କରୁଥିବା ସଂସ୍ଥା ଗୁଡିକ ଗାଁର ଗରିବ କୃଷକ, ଶ୍ରମିକ, ଦଳିତ, ପଛୁଆ ବର୍ଗର ଲୋକଙ୍କୁ ଟାର୍ଗେଟ କରୁଥିଲେ କିନ୍ତୁ ଆଜିକାଲି ଏହି ସଂସ୍ଥା ଗୁଡିକ ସହରରେ ମଧ୍ୟ ନିଜର ଜାଲ ବିଛେଇବାରେ ଲାଗିଛନ୍ତି । ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ଧର୍ମାନ୍ତରଣ ପାଇଁ ହିନ୍ଦୁ ଆଉ ନାହାନ୍ତି ଏଥିପାଇଁ ଏହି ସଂସ୍ଥା ଗୁଡିକ ଏବେ ଉତ୍ତର ପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶରେ ପରି ବଡ ରାଜ୍ୟର ଗରିବଙ୍କ ଧର୍ମ ପରିବର୍ତ୍ତନ କରୁଛନ୍ତି । ଗତ 10 ବର୍ଷରେ ଏହି ସଂସ୍ଥା ଗୁଡିକ ହରିୟାଣା ଏବଂ ପଞ୍ଜାବ ପରି ରାଜ୍ୟର କୃଷକ, ଗରିବ ଏବଂ ଦଳିତମାନଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି ।  ଉପାଧ୍ୟାୟ କହିଛନ୍ତି କିଛି ରାଜ୍ୟରେ ଧର୍ମାନ୍ତରଣ ବିରୋଧୀ ଏବଂ ଅନ୍ଧବିଶ୍ୱାସ ବିରୋଧୀ ଆଇନ କରାଯାଇଛି, କିନ୍ତୁ ଏହି ଆଇନ ଗୁଡିକ ଦୁର୍ବଳ । ଏହି କାରଣରୁ ଧର୍ମାନ୍ତୀକରଣ ଏବଂ ଅନ୍ଧବିଶ୍ୱାସର ଘଟଣା ଦିନକୁ ଦିନ ବଢୁଥିଲେ ସୁଦ୍ଧା କାହାରିକୁ ବର୍ତ୍ତମାନ ସୁଦ୍ଧା ଦଣ୍ଡ ମିଳିନାହିଁ । ଏହାକୁ ରୋକିବା ପାଇଁ ଏକ କଠୋର ଧର୍ମାନ୍ତରଣ ବିରୋଧ ଆଇନ ଏବଂ ପ୍ରଭାବଶାଳୀ ଅନ୍ଧବିଶ୍ୱାସ ଆଇନ ଆଣିବା ପାଇଁ ଗୃହ ମନ୍ତ୍ରାଳୟ ଏବଂ ଆଇନ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେବା ପାଇଁ ପିଏମ ମୋଦୀଙ୍କୁ ଅନୁରୋଧ କରିଛନ୍ତି ।     

Spread the love