ଟେଲିଫୋନରେ କଥା ହେଲେ ମୋଦୀ-ଟ୍ରମ୍ପ

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଟେଲିଫୋନରେ କଥାବାର୍ତ୍ତିା କରିଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଉଭୟ ନେତା ପ୍ରାୟ ୩୦ ମିନିଟ ଯାଏଁ କଥା ହୋଇଛନ୍ତି । ଆତଙ୍କବାଦୀ ଓ ସୀମା ସୁରକ୍ଷା ପ୍ରସଙ୍ଗରେ ଉଭୟ ନେତା ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନାମ ନ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, କିଛି ନେତାଙ୍କ ବୟାନ ଶାନ୍ତି ପାଇଁ ବିପଦ । ସୀମାରେ ଆତଙ୍କବାଦୀ ନିୟନ୍ତ୍ରଣରେ ରହିବା ଦରକାର । କୁହାଯାଉଛି ଯେ, ଏହି ଆଲୋଚନା ଉଭୟ ଦେଶର ଦ୍ୱିପାକ୍ଷୀକ ସଂପର୍କ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଧାରିତ ଥିଲା ।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଭାରତ ସହିତ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶୁକ୍ରବାର ଟ୍ରମ୍ପଙ୍କ ସହିତ ଆଲୋଚନା କରିବା ସମୟରେ ଆମେରିକା ରାଷ୍ଟ୍ରପତି କହିଥିଲେ ଯେ, ଯଦି ପାକିସ୍ତାନ ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଭାରତ ସହିତ ଉତ୍ତେଜନା କମ କରିବା ଚାହୁଁଛି, ତା’ହେଲେ ଆଲୋଚନା କରିବାକୁ ପଡ଼ିବ । ଜମ୍ମୁ କଶ୍ମୀରରେ ଧାରା ୩୭୦ରେ ପରିବର୍ତ୍ତନକୁ ପାକିସ୍ତାନ ସମର୍ଥନରେ ଅନ୍ତର୍ଜାତୀୟ ସୁରକ୍ଷା ପରିଷଦର ବୈଠକରେ ଚୀନ ପ୍ରସଙ୍ଗ ଉଠାଇଥିଲା । ମାତ୍ର ଚୀନ ଓ ପାକିସ୍ତାନୁ ୟୁଏନଏସସିର ସଦସ୍ୟମାନେ ସମଥର୍ଥନ ଜଣାଇ ନାହାନ୍ତି । ରୁଷିଆ ସମେତ ଅନ୍ୟ ଦେଶଗୁଡ଼ିକ ମଧ୍ୟ ସମର୍ଥନ ଜଣାଇଛନ୍ତି ।

Spread the love