ହଷ୍ଟନ ସହରରେ ପହଁଞ୍ଚିବା ପରେ ବିମାନବନ୍ଦରରେ ମୋଦୀ କଲେ ଏମିତି କାମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ଟେକ୍ସାସ ପ୍ରଦେଶର ହଷ୍ଟନ ସହରରେ ପହଞ୍ଚିଛନ୍ତି। ମୋଦି ବିମାନବନ୍ଦରରେ ଓହ୍ଲାଇବା ପରେ ଏମିତି କିଛି କାମ କରିଥିଲେ, ଯାହାକୁ ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହଷ୍ଟନ ସହରରେ ପହଁଞ୍ଚିବା ପରେ ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ସମଗ୍ର ସହର ଉତ୍ସବମୁଖର ହୋଇ ଉଠିଥିଲା। ଜଣେ ଆମେରିକୀୟ ମହିଳା ଅଧିକାରୀ ପ୍ରଧାନମନ୍ତ୍ରୀଙ୍କୁ ବିମାନବନ୍ଦର ନିକଟରେ ଏକ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ। ଏହି ସମୟରେ ଫୁଲତୋଡାର ଏକ ଛୋଟ ଖଣ୍ଡ ତଳେ ପଡ଼ି ଯାଇଥିଲା। ମୋଦୀ ଆଗକୁ ବଢ଼ିବା ପରେ ଫୁଲତୋଡାର ଏକ ଅଂଶ ତଳେ ପଡ଼ିଛି ବୋଲି ଜାଣିବାକୁ ପାଇଥିଲେ। ସେ ପ୍ରୋଟୋକଲ୍‌ କିମ୍ବା ନିଜ ପଦ କଥା ଚିନ୍ତା ନକରି ସଙ୍ଗେସଙ୍ଗେ ତଳକୁ ନଇଁ ପଡ଼ି ଚଟାଣରୁ ଫୁଲତୋଡାରୁ ଖସି ପଡ଼ିଥିବା ପତ୍ରକୁ ଉଠାଇ ତାଙ୍କ ପାଖରେ ଛିଡା ହୋଇଥିବା ସହଯୋଗୀଙ୍କ ହାତକୁ ବଢ଼ାଇ ଦେଇଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଥିବା ଅଧିକାରୀ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ।

ମୋଦୀ ଫୁଲତୋଡାର ଏହି ଛୋଟ ଖଣ୍ଡକୁ ଉଠାଇ ଏକ ବର୍ତ୍ତା ଦେଇଥିଲେ କି ସ୍ୱଚ୍ଛତାର ସଂକଳ୍ପକୁ ନେଇ ସେ କେତେ ଗମ୍ଭୀର ଅଛନ୍ତି। ପ୍ରଧାନମନ୍ତ୍ରୀ ରବିବାର ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବେ। ଏଥିରେ ୫୦ ହଜାରରୁ ଅଧିକ ଭାରତୀୟ ଆମେରିକୀୟ ସାମିଲ ହେବେ। ଏଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ମଧ୍ୟ ଯୋଗଦେବେ।

Spread the love