ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଓଡ଼ିଶାର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶ ମାର୍ଗରୁ ପରିଦର୍ଶନ ଓ ସମୀକ୍ଷା ଲାଗି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।  ଭୁବନେଶ୍ବର ବିମାନବନ୍ଦରରେ ତାଙ୍କୁ ରାଜ୍ୟପାଳ ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଗତ କରିଥିଲେ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଢ଼ଙ୍ଗୀ ଉପସ୍ଥିତ ଥିଲେ। ଅନ୍ୟ ପକ୍ଷରେ ରାଜ୍ୟ ବିଜେପିର ଏକ ୧୩ଜଣିଆ ପ୍ରତିନିଧି ଦଳ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ଲାଗି ବିମାନ ବନ୍ଦରରେ ପହଞ୍ଚିଥିବା ଜଣାପଡ଼ିଛି।

ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଅପରାହ୍ନ  ୨ଟା ୫୫ରେ ହେଲିକପ୍ଟରରେ ପ୍ରଧାନମନ୍ତ୍ରୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ ପ୍ରମୁଖଙ୍କ ସହିତ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ  ପରିଦର୍ଶନ  କରିବେ। ଏହାପରେ ବିମାନ ବନ୍ଦରରେ ବାତ୍ୟା କ୍ଷୟକ୍ଷତି ସଂପର୍କରେ ଅପରାହ୍ନ ୪ଟା ୫୫ରେ ଭୁବନେଶ୍ୱର ଫେରି ୫ଟାରୁ ୬ ପର୍ଯ୍ୟନ୍ତ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ଧ୍ୟା ୬ଟା୧୫ରେ ଦିଲ୍ଲୀ ଫେରିଯିବେ ବୋଲି ଜଣାଯାଇଛି।

Spread the love