ବାରିପଦାରେ ମୋଦି, ଫୋକଶରେ ଉତ୍ତର ଓଡିଶା

ବାରିପଦାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ।  ବାରିପଦା ଛଉପଡିଆରେ ଏକ ବିଶାଳ ଜନସଭାକୁ ସମ୍ବୋଦ୍ଧିତ କରିବେ ।  ବାରିପଦାରେ ଆଜି 45ଶହ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଦଘାଟନ କରିବେ ପ୍ରଧାନମନ୍ତ୍ରୀ ।  ନୂଆ ସଡକପଥ, ରେଳପଥ, ଏଲପିଜି ପାଇପ୍ ଲାଇନ୍, ନୂଆ ପାସେଞ୍ଜର ଟ୍ରେନ ଏବଂ ଏକ ଲଜିଷ୍ଟିକ୍ସ ପାର୍କ । ତିନିଟି ରାଜପଥ ପ୍ରକଳ୍ପର ଭୂମି ପୂଜା ହେବ । ରେମୁଲି-କୋଇଡା, କୋଇଡା- ରାଜାମୁଣ୍ଡା ଓ ସିଙ୍ଗରା- ବିଂଜବାହାଳ 4ଲେନ୍ ବିଶିଷ୍ଟ ରାଜପଥର ଶିଳାନ୍ୟାସ କରିବେ ମୋଦି । 

ଏହି ରାଜପଥ ପାଇଁ 3318 କୋଟି ଟଙ୍କାର ପୁଞ୍ଜି ନିବେଶ ହେବ  । ସେହିପରି ବାଲେଶ୍ୱର- ହଳଦିଆ-ଦୁର୍ଗାପୁର ଏଲପିଜି ପାଇପ୍ ଲାଇନର୍ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହି ପ୍ରକଳ୍ପ ପାଇଁ 1080 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି 2ଟି ରେଳ ଲାଇନ ମଧ୍ୟ ଲୋକାର୍ପିତ କରିବେ ମୋଦି ।

ବାଲେଶ୍ୱରଠାରେ ନିର୍ମିତ ମଲ୍ଟି ମୋଡାଲ ଲଜିଷ୍ଟିକ୍ସ ପାର୍କର ମଧ୍ୟ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହାସହ ଭଦ୍ରକ, କଟକ, ଆସ୍କା, ଯାଜପୁର, ଢେଙ୍କାନାଳ ଓ କେନ୍ଦୁଝରଠାରେ ନୂଆ ପାସପୋର୍ଟ ସେବା କେନ୍ଦ୍ର ଖୋଲିବ । ବାରିପଦା ଗସ୍ତ ଅବସରରେ ମୋଦି ହରିପୁରଗଡ ଠାରେ ଥିବା ରସିକରାୟ ମନ୍ଦିର ଓ ଖନନ କରାଯାଇଥିବା ଢାଂଚାର ସଂରକ୍ଷଣ ଏବଂ ବିକାଶ ପ୍ରକଳ୍ପକୁ ଉଦଘାଟନ କରିବେ ।

Spread the love