ପହଞ୍ଚିଲେ ମୋଦି…

ଆଜି ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିଲେ ମୋଦି । ସୁନ୍ଦରଗଡ଼ରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେବେ । ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପହଞ୍ଚିଲେ ମୋଦି । ଝାରସୁଗୁଡ଼ାରୁ ସିଧା ସୁନ୍ଦରଗଡ ଓ ସୋନପୁର ଯିବେ ମୋଦି । ପ୍ରଧାନମନ୍ତ୍ରୀ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଆସି ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଅବତରଣ କରିଛନ୍ତି । ସୁନ୍ଦରଗଡ଼ ପରେ ସୋନପୁର ଯିବେ ମୋଦି ।

ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ମୋଦି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପାଇଁ ପ୍ରଚାର କରିବେ । ଏଥିସହିତ ସେ ଏହି ଲୋକସଭା ଆସନ ଅନ୍ତର୍ଗତ ୭ଟି ବିଧାନସଭାର ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରିବାକୁ ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ଦେବେ।

Spread the love