ଏଥର ନିର୍ବାଚନରେ ଓଡ଼ିଶା ଇତିହାସ ରଚିବ: ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ପ୍ରଧାନମନ୍ତ୍ରୀ ଓଡ଼ିଶାର ୩ ଜିଲ୍ଲା ଫୁଲବାଣୀ, ବଲାଙ୍ଗୀର ଏବଂ ବରଗଡ଼ରେ ନିର୍ବାଚନୀ ପ୍ରଚାର କରିଛନ୍ତି। ତେବେ ଫୁଲବାଣୀରେ ପ୍ରଧାନମନ୍ତ୍ରୀ ମୋଦୀ ନିଜ ଭାଷଣ ଆରମ୍ଭ କରିଛନ୍ତି । ଫୁଲବାଣୀ ଯିବା ପୂର୍ବରୁ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଡ ସୋ’କୁ ନେଇ ଓଡ଼ିଆ ଭାଷାରେ ନିଜର ମନକଥା କହିଥିଲେ। ଓଡ଼ିଶାରେ ରେକର୍ଡ ସଂଖ୍ୟାରେ ବିଜେପିକୁ ସମର୍ଥନ ମିଳିବା ନେଇ ସେ ଆଶାବାଦୀ ଅଛନ୍ତି। ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଓଡ଼ିଆ ଭାଷାରେ ଲେଖିଛନ୍ତି, ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ଆୟୋଜିତ ଚମତ୍କାର ସଡ଼କ ଶୋଭାଯାତ୍ରାରେ ଓଡ଼ିଶାବାସୀଙ୍କ ଆଶୀର୍ବାଦ ମିଳିବା ଅତ୍ୟନ୍ତ ଆନନ୍ଦର ବିଷୟ। ଓଡ଼ିଶାର ଏକ ପ୍ରମୁଖ ପର୍ବ ଅକ୍ଷୟ ତୃତୀୟା ଏହାକୁ ଆହୁରି ସ୍ୱତନ୍ତ୍ର କରିଛି। ଆମ ସରକାର ଓଡ଼ିଶା ଏବଂ ଓଡ଼ିଆ ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ ଜାରି ରଖିବ।ଆମ ସରକାର ଓଡ଼ିଶା ଓ ଭୁବନେଶ୍ୱରରେ ଶିକ୍ଷା କ୍ଷେତ୍ରର ଉନ୍ନତି ପାଇଁ ମଧ୍ୟ କାର୍ଯ୍ୟ କରିଛନ୍ତି। ଆମ କାର୍ଯ୍ୟକାଳରେ ହିଁ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହୋଇଥିଲା। ଆଇଆଇଟି-ଭୁବନେଶ୍ୱରକୁ ମଧ୍ୟ ଏହାର ନିଜସ୍ୱ କ୍ୟାମ୍ପସ ମିଳିଛି ଯାହା ଦ୍ୱାରା ଏହି ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ପୂରଣ କରିବାରେ ସକ୍ଷମ ହେବ ଏବଂ ନବସୃଜନର କେନ୍ଦ୍ରସ୍ଥଳୀରେ ପରିଣତ ହେବ। ତେବେ ସେ ଟୁଇଟ୍‌ କରି କହିଛନ୍ତି, ଏଥର ନିର୍ବାଚନରେ ଓଡ଼ିଶା ଇତିହାସ ରଚିବ ।

Spread the love