କୃଷି ଓ କୃଷକକଲ୍ୟାଣ ପାଇଁ ମୋଦି ସଂକଳ୍ପବଦ୍ଧ : ସମୀର ମହାନ୍ତି

ଭୂବନେଶ୍ୱର,୮/୧୨: ଆତ୍ମନିର୍ଭର ଭାରତର ଆଧାର ଆତ୍ମନିର୍ଭର କୃଷକ ହୁଅନ୍ତୁ, ଏଥିପାଇଁ ମୋଦି ସରକାର ସଂକଳ୍ପବଦ୍ଧ। ଆର୍ଥିକସଂପର୍ଣ୍ଣ ହେଲେ, କୃଷକ ଆତ୍ମନିର୍ଭରର ଜୀବନ ବଂଚିବ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସାରା ଦେଶ ସମେତ ଆମ ରାଜ୍ୟର ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ବଦ୍ଧପରିକର। ଯେଉଁମାନେ ସ୍ୱାଧୀନତାର ୭ ଦଶନ୍ଧିରେ ଚାଷୀ ଭାଇମାନଙ୍କ ସ୍ୱାର୍ଥକୁ ଦଲାଲଙ୍କ ହାତରେ ଟେକି ଦେଇଛନ୍ତି, ସେମାନଙ୍କ କୁମ୍ଭୀର କାନ୍ଦଣାର ମୁଖା ଖୋଲିଯିବା ଓ ଅସ୍ତିତ୍ୱ ବଜାୟ ରଖିବା ପାଇଁ ଭୟଭୀତ ହୋଇ ମୋଦିଙ୍କ କୃଷି ବିଲ୍‌କୁ ବିରୋଧ କରୁଛନ୍ତି। କେବଳ ମୋଦିଙ୍କୁ ବିରୋଧ କରିବା ପାଇଁ ଏହି ଆଇନ୍‌କୁ ବିରୋଧ କରାଯାଉଛି।

ଏହି ନୂତନ କୃଷି ଆଇନ ବଳରେ ଖୋଲା ବଜାରରେ ଚାଷୀ ନିଜଚାଉତ୍ପାଦିତ ଶସ୍ୟକୁ ସର୍ବନିମ୍ନ ସହାୟକ ମୂଲ୍ୟରେ ନୁହେଁ, ବରଂ ସର୍ବାଧିକ ମୂଲ୍ୟରେ ବିକ୍ରି କରି ଲାଭାନ୍ୱିତ ହୋଇପାରିବ। ଏହି ଆଇନ୍‌ରେ ମଧ୍ୟସ୍ଥି ବା ଦଲାଲି ଉଚ୍ଛେଦ କରାଯାଇଛି । ତେଣୁ ଏହି ଆନ୍ଦୋଳନ ଦଲାଲ୍‌ମାନଙ୍କ ପ୍ରାୟୋଜିତ ଆନ୍ଦୋଳନ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ସ୍ୱାଧୀନତାର ଦୀର୍ଘ ୭ ଦଶନ୍ଧିରେ ଦେଶ ଓ ରାଜ୍ୟର ଚାଷୀ ଭାଇମାନଙ୍କ ବିକାଶ ପାଇଁ ଯାହା କରାଯାଇପାରି ନଥିଲା, ମୋଦି ସରକାର ଗତ ୬ ବର୍ଷ ଶାସନରେ ତାଠାରୁ ଅଧିକ ଯୋଗଦାନ କରିଛନ୍ତି । ଚାଷୀମାନଙ୍କୁ ତାଙ୍କର ଉତ୍ପାଦିତ ସାମଗ୍ରୀର ଉଚିତ୍ ମୂଲ୍ୟ ହେଉ ଅଥବା ଚାଷୀମାନଙ୍କୁ ଆର୍ଥିକ ସହାୟତା, ମୋଦି ସରକାର କୃଷକ ସଶକ୍ତିକରଣର ନୂଆ ଯୁଗ ଆରମ୍ଭ କରିଛନ୍ତି। ଚାଷୀଙ୍କ ଆୟକୁ ଦୁଇଗୁଣ କରିବା ଓ ଚାଷୀଙ୍କୁ ସବୁ ଦୃଷ୍ଟିରୁ ସଶକ୍ତ କରିବା ପାଇଁ ମୋଦି ସରକାର ନୂଆ ଅଧିନିୟମ ଆଣିଛନ୍ତି। ଚାଷୀଙ୍କ ପାଇଁ ଦୀର୍ଘ ଦଶନ୍ଧିରେ କିଛି କରିନଥିବା କଂଗ୍ରେସ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳମାନେ ଏକାଠି ହୋଇ ମୋଦିଙ୍କ କୃଷି ବିଲ୍ ପ୍ରସଙ୍ଗରେ ମିଥ୍ୟା ପ୍ରଚାର କରି ଜନମତକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛନ୍ତି । ବିରୋଧୀ ଦଳମାନେ ନୂତନ କୃଷିଆଇନ୍‌ରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ନାହିଁ ବୋଲି କହି ମିଥ୍ୟା ପ୍ରଚାର କରୁଛନ୍ତି ।

ଏମଏସପିର ମାନେ ‘ଗ୍ୟାରେଂଟେଡ ପ୍ରାଇସ’ ବୋଲି ଏହି ନୂତନ ବିଲ୍‌ର ୫ମ ଭାଗରେ ସ୍ପଷ୍ଟ ଉଲ୍ଲେଖ ଅଛି । ସେହିପରି ନୂତନ ଆଇନ ବଳରେ କୃଷକଙ୍କ ଜମି ଉପରେ ଶିଳ୍ପପତିମାନେ କବଜା କରିଦେବେ ବୋଲି ବିରୋଧୀମାନେ ଅପପ୍ରଚାର କରୁଛନ୍ତି, ଯାହାକି ସଂପୂର୍ଣ୍ଣ ମିଥ୍ୟା । ବରଂ ଏହି ନୂତନ ବିଲ୍‌ର ୮ମ ଭାଗରେ ଛାଷୀମାନଙ୍କ ଜମି ବିକ୍ରି, ଲିଜ୍ ବା ବନ୍ଧକ ଉପରେ ପ୍ରତିବନ୍ଧକର
ବ୍ୟବସ୍ଥା ରହିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । କୃଷି ବିପଣନରେ ସଂସ୍କାର ଆଣିବା ପାଇଁ କଂଗ୍ରେସ-ଏନସିପି ଭଲି ରାଜନୈତିକ ଦଳମାନେ ଦୋହରା ମାପଦଣ୍ଡ ମନ୍ତବ୍ୟମାନ ଦେଇ ଆସୁଛନ୍ତି। ମାତ୍ର ମଧ୍ୟସ୍ଥି ଭାବରେ ଲାଭଖୋର ଓ ବହୁତ ବଡ ବଡ କୃଷକଙ୍କ ଚାପରେ ସାଧାରଣ ଗରୀବ ଚାଷୀମାନଙ୍କ ସ୍ୱାର୍ଥ ରକ୍ଷାକାରୀ ଆଇନ ଆଣିବାରେ ବିଫଳ ହୋଇଥିଲେ। ମୋଦିଙ୍କୁ ବିରୋଧ କରୁଥିବା ଦଳଗୁଡିକ ଭାରତୀୟ କୃଷକଙ୍କ ଆର୍ଥିକ। ସଶକ୍ତିକରଣର ବିରୋଧୀ। ଏହି ଦଳ ଗୁଡିକଙ୍କ ଆଧାରରେ ଚାଷୀଙ୍କ ବିକାଶର ଟ୍ରାକ୍ ରେକର୍ଡ ବହୁତ ଖରାପ । ଚାଷୀ ନୁହେଁ, ମିଡିଲ ମ୍ୟାନ ତଥା ଦଲାଲଙ୍କ ସ୍ୱାର୍ଥ ରକ୍ଷାରେ ବିରୋଧୀ ଦଳ ଏକାଠି ହୋଇଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ସଏଲ ହେଲଥ କାର୍ଡ, କିଷାନ ମାନଧନ ଯୋଜନା ଓ କ୍ରେଡିଟ କାର୍ଡର ବିସ୍ତାର, ପ୍ରଧାନମନ୍ତ୍ରୀ ଫସଲ ବୀମା, ପିଏ୍ କିଷାନ ନିଧି  ଯୋଜନା ଆଦି ମୋଦିଙ୍କ କୃଷକ କେନ୍ଦ୍ରୀକ ଯୋଜନାର ପ୍ରମାଣ ।  ମଏସପି ମୋଦି ସରକାରରେ ସର୍ବାଧିକ ବୃଦ୍ଧି କରାଯାଇଛି। ୨୦୦୯ ମସିହାରେ ଧାନ ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ମାତ୍ର ୯୫୦ ଟଙ୍କା ଥିବାବେଳେ ୨୦୧୪ ମସିହାରେ ଏହା ବୃଦ୍ଧି ହୋଇ ୧୩୧୦ ଟଙ୍କା ଏବଂ ୨୦୨୦-୨୧ ରେ ଏହା ୧୮୬୮ ଟଙ୍କାରେ ପହଂଚିଛି ।

ସେହିପରି ଗହମର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୦୯ ମସିହାରେ କ୍ୱିଂଟାଲ ପିଛା ମାତ୍ର ୧୦୮୦ ଟଙ୍କା ଥିବାବେଳେ ୨୦୧୪ ମସିହାରେ ଏହା ବୃଦ୍ଧି ପାଇ ୧୩୫୦ ଟଙ୍କା ଏବଂ ୨୦୨୦-୨୧ ରେ ଏହା ୧୯୨୫ ଟଙ୍କାରେ ପହଂଚିଛି। ରାଜ୍ୟ ସରକାରଙ୍କ ଉଦାସୀନତା ଓଡିଶାର ଚାଷୀକୁଳ ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିବାର ଅଶେଷ ଅସୁବିଧା ସମ୍ପୁଖିନ ହେଉଛନ୍ତି। ୨୦୦୯-୧୦ ରୁ ୨୦୧୩-୧୪ ବର୍ଷ ଭିତରେ ୟୁପିଏ ଶାସନରେ ଓଡିଶାରୁ ମୋଟ ୧୪.୨୬ ମିଲିୟନ ମେଟ୍ରିକ ଟନ ଧାନ କ୍ରୟ ହୋଇଥିଲା। ଏହି ସମୟରେ ହାରାହରି ଧାନ କ୍ୱିଂଟାଲ ପିଛା ଏମଏସପି ଥିଲା ୧୧୬୦ ଟଙ୍କା। ମୋଦିଙ୍କ ଶାସନରେ ୨୦୧୪-୧୫ ରୁ ୨୦୧୯-୨୦ ବର୍ଷ ସୁଦ୍ଧା ରାଜ୍ୟରୁ ୨୨.୮୬ ମିଲିୟନ ମେଟ୍ରକ ଟନ ଧାନ କ୍ରୟ କରାଯାଇଛି ଏବଂ ଏହି ସମୟରେ ଧାନ କ୍ୱିଂଟାଲ ପିଛା ହାରାହାରି ଏମଏସପି ରହିଛି ୧୬୦୩.୨୮ ଟଙ୍କା । ଚଳିତ ୨୦୨୦-୨୧ ଆର୍ଥକ ବର୍ଷରେ ଧାନର ଏମଏସପି ୧୮୬୮ ଟଙ୍କାରେ ପହଂଚିଛି । ସେହିପରି ୨୦୦୯-୧୦ ରୁ ୨୦୧୩-୧୪ବର୍ଷ ମଧ୍ୟରେ ୟୁପିଏ ସରକାର ଓଡିଶାରୁ କିଲୋଟିଏ ବି ଡାଲି କିଣି ନଥିବାବେଳେ ଶେଷ ୫ ବର୍ଷରେ କେବଳ ୧୧୪୨.୨୭ ଟନ ତୈଳବୀଜ କିଣିଥିଲେ । ମାତ୍ର ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଗତ ୬ ବର୍ଷରେ ୨୦୨୭୨.୩୩ ଟନ ଡାଲି ଏବଂ ଚଳିତ ବର୍ଷ ଅଗଷ୍ଟ ମାସ ସୁଦ୍ଧା ୧୨୯୫୭.୬୩ ଟନର ତୈଲବୀଜ କିଣାଯାଇଛି । ୨୦୧୪-୧୫ ରୁ ୨୦୨୦-୨୧ ମଧ୍ୟରେ ଡାଲି କ୍ୱଂଟାଲ ପିଛା ହାରାହାରି ଏମଏସପି ରହିଛି ୬୨୭୧ ଟଙ୍କା ଏବଂ ତୈଳବୀଜ କ୍ୱଂଟାଲ ପିଛା ୪୩୫୧.୮୮ ଟଙ୍କାରେ ପହଂଚିଛି ବୋଲି ଶ୍ରୀ ମହାନ୍ତି ସୁଚନା ଦେଇ କହିଛନ୍ତି। ନିଜ ଅପାରଗତା ଲୁଚେଇବାକୁ ଏବଂ ଭୋଟ ସର୍ବସ୍ୱ ରାଜନୀତି କରିବା ପାଇଁ ଏଠି କିଛି ବନ୍ଧୁ ଏହାକୁ ବିରୋଧ କରୁଛନ୍ତି । ଓଡିଶାର ଚାଷୀ ଏହି ଆଇନ ଦ୍ୱାରା ସବୁଠୁ ଅଧିକ ଉପକୃତ ହେବେ।

ଏହି ଅବସରରେ କୃଷକକଲ୍ୟାଣ ପାଇଁ ମୋଦି ସରକାରଙ୍କୁ ଧନ୍ୟବାଦଜଣାଇବା ସହ ବିଭିନ୍ନ ଚାଷୀକଲ୍ୟାଣ ଯୋଜନାର ପୋଷ୍ଟର ଉନ୍ମୋଚନ କରାଯାଇଥିଲା। ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ରାଜ୍ୟରେ ଥିବା ୩୫୦୦ରୁ ଉର୍ଦ୍ଧ୍ୱ ମଣ୍ଡିରେ ଜାଗ୍ରତ ପ୍ରହରୀର ଭୂମିକା ନିଭାଇ ଚାଷୀଙ୍କୁ ତାଙ୍କ ଉତ୍ପାଦିତ ଶସ୍ୟର ବିକ୍ରିଠାରୁ ଆରମ୍ଭ କରି ସର୍ବାଧିକ ମୂଲ୍ୟ ପାଇବାରେ ସହୟତା କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love