ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ଏଥିପାଇଁ ୫୬ ଇଞ୍ଚ୍ ମୋଦୀ ଜୀ ଥାଳି ପ୍ରସ୍ତୁତି କରିଛି ଦିଲ୍ଲୀର ଏକ ରେସ୍ତୋରାଁ । ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କ ନାଁ’ରେ ଏକ ଥାଳିର ଶୁଭାରମ୍ଭ କରିବ ଦିଲ୍ଲୀର ଗୋଟାଏ ରେସ୍ତୋରାଁ । ଏହି ବଡ଼ ଆକାରର ଥାଳିରେ ୫୬ ପ୍ରକାର ବ୍ୟଞ୍ଜନ ପରିବେଷଣ କରାଯିବ । ଗ୍ରାହକମାନଙ୍କ ପସନ୍ଦ ଅନୁସାରେ ଏଥିରେ ନିରାମିଷ ଓ ଆମିଷ ଭୋଜନ ରହିବ ।

ରେସ୍ତୋରାଁର ମାଲିକ ଗଣମାଧ୍ୟମକୁ କହିଛନ୍ତି ମୋଦୀଜୀଙ୍କ ପ୍ରତି ମୋର ଅଗାଧ ସମ୍ମାନ। ସେ ଆମ ଦେଶର ଗୌରବ। ତାଙ୍କ ଜନ୍ମଦିନରେ କିଛି ଗୋଟାଏ ଅଭିନବ ଉପହାର ଦେବାକୁ ମନସ୍ଥ କରି ଏପରି ଥାଳି ଶୁଭାରମ୍ଭ କରିବା ପାଇଁ ସ୍ଥିର କରିଛୁ । ଆମେ ଏହାର ନାଁ ଦେଇଛୁ ‘୫୬ ଇଞ୍ଚ୍ ମୋଦୀ ଜୀ’ ଥାଳି। ପ୍ରଧାନମନ୍ତ୍ରୀଙ୍କୁ ଏହି ଥାଳି ପରିବେଷଣ କରିବାକୁ ଆଗ୍ରହୀ ଥିବା ସେ କହିଛନ୍ତି ।

Spread the love