ଓଡିଶାରେ ବିଜେପିର ହିଁ ସରକାର ହେବ: ମୋଦି

ଓଡିଶାରେ ଶାସନ କରୁଥିବା ବିଜେଡିର  ହିଂସାରାଜ ଓଡିଶାର ଲୋକମାନଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି । ଭାରତୀୟ ଜନତା ପାର୍ଟୀର ପାର୍ଥୀ ଓ ସମର୍ଥକ ମାନଙ୍କ ଉପରେ କ୍ରମାଗତ ଭାବେ ହିଂସାତ୍ମକ ଆକ୍ରମଣ ବଢି ଚାଲିଛି । ଚଳିତ ବର୍ଷ ଓଡିଶାରେ ହୋଇଥିବା ଏତେ ସଂଖ୍ୟାର ନିର୍ବାଚନ ହିଂସା ଆଗରୁ ଓଡିଶାରେ କେବେ ହୋଇନଥିଲା । ପଶ୍ଚିମ ବଙ୍ଗ ଭଳି ଓଡିଶାରେ ଏବର୍ଷ ନିର୍ବାଚନ ହିଂସା ବ୍ୟାପକ ହୋଇଛି ଓ ରାଜ୍ୟ ସରକାରଙ୍କର କିଛି ମୁଷ୍ଟିମେୟ ଅଧିକାରି ମାନେ ଏହା ପଛରେ ଅଛନ୍ତି ।  ଓଡିଶା ଲୋକ ଅତ୍ୟନ୍ତ ଶ୍ରଦ୍ଧାଳୁ ଓ ଅନ୍ୟକୁ ସମ୍ମାନ ଦେବାରେ ଆଗରେ । ଓଡିଆ ଲୋକ ମାନେ ମଧ୍ୟ ନବିନ ବାବୁ ମର୍ଯ୍ୟାଦାର ସହ ବିଦା ହୁଅନ୍ତୁ ଏକଥା ଚାହୁଁଥିଲେ । ହେଲେ ନବିନ ବାବୁଙ୍କ ଦଳ ଦ୍ୱାରା ହେଉଥିବା ଗୁଣ୍ଡାରାଜକୁ ଦେଖି ଓଡିଶା ଲୋକମାନେ ଏବେ ରାଗରେ ନବୀନ ବାବୁଙ୍କୁ  ବିଦା କରିବେ ଏକଥା ଓଡିଶା ଲୋକେ ନିଷ୍ପତି ନେଇ ସାରିଲେଣି ବୋଲି କେନ୍ଦ୍ରପଡାରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ମୋଦି କହିଛନ୍ତି ଯେ ଓଡିଶାରେ ନିର୍ବାଚନ ପ୍ରଚାର କରିବାରେ ହୁଏତ ଆଜି ମୋର ଶେଷ ଦିନ । ନିର୍ବାଚନରେ ଜିତି
ସରକାର ହେଲା ପରେ ମୁଁ ପୁଣି ଆସିବି । ଓଡିଶା ବାସୀ ମୋତେ ଏତେ ଭଲପାଇବା ଦେଉଛନ୍ତି ଯେ ବିଜେଡି ଓ ମହାଗଠବନ୍ଧନ
ଲୋକମାନଙ୍କର ନିଦ ଉଡିଯାଇଛି । ଦିଲ୍ଲିରେ ଓ ଭୁବନେଶ୍ୱରରେ ଭାଜପାର ଡବଲ ଇଂଜିନର ସରକାର ହେବ । ଓଡିଶାର ଜୟ ଜଗନ୍ନାଥ ସ୍ୱର ଦିଲ୍ଲିରେ ବି ଜୟ ଜୟ କାର ହେବ । ଓଡିଶା ମାଗୁଛି ଡବଲ ଇଂଜିନ ସରକାର
ା ବିଜେଡି ଏଠାରେ ଯେତେ ଶକ୍ତି ଲଗାଉଛି ଲଗାଉ ହେଲେ ଓଡିଶାରେ ବିଜେପିର ସରକାର ହେବ ହିଁ ହେବ ।
ଶ୍ରୀ ମୋଦି କହିଛନ୍ତି ଯେ ଓଡିଶାର ଯୁବକ ମାନେ ଜବାବ ମାଗୁଛନ୍ତି ଯେ ଓଡିଶା ଦେଶର ସବୁଠାରୁ ସମ୍ୃଦ୍ଧ ରାଜ୍ୟ
ହୋଇ ମଧ୍ୟ ଏଠାରେ ଏତେ ଗରିବ କାହିଁକି ଅଛନ୍ତି । କାହିଁକି ଓଡିଶାରୁ ଯୁବକମାନେ କର୍ମ ସଂସ୍ଥାନ ନପାଇ ବାହାରକୁ ଯାଉଛନ୍ତି I
ସବୁଠାରୁ ପୁରୁଣା ନଗର ପାଳିକା କେନ୍ଦ୍ରାପଡାରେ ଆଜିବି ପାଣି, ରାସ୍ତା ଓ ବିଜୁଳିର ସମସ୍ୟାର ସମାଧାନ କାହିଁକି ହୋଇପାରିଲା
ନାହିଁ ।  ଏଠାର ଥିବା ରାଜ୍ୟ ସରକାରଙ୍କ ପ୍ରାଥମିକତାରେ ବିକାଶ ନାହିଁ । କେବଳ କ୍ଷମତା ହେଉଛି ଏମାନଙ୍କର ପ୍ରାଥମିକତା ।
ସେଥିପାଇଁ ନବିନ ବାବୁ ଭାବୁଥିଲେ ଓଡିଶାର ବିକାଶ ହେଉ କି ନହେଉ ଓଡିଶାର ଲୋକମାନେ ତାଙ୍କ ବିଜେଡିକୁ ହିଁ ଭୋଟ
ଦେବେ । ହେଲେ ଏବେ ପରିସ୍ଥିତି ବଦଳିଛି । ଓଡିଶାରେ ଶାସନ ବଦଳିବା ଜରୁରି ହୋଇପଡିଛି । କେବଳ ଗୋଟିଏ ଦଳର
ସରକାର ବଦଳିବା ପାଇଁ ନୁହେଁ ବଂର ଓଡିଶାର ବିକାଶ ପାଇଁ , ଆଗାମି ପିଢିର ରୋଜଗାର ସୁବିଧା ପାଇଁ, କୃଷକ ମାନଙ୍କର
ବିକାଶ ପାଇଁ ଏଥର ବିଜେପିକୁ ଭୋଟ ଦେବା ଦରକାର ବୋଲି ନରେନ୍ଦ୍ର କହିଛନ୍ତି ।
ମୋଦି କହିଛନ୍ତି ଯେ ଓଡିଶାର ଏକ ବଡ ଭାଗକୁ ସମୁଦ୍ର ଘେରିଛି । ଏଇ ବିଶାଳ ସମୁଦ୍ର ତଟର ବିକାଶ ହୋଇପାରିଲେ ଓଡିଶା ଅର୍ଥନୈତିକ ବିକାଶର ଏକ ନୂଆ ଶିଖରକୁ ଛୁଇଁବ । ଏକ ନୁଆ ଭାରତ ପରିକଳ୍ପନାରେ ସାମୁଦ୍ରିକ ଆର୍ଥନୀତିର ବିକାଶ ପାଇଁ କେନ୍ଦ୍ର ସରକାରଙ୍କର ଏକ ଭିଜନ ଅଛି । ଏଥିରେ ଓଡିଶା ଏକ ପ୍ରମୁଖ ଭୂମିକା ନେବ । ସାଗରମାଳା ଯୋଜନାରେ ଓଡିଶାର ବ୍ୟାପକ ବିକାଶ ହେବ । ଦେଶର ସମସ୍ତ ବନ୍ଦରକୁ ସମ୍ୃଦ୍ଧ କରାଯିବା ସହ ରେଳ ଓ ଜାତୀୟ ରାଜପଥ ସାଙ୍ଗେ ଯୋଡା ଯାଉଛି । ଓଡିଶା ମଧ୍ୟ ଏହାର ଲାଭ ପାଇବ । ଦେଶରେ ନଦୀ ସଂଯୋଗ କରଣ କାମ ଆଗେଇଛି ।

ଓଡିଶାର ବ୍ରାହ୍ମଣି ନଦୀରେ ଜଳମାର୍ଗର ବିକାଶ ହେଉଛି ଯାହା ତାଳଚେର-ଧାମରା-ପାରାଦ୍ୱୀପକୁ ଯୋଡିବ । ଓଡିଶାରେ ଗମନା ଗମନର
ବିକାଶର ଏହା ଏକ ନୂଆ ସମ୍ଭାବନା ଆଣିବ । ଓଡିଶାରେ ପର୍ଯ୍ୟଟନର ବିକାଶ ପାଇଁ ଅପାର ସମ୍ଭାବନା ଅଛି । କେନ୍ଦ୍ର ଓ ରାଜ୍ୟ ମିଳିତ ଉଦ୍ୟମରେ ଓଡିଶାର ପର୍ଯ୍ୟଟନର ବିକାଶ କରାଯିବ ।
ଉପକୂଳ ଓଡିଶାର ଆଉ ଏକ ବଡ ସମ୍ବଳ ହେଉଛି ହେଉଛି ନୀଳ ଅର୍ଥନୀତି । ଓଡିଶାରେ ମାଛ ଚାଷକୁ ଆହୁରି ଆଗକୁ
ନେବା ପାଇଁ କେନ୍ଦ୍ର ସରକାର ଏକ ନୁଆ ମନ୍ତ୍ରଣାଳୟ କରିବାକୁ ଯାଉଛନ୍ତି । ସେହି ଯୋଜନାମାନଙ୍କରେ ମାଛ ମରା ଟ୍ରଲର
କିଣିବା ପାଇଁ ଆର୍ଥୀକ ରଣ ବି ମସ୍ତ୍ର‌୍ୟଜିବି ମାନଙ୍କୁ ଦିଆଯିବ । ବ୍ୟାଙ୍କ ରୁଣ ସହ କିଷାନ କ୍ରେଡିଟ କାର୍ଡର ସୁବିଧା ଯାହା ଆଗରୁ
କେବଳ କୃଷକ ମାନଙ୍କୁ ମିଳୁଥିଲା ତାହା ଏବେ ମସ୍ତ୍ର‌୍ୟଜିବି ମାନଙ୍କୁ ବି ମିଳିବ ବୋଲି ମୋଦି କହିଛନ୍ତି ।
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ କେନ୍ଦ୍ର ସରକାର ପ୍ରତି ଚାଷୀଙ୍କୁ ୬୦୦୦ ଟଙ୍କା ଲେଖାଏଁ ଦେଉଛନ୍ତି ।
ହେଲେ ଓଡିଶା ସରକାର ଚାଷୀମାନଙ୍କର ସମ୍ପୃର୍ଣ୍ଣ ତାଲିକା ଏବେ ସୁଦ୍ଧା ଦେଉ ନାହାନ୍ତି । ଚାଷିମାନଙ୍କୁ ତାଙ୍କ ହକରୁ ବଂଚାଇଥିବା
ନବିନବାବୁଙ୍କ ସରକାରକୁ ସଜ୍ଜା ଦେବାର ସମୟ ଆସିଛି । ୨୩ ମେ ରେ କେନ୍ଦ୍ରରେ ଫିର ଏକ ବାର ମୋଦି ସରକାର ହେବା
ସହ ଓଡିଶାରେ ବି ଭାଜପାର ନୂଆ ସରକାର ହେବ । ଏହା ପରେ ପ୍ରତି ଚାଷୀଙ୍କ ବ୍ୟାଙ୍କ ଖାତାରେ ୬ ହଜାର ଟଙ୍କା
ପଂହଚାଯିବ । ଛୋଟ ଦୋକାନି ମାନଙ୍କ ପାଇଁ, ଶ୍ରମିକ ମାନଙ୍କ ପାଇଁ, ଚାଷିମାନଙ୍କ ପାଇଁ ୬୦ ବର୍ଷ ପରେ ପେନସନ ଦେବାର
ଯୋଜନା ମଧ୍ୟ କେନ୍ଦ୍ର ସରକାର କରିଛନ୍ତି ଯାହାକୁ ଓଡିଶାରେ ଲାଗୁକରାଯିବ ।

୨୦୨୨ ସୁଦ୍ଦା ଓଡିଶାର ସବୁ ଗରିବ ପାଖରେ
ପକ୍କା ଘର ହେବ । ପ୍ରତି ଗାଁରେ ବିଜୁଳି ପହଂଚିବ । ଓଡିଶାର ସବୁ ପରିବାର ପାଖରେ ଗ୍ୟାସ ଥିବ । ଭାଜପାର ସରକାର
ଓଡିଶାରେ ହେଲେ ଆୟୁଷ୍ମାନ ଭାରତକୁ ଓଡିଶାରେ ଲାଗୁ କରାଯିବ । କେନ୍ଦ୍ର ସରକାର ଓ ଓଡିଆ ଲୋକଙ୍କ ଭିତରେ ଏକ ଜନ କଲ୍ୟାଣ ବିରୋଧି ପାଚେରି ନବିନ ବାବୁ କରିଛନ୍ତି । ମେ ୨୩ରେ ଏହି ପାଚେରି ଭାଙ୍ଗିବ ବୋଲି ମୋଦି କହିଛନ୍ତି ।
ଏହି ବିଜୟ ସଙ୍କଳ୍ପ ସମାବେଶରେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡା ସାଂସଦ ପାର୍ଥୀ ବୈଜୟନ୍ତ
ପଣ୍ଡା, ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଦନ ସିଂହଦେଓ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ
ସମସ୍ତ ସାଂସଦ ଓ ବିଧାୟକ ପାର୍ଥୀ ମାନେ ଯୋଗ ଦେଇଥିଲେ ।

Spread the love