ପିଏମ ମୋଦୀଙ୍କୁ ଭେଟିଲେ ଜାପାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯/୦୩:  ଭାରତ ଗସ୍ତରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା । ୧୪ତମ ଭାରତ-ଜାପାନ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ। ଅପାରାହ୍ଣରେ ନୂଆଦିଲ୍ଲୀରେ ପହଞ୍ଚିବାରେ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କୁ ସ୍ୱାଗତ କରିଥିଲେ। ନିଜର ଏହି ଗସ୍ତରେ ଫୁମିଓ କିଶିଦା ଦେଶରେ ବଡ଼ ନିବେଶର ଘୋଷଣା କରିପାରନ୍ତି । ଦୁଇ ଦିନିଆ ଭାରତ ଗସ୍ତରେ ଜାପାନ ପ୍ରଧାନମନ୍ତ୍ରୀ ଭାରତରେ ୪୨ ବିଲିୟନ ଡଲାର ନିବେଶର ଘୋଷଣା କରିପାରନ୍ତି ।

ପ୍ରଥମ ଥର ଭାରତ ଗସ୍ତରେ ଆସିଥିବା ଫୁମିଓ ନିଜର ଭାରତୀୟ ସମକକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଦିଲ୍ଲୀ ସ୍ଥିତ ହାଇଦ୍ରାବାଦ ହାଉସରେ ଭେଟିଛନ୍ତି। ଦୁଇ ନେତାଙ୍କ ବୈଠକରେ ରୁଷ-ୟୁକ୍ରେନ ଏବଂ ଚୀନ ପ୍ରସଙ୍ଗ ଉଠାଇପାରନ୍ତି । ସାଢେ ତିନି ବର୍ଷରେ ପ୍ରଥମ ଥର ଦୁଇ ଦେଶର ରାଷ୍ଟ୍ରନେତାଙ୍କ ମଧ୍ୟରେ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଶେଷ ଥର ପାଇଁ ଜାପାନର ବିଦେଶ ମନ୍ତ୍ରୀ ଥିବା ସମୟରେ କିଶିଦା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ।

୨୦୨୧ ଅକ୍ଟୋବର ୪ ତାରିଖରେ ପ୍ରଧାନମନ୍ତ୍ରୀ ପଦର ଶପଥ ଗ୍ରହଣ କରିଥିବା କିଶିଦା ଶନିବାର ଅପରାହ୍ଣରେ ଭାରତରେ ପହଞ୍ଚିଛନ୍ତି। ଶିଖର ସମ୍ମିଳନୀ ସମୟରେ ଦୁଇ ନେତା କୂଟନୈତିକ ସମ୍ପର୍କ ସହ ଭିନ୍ନ ଭିନ୍ନ ଦ୍ୱିପାକ୍ଷିକ ସହଯୋଗ କରିବା ଉପରେ ସକ୍ଷୀମା କରିବେ।

Spread the love