ନା ନ ନେଇ ଟାର୍ଗେଟ କଲେ ମୋଦୀ

ବରଗଡର ବିଶାଳ ଜନସଭାରେ ପ୍ରଧାନମନ୍ତ୍ରୀ ମୋଦି।  ବରଗଡର ଇଷ୍ଟଦେବ ନୃସିଂହନାଥଙ୍କୁ  ପ୍ରଣାମ ଜଣାଇ ନିଜର ଅଭିଭାଷଣ ଆରମ୍ଭ କଲେ ମୋଦି।   ଏଠି ମଧ୍ୟ ରାଜ୍ୟ ସରକାର ଉପରେ ବର୍ଷିଲେ ମୋଦି। ୪ ଜୁନ୍‌ ରେ ଏନଡିଏ  ୪୦୦ ପାର କରିବା ପକ୍କା ବୋଲି କହିଲେ ମୋଦି।   ମୋଦି ସିଧା ସିଧା କହିଲେ  ରାଜ୍ୟରେ ବିଜେଡି ସରକାର କିଏ ଚାଳାଉଛି?  ବିଜେଡି ସରକାର ପୂରା ଆଉଟସୋର୍ସିଂରେ ଚାଲିଛି।  ମୋ ଓଡ଼ିଶା ଗରିବ କାହିଁକ? ଏଠାକାର ଲୋକ ସାମାନ୍ୟ ସୁବିଧା କାହିଁକି ପାଇପାରୁନାହିଁନ୍ତି?  ଆଉ କେତେଦିନ ସହିବ ଓଡ଼ିଶା ବୋଲି ପଚାରିଲେ ମୋଦି।  ଓଡ଼ିଶାରେ ଡବଲ ଇଞ୍ଜିନ୍‌ ସରକାର ହେବ ବୋଲି କହିଲେ ମୋଦି। ତେଣୁ  ଆପଣଙ୍କୁ ବିଜେପିକୁ ନିର୍ବାଚନରେ ଜିତାଇବାକୁ ହେବ ବୋଲି ଜନତାକୁ ଅନୁରୋଧ କଲେ ମୋଦି ।  ୨୫ ବର୍ଷ ଭିତରେ  ବିଜେଡି ସରକାର ଓଡ଼ିଶାକୁ  ଗରିବୀରୁ ବାହାରକୁ ଆଣିପାରିଲାନି। ସାରା ଓଡ଼ିଶାରେ ବିଜେଡି ପ୍ରତି ଲୋକଙ୍କ ପ୍ରବଳ ରାଗ ରହିଛି। ଲୋକ କହୁଛନ୍ତି- ଆଉ କେତେ ଦିନ ସହିବ ଓଡ଼ିଶା ।

Spread the love