ଯୁବପିଢି ପିଟିବା ଆଗରୁ ସୂର୍ଯ୍ୟନମସ୍କାର କରି ପିଠି ଟାଣ କରିନେବି- ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ପଢ଼ିବା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ‘ଯୁବପିଢ଼ି ମୋଦୀଙ୍କୁ ଠେଙ୍ଗାରେ ପିଟିବେ’ ବୋଲି ରାହୁଲଙ୍କ ଏକ ମନ୍ତବ୍ୟର ଉତ୍ତର ଦେବାକୁ ଯାଇ ମୋଦୀ କହିଛନ୍ତି, ଏବେ ମୁଁ ସୂର୍ଯ୍ୟ ନମସ୍କାର ସଂଖ୍ୟା ବଢ଼ାଇଦେବି। ସୂର୍ଯ୍ୟ ନମସ୍କାର କରି ପିଠିକୁ ଟାଣ କରିବି। ରାହୁଲ ଗତ ବୁଧବାର ଦିଲ୍ଲୀରେ ନିର୍ବାଚନ ରାଲିରେ କହିଥିଲେ, ଏବେ ଯେଉଁ ପରିସ୍ଥିତି ରହିଛି, ସେଥିରୁ ଜଣାପଡ଼ୁଛି ଯେ ଆଗାମୀ ୬ମାସ ମଧ୍ୟରେ ଯୁବପିଢ଼ି ମୋଦୀଙ୍କୁ ଠେଙ୍ଗାରେ ପିଟିବେ। ଏହାର ଜବାବରେ ମୋଦୀ କହିଛନ୍ତି ମୁଁ ଜଣେ କଂଗ୍ରେସ ନେତାଙ୍କ ଭାଷଣ ଶୁଣିଲି ଯେ, ୬ ମାସରେ ଯୁବପିଢ଼ି ମୋଦୀଙ୍କୁ ଠେଙ୍ଗାରେ ପିଟିବେ। ତେଣୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ମୋତେ କିଛି ସମୟ ଲାଗିବ। ମୁଁ ସ୍ଥିର କରିଛି ୬ ମାସ ଭିତରେ ପ୍ରତିଦିନ ସୂର୍ଯ୍ୟ ନମସ୍କାର ସଂଖ୍ୟା ବୃଦ୍ଧି କରିଦେବି। ୨୦ ବର୍ଷ ଧରି ଯେପରି ଖରାପ ଗାଳି ଶୁଣୁଛି, ମୁଁ ‘ଗାଳି ପ୍ରୁଫ’ କରିଦେଇଛି।

ମୁଁ କୃତଜ୍ଞ ଯେ ମୋତେ ୬ ମାସ ସମୟ ଦିଆଯାଇଛି। ଏହି ସମୟରେ ରାହୁଲ କିଛି କହିବା ଲାଗି ନିଜ ଆସନରେ ଛିଡ଼ା ହେବାକୁ ଉଦ୍ୟମ କରୁଥିଲେ। ମାତ୍ର ସେତିକି ବେଳେ ମୋଦୀ ହସ୍ତକ୍ଷେପ କରି ତାଙ୍କୁ ବସିବା ଲାଗି କହିଥିଲେ। ମୋଦୀ କଟାକ୍ଷ କରି କହିଥିଲେ, ମୁଁ ୪୦ ମିନିଟ ହେଲା କହିଆସୁଛି, ମାତ୍ର ଲାଗୁଛି ଏବେ କରେଣ୍ଟ ଲାଗିଲା। ଏମିତି ଅନେକ ଟ୍ୟୁବ୍‌ଲାଇଟ୍‌ ଅଛନ୍ତି।

Spread the love