କରୋନା ଟିକାଦାନ : ୧୧ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ମୋଦୀଙ୍କ ଆଲୋଚନା

 

ପୂର୍ବରୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ ଆସନ୍ତା ୧୩-୧୧୪ ତାରିଖ ବେଳକୁ ସାରା ଦେଶରେ କରୋନା ଟିକାଦାନ ପ୍ରକ୍ରିୟା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଅଗ୍ରାଧିକାର ବର୍ଗ ଯଥା ସ୍ବାସ୍ଥ୍ୟକର୍ମୀମାନଙ୍କୁ ଟିକା   ଦିଆଯିବ । ଏଥିପାଇଁ ଆଜି ସାରା ଦେଶରେ ୨ୟ ଥର ପାଇଁ ଟିକାଦାନର ଡ୍ରାଇ ରନ ବା ପ୍ରାକ ଅଭ୍ୟାସ ଜାରି ରହିଛି । ଏହି ଡ୍ରାଇରନ ଦେଶର ୩୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୭୩୬ଟି ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା । ଦେଶରେ ପ୍ରକୃତ ଟିକାଦାନ  ପ୍ରକ୍ରିୟା ଯେପରି ସୁରୁଖୁରୁରେ ସମ୍ପନ୍ନ ହେବ ସେଥିପାଇଁ ଏହି ଡ୍ରାଇରନ କରାଯାଉଛି ।

ଭାରତର ଔଷଧ ନିୟନ୍ତ୍ରକ ୨ଟି ଟିକାକୁ ଅନୁମତି ଦେଇଛନ୍ତି । ସେଗୁଡ଼ିକ ହେଉଛି ସେରମ ଇନଷ୍ଟିଚ୍ୟୁଟ ଦ୍ବାରା ଉତ୍ପାଦନ ହେଉଥିବା କୋଭିସିଲଡ ଓ ଭାରତ ବାୟୋଟେକର କୋଭାକ୍ସିନ ।

 

Spread the love