ମୋଦୀ ବନାମ ରାହୁଲ। କିଏ ଅଧିକ ଲୋକପ୍ରିୟ?

ସାମାଜିକ ଗଣମାଧ୍ୟମରେ ଦଳର ସାଂସଦ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା କୁଆଡ଼େ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଅଧିକ ବୋଲି ଆଜି କଂଗ୍ରେସର ନୂଆ ଦାବି । ଲୋକସଭାରେ ରାହୁଲ ଗାନ୍ଧୀ ଭାଷଣ ଦେବା ସମୟରେ ସଂସଦ ଟିଭି ୟୁଟ୍ୟୁବ ଚ୍ୟାନେଲକୁ କେତେଜଣ ଲୋକ ଦେଖିଥିଲେ ତାହାର ତଥ୍ୟ ପ୍ରଦାନ କରିଛି ଦଳ । ଏଥିରେ ଦାବି କରାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୁଳନାରେ ରାହୁଲ ଗାନ୍ଧୀଙ୍କ ଭାଷଣକୁ ଅଧିକ ଲୋକ ଦେଖିଛନ୍ତି । ଦଳ ପକ୍ଷରୁ ରାହୁଲ ଗାନ୍ଧୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୁଳନାତ୍ମକ ଟ୍ୱିଟ ତଥ୍ୟ ମଧ୍ୟ ପ୍ରକାଶ କରାଯାଇଛି । କଂଗ୍ରେସର ସୋସିଆଲ ମିଡିଆ ଟିମ ଅନୁଯାୟୀ, ରାହୁଲ ଗାନ୍ଧୀଙ୍କ ଶେଷ ୩୦ଟି ଟ୍ୱିଟକୁ ୪୮.୧୩ ନିୟୁତ ଭିୟୁ ମିଳିଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ୩୦ଟି ଟ୍ୱିଟକୁ କେବଳ ୨୧.୫୯ ନିୟୁତ ମିଳିଛି । ଅନ୍ୟପଟେ ବିଜେପି ମଧ୍ୟ ଏହାର ଜବାବ ରଖିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟର ଆକାଉଂଟକୁ ଗତ ଏକମାସ ମଧ୍ୟରେ ୭୯.୯ ଲକ୍ଷ ଦେଖିଛନ୍ତି । କିନ୍ତୁ ଏହି ସମୟରେ ରାହୁଲଙ୍କ ଟ୍ୱିଟର ଏକାଉଂଟକୁ କେବଳ ୨୩.୪୩ ଲକ୍ଷ ଲୋକ ଦେଖିଛନ୍ତି ବୋଲି ବୋଲି କୁହାଯାଇଛି ।ସେହିପରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ୟ୍ୟୁଟୁବ୍ ଚ୍ୟାନେଲକୁ ଗତ ଏକ ମାସ ମଧ୍ୟରେ ପ୍ରାୟ ୨୫.୪୬ କୋଟି ଭିୟୁ ମିଳିଥିବାବେଳେ ରାହୁଲଙ୍କ ୟ୍ୟୁଟୁବ ଚ୍ୟାନେଲକୁ ୨୫.୩୮ କୋଟି ଭିୟୁ ମିଳିଛି । ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟକୁ ଦେଖିଥିବା ସଂଖ୍ୟାର ସ୍କ୍ରିନସଟ୍ ସେୟାର କରାଯାଇଛି । ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ବିଜେପି ଓ କଂଗ୍ରେସ ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଅଭିଯାନ ଚଳାଇଛନ୍ତି । ଏହାରି ମଧ୍ୟରେ ଦଳ ନିଜ ନିଜ ମୁଖିଆଙ୍କୁ ଅଧିକ ଲୋକପ୍ରିୟ କହି ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି ।

 

Spread the love