ମୁଖ୍ୟମନ୍ତ୍ରୀ ବଜେଟ୍ ଅଧିବେଶନରୁ ଦୂରେଇ ରହିବା ନେଇ ସ୍ପଷ୍ଟ କରୁ ବିଜୁ ଜନତା ଦଳ : ମୋଝନ ମାଝୀ

ଭୁବନେଶ୍ୱର, ଜୁନ ୧୨- ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଟ୍ୱିଟ ଉପରେ ଅମର ପଟ୍ଟନାୟକ ପ୍ରତିକ୍ରିୟାକୁ ନେଇ କଡା ଜବାବ ଦେଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି । ଶ୍ରୀ ମାଝି ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଧାନସଭା ଅଧିବେଶନ ସମୟରେ ଓଡ଼ିଶାର ସାଢ଼େ ଚାରିକୋଟି ଓଡ଼ିଆ ବିଧାୟକଙ୍କ ମାଧ୍ୟମରେ ସେମାନଙ୍କ ପ୍ରଶ୍ନ ପଚାରିଥାନ୍ତି ଏବଂ ସରକାର ତାହାର ଯଥାଚିତ ଉତର ଦେଇଥାନ୍ତି । ଏହି ପରିପ୍ରେକ୍ଷୀରେ ସମସ୍ତମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଥାନ୍ତି । ଠିକ ଏହି ସମୟରେ ମୁଖ୍ୟମନ୍ତ୍ରୀ ବିଦେଶ ଯିବା ଦୁର୍ଭାଗ୍ୟଜନକ । ମୁଖ୍ୟମନ୍ତ୍ରୀ ବଜେଟ୍ ଅଧିବେଶନ ପୂର୍ବରୁ କିମ୍ବା ପରେ ଯାଇପାରିଥାନ୍ତେ । ମୁଖ୍ୟମନ୍ତ୍ରୀ ପୂର୍ବରୁ ଓଡ଼ିଶାକୁ ଶିଳ୍ପ ଆଣିବା ନାଁରେ ଅନେକଥର ବିଦେଶ ଯାଇଛନ୍ତି କିନ୍ତୁ ତାର ଫଳ ଆପଣଙ୍କ ସାମ୍ନାରେ । ଏହାସହ ମୁଖ୍ୟମନ୍ତ୍ରୀ ରୋମରୁଥାଇ ବଜେଟ୍ ଅଧିବେଶନରେ ଯୋଗ ଦେବେ ନା ବଜେଟ୍ ଅଧିବେଶନରୁ ଦୂରେଇ ରହିବେ ସେ ବିଷୟରେ ବିଜୁ ଜନତା ଦଳଠାରୁ ସ୍ପଷ୍ଟ ମତ ମାଗିଲେ ଶ୍ରୀ ମୋହନ ମାଝି ।

Spread the love