ରାଜ୍ୟ ଏବଂ ରାଜ୍ୟବାସୀଙ୍କ ପ୍ରମୁଖ ସମସ୍ୟା ହେଉଛି ମୁଖ୍ୟ ପ୍ରସଙ୍ଗ : ମୋହନ ମାଝୀ

ଭୁବନେଶ୍ୱର,ତା.୦୨/୦୭: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ । ଚାଷ, ବିଜୁଳି ସମସ୍ୟା, ଜଳସେଚନ, ହାତୀ ମୃତ୍ୟୁ, ବେକାରୀ ଓ ବେରୋଜଗାର, ଦାଦନ, ଶିକ୍ଷା ଓ ସ୍ୱାସ୍ଥ୍ୟ ସମସ୍ୟା, ଶିଶୁ ମୃତ୍ୟୁହାର ରୋକ ସମେତ ସମସ୍ତ କ୍ଷେତ୍ରରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ଦାରିଦ୍ର‌୍ୟ କ୍ଷେତ୍ରରେ ଓଡ଼ିଶା ତୃତୀୟ ନମ୍ବରରେ ରହିଛି କିନ୍ତୁ ୨୫ବର୍ଷ ଶାସନରେ ରହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ମିଥ୍ୟା ସ୍ୱପ୍ନ ଦେଖାଇ ଭଣ୍ଡାଉଛନ୍ତି । ବିଦେଶ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ପୁଞ୍ଜିର ବିକାଶ କରିବେ ବୋଲି ଓଡ଼ିଶାବାସୀଙ୍କୁ ଯେଉଁ କାହାଣୀ ଶୁଣାଇଛନ୍ତି ତାହାକୁ ନେଇ ବିଜେପି ବିଧାନସଭାରେ ପ୍ରଶ୍ନ ଉଠାଇବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ମାଝୀ କହିଛନ୍ତି ।

ଆଜିଠାରୁ ମୈାସୁମୀ ବିଧାନସଭା ଅଧିବେସନ ଆରମ୍ଭ ହେବା ପୂର୍ବରୁ ଆଜି ବିଜେପି ବିଧାୟକ ଦଳ ବୈଠକ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ଏବଂ ରାଜ୍ୟବାସୀଙ୍କ ପ୍ରମୁଖ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରାଯିବ । ରାଜ୍ୟରେ ଉତ୍ପାଦିତ ବିଜୁଳିକୁ ଅନ୍ୟ ରାଜ୍ୟମାନଙ୍କୁ କମ୍ ଦରରେ ବିକ୍ରି କରି ରାଜ୍ୟର ଆବଶ୍ୟକତାକୁ ପୂରଣ କରିବା ପାଇଁ ଅଧିକ ଦରରେ କିଣି ରାଜ୍ୟବାସିଙ୍କ ଉପରେ ବିଜୁଳି ବୋଝ ଲଦି ଦେଉଛନ୍ତି ରାଜ୍ୟ ସରକାର । ରାଜ୍ୟର ୯୨ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କୁ ପ୍ରତାରଣା କରିଛନ୍ତି ରାଜ୍ୟ ସରକାର । ବିଜୁଳି ଉତ୍ପାଦନ କ୍ଷେତ୍ରରେ ଓଡିଶା ବଳକା ରାଜ୍ୟ ହୋଇଥିବା ସତ୍ୱେ ଅନ୍ୟ ରାଜ୍ୟଗୁଡିକ ତୁଳନାରେ ବିଜୁଳି ଦର ବହୁ ଅଧିକ । ବିଦ୍ୟୁତ୍ ଦରବୃଦ୍ଧି ୮୦ ଭାଗ ଚାଷୀଙ୍କ ଜଳସେଚନକୁ ପ୍ରଭାବିତ କରୁଛି । ସର୍ବଭାରତୀୟ ସ୍ତରରେ ଚାଷୀଙ୍କ ଆୟ ୧୦୨୪୮ ଟଙ୍କା ହୋଇଥିବାବେଳେ, ଓଡିଶାରେ ଚାଷୀର ଆୟ ମାତ୍ର ୫୧୧୨ ଟଙ୍କା । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୪୦ ଟଙ୍କାରେ ପହଂଚିଲାଣି । ‘ଧାନମଣ୍ଡି ଓ ଟୋକନ ବ୍ୟବସ୍ଥା’କୁ ସଜାଡିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ପିଏମ କିଷାନ ଯୋଜନାରେ ରାଜ୍ୟର କୃଷକମାନେ ଆର୍ଥକ ସହାୟତା ପାଇବାରେ ମୁଖ୍ୟ ବାଧକ ସାଜିଛନ୍ତି ରାଜ୍ୟ ସରକାର । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଧ୍ୱଂସାଭୀମୁଖୀ ଶିକ୍ଷା ବ୍ୟବସ୍ଥା, ଅସୁରକ୍ଷିତ ଜଙ୍ଗଲ ଏବଂ ହାତୀ ମୃତ୍ୟୁ ଆଜି ମୁଖ୍ୟ ଚିନ୍ତାର କାରଣ ସାଜିଛି । ତଥ।।ପି ରାଜ୍ୟ ସରକାର ନୀରବ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମାଝୀ କହିଛନ୍ତି ।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ଡ.ମନମୋହନ ସାମଲ, ବିଧାୟକ ଜୟନାରାୟଣ ମିଶ୍ର, କୁସୁମ ଟେଟେ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ନାଉରୀ ନାୟକ, ଡ. ମୁକେଶ ମହାଲିଙ୍ଗ, ସୁକାନ୍ତ ନାୟକ, କେ.ନାରାୟଣ ରାଓ, ସୁବାଷ ପାଣିଗ୍ରାହି, ଡ.ବୁଧନ ମୁର୍ମୁ, ଇଂ.ଗଣେଷ ରାମ ଖୁଂଟିଆ, ସନାତନ ବିଜୁଳି, ପ୍ରକାଶ ସୋରେନ, ଭବାନି ଭୋଇ, ନବଚରଣ ମାଝି, ଓ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ, ଗଣମାଧ୍ୟମ ସହମୁଖ୍ୟ ଶ୍ରୀ ସୁଜିତ ଦାସ ଓ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love