ଲୋକଙ୍କ ଶାନ୍ତି ସୁରକ୍ଷା ଓ ଧନ ଜୀବନକୁ ସୁରକ୍ଷା ଦେବାରେ ଏ ସରକାର ବିଫଳ ହୋଇଛନ୍ତି: ମୋହନ ମାଝୀ

ଭୁବନେଶ୍ବର: ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି କାରଣରୁ ରାଜ୍ୟବାସୀ ଅସୁରକ୍ଷିତ। ଲୋକଙ୍କ ଶାନ୍ତି ସୁରକ୍ଷା ଓ ଧନ ଜୀବନକୁ ସୁରକ୍ଷା ଦେବାରେ ଏ ସରକାର ବିଫଳ ହୋଇଛନ୍ତି। ଦିନକୁ ୯ଟି ଦୁଷ୍କର୍ମ ଓ ୮ଟି ହତ୍ୟାକାଣ୍ଡ ହେଉଛି । ମନ୍ତ୍ରୀ ବିଧାୟକ ମାନେ ମଧ୍ୟ ହତ୍ୟାକାଣ୍ଡରେ ସାମିଲ ରହୁଛନ୍ତି। ରକ୍ଷକ ଭକ୍ଷକ ସାଜିଛି ଏଠି। ଏ ପ୍ରସଙ୍ଗକୁ ବିଜେପି ଆଜି ରାଜନୈତିକ ଚିଠା ପ୍ରସ୍ତାବରେ ପାରିତ କରି ନିନ୍ଦା କରିଛି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଏହା କହିଛନ୍ତି।

ବିଜେପି ନେତା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ପ୍ରାୟ ୨୮ ଲକ୍ଷରୁ ଊର୍ଦ୍ଧ୍ବ ଘର କେନ୍ଦ୍ର ସରକାର ଓଡ଼ିଶାକୁ ଯୋଗାଇ ଦେଲେଣି। କିଛିଦିନ ତଳେ ସାଢ଼େ ୯ ଲକ୍ଷ ଘର ଦେଇଛନ୍ତି। କିନ୍ତୁ ହିତାଧିକାରୀ ଚୟନକୁ ଦଳୀୟ ଆଧାରରେ କରାଯାଇଛି। ୧୬ ତାରିଖରେ ହିତାଧିକାରୀଙ୍କ ତାଲିକା ଲାଗିବାରେ ଗାଁଗାଁରେ ଅସନ୍ତୋଷ ଦେଖାଦେଇଛି। ୨୦୧୮-୧୯ରେ ପରମାନେଟ ଓଏଟିଙ୍ଗ ଲିଷ୍ଟକୁ ଆଧାର କରି ତାଲିକା ପ୍ରସ୍ତୁତ ହେଉ। ଯୋଗ୍ୟ ଲୋକ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହାକୁ ଆଜି ରାଜନୈତିକ ଚିଠା ପ୍ରସ୍ତାବରେ ପାରିତ କରାଯାଇ ଆନ୍ଦୋଳନକୁ ଓହ୍ଲାଇ ବାକୁ ନିଷ୍ପତ୍ତି ହୋଇଛି। ଧାନ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗ ଆଜି ଚାଷୀ ମୁଣ୍ଡରେ ଚଡକ ପକାଇଛି। କଟନିଛଟନି ବଢିଛି। ମଣ୍ଡିରେ ଦଲାଲି ଚାଲିଛି। ଏହାକୁ ଆଜି ରାଜନୈତିକ ଚିଠା ପ୍ରସ୍ତାବରେ ପାରିତ କରାଯାଇ ଦଳ ପକ୍ଷରୁ ମଣ୍ଡି ଚାଲ ଅଭିଯାନ ଆରମ୍ଭ କରାଯିବାକୁ ନିଷ୍ପତ୍ତି ହୋଇଛି।

ବେକାରୀ ସମସ୍ୟା। ଦୁଇଟି ମେକ ଇନ ଓଡ଼ିଶାରେ ସେଭଳି ନିଯୁକ୍ତି କିମ୍ବା ପୁଞ୍ଜି ନିବେଶ ହୋଇ ପାରିନି। କେବଳ ଏକ ପ୍ରତିଶତ ପୁଞ୍ଜି ନିବେଶ ହୋଇଛି। ନିଯୁକ୍ତି ମାତ୍ର ୫୮୭୮ ହୋଇଛି ଯାହାକି ୦.୭୬ ପ୍ରତିଶତ। କୋଭିଡ ସମୟରେ ୨୦ ଲକ୍ଷ ଲୋକଙ୍କୁ ପଞ୍ଜିକୃତ କରି କି ନିଯୁକ୍ତି ଦେବା ବଦଳରେ ପ୍ରତାରଣା କରିବାରୁ ଲୋକେ ପୁଣି ଥରେ ଦାଦନ ଖଟିବାକୁ ବାହାରକୁ ଚାଲିଗଲେ। ଏହାକୁ ଆଜି ରାଜନୈତିକ ଚିଠା ପ୍ରସ୍ତାବରେ ପାରିତ କରାଯାଇ ହୋଇଛି ବୋଲି ଶ୍ରୀ ମାଝୀ କହିଛନ୍ତି।

ମହିଳା ହିଂସା ଓ ନିର୍ଯ୍ୟାତନା ନେଇ ବିଜେପି ନେତା ଶ୍ରୀ ମାଝୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ନାରୀଙ୍କୁ ସୁରକ୍ଷା ଦେଇ ପାରୁ ନାହାନ୍ତି ସରକାର। ପୁଲିସ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ ମାରିଛି। ହକି ବିଶ୍ୱକପ ସମୟରେ ରାଜ୍ୟର ରାଜଧାନୀରେ ଗଣଦୁଷ୍କର୍ମ ହେଲା। ଏହା ଦୁର୍ଭାଗ୍ୟଜନକ କଥା । ରାଜନୈତିକ ଚିଠା ପ୍ରସ୍ତାବରେ ଏହାକୁ ନିନ୍ଦା କରିଛି ରାଜ୍ୟ କାର୍ଯ୍ୟ କାରିଣୀ। ହକି ବିଶ୍ୱକପରେ କେତେ ଟଙ୍କା ଖର୍ଚ୍ଚ ହେଉଛି ତାହା ପ୍ରଶ୍ନବାଚୀ। ବିର୍ଷା ମୁଣ୍ଡା ହକି ଷ୍ଟାଡିୟମ ହେଲା କିନ୍ତୁ ବିଜ୍ଞାପନରେ ତାଙ୍କ ଫଟୋ ରହିଲା ନାହିଁ। ମୋଦୀଙ୍କ ଟଙ୍କାରେ ଷ୍ଟାଡିୟମ ହେଲା ଡିଏମଫ ଫଣ୍ଡର ବ୍ୟବହାର ହେଲା। କିନ୍ତୁ ରାଜ୍ୟ ସରକାର ନିଜ ନାଁରେ ପ୍ରଚାର କଲେ। ୧୬୮ କୋଟି ଟଙ୍କାର ହୋଟେଲ କରିଛନ୍ତି । ତାହା ବି ସନ୍ଦେହ ସୃଷ୍ଟି କରିଛି ଏବଂ ତଦନ୍ତ ହେବାର ଆବଶ୍ୟକତା ରହିଛି । ଏ ସବୁ ପ୍ରସଙ୍ଗକୁ ନେଇ ବିଜେପି ଲୋକଙ୍କ ପାଖକୁ ଯିବ।

Spread the love