ପୁରୁଣା କାନ୍ଥରେ ଦିଆଯାଇଛି ନୂଆ ରଙ୍ଗ : ବିରୋଧୀ ଦଳ ମୁଖ୍ୟ ସଚେତକ

ଭୁବନେଶ୍ବର ୧୫।୭: ରୂପାନ୍ତରୀକରଣ ନାଁରେ କେବଳ ଆଇୱାସ ଚାଲିଛି ।  ପୁରୁଣା କାନ୍ଥରେ ନୂଆ ରଙ୍ଗ ଦିଆଯାଇଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି । ସ୍କୁଲରେ ଶିକ୍ଷକ ନାହାନ୍ତି, କହି ବିରୋଧୀ ସରକାରଙ୍କୁ କରିଛନ୍ତି ଟାର୍ଗେଟ। ବିଭିନ୍ନ ସ୍କୁଲର ବିଭିନ୍ନ ପଦ ପଦବୀରେ ୬୧ ହଜାର ୮୩୬ଟି ପଦବୀ ଖାଲି ପଡ଼ିଛି। ୨୯% ସ୍କୁଲରେ ବିଜୁଳି ନାହିଁ, ୬% ସ୍କୁଲରେ ଇଣ୍ଟରନେଟ୍ ସେବା ନାହିଁ। ରାଜ୍ୟର ୨୯୮ସ୍କୁଲର ୫୮୭୪ଟି ଶ୍ରେଣୀ ଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ୫ଟି  ରୂପାନ୍ତରୀକରଣ ହାଇସ୍କୁଲରେ  ଅଷ୍ଟମ, ନବମ ଓ ଦଶମ ସ୍କୁଲ ପାଇଁ ଶିକ୍ଷକ ନହାନ୍ତି । ଏପରିକି ଅନେକ ସ୍କୁଲରେ ପୁରୁଣା କାନ୍ଥରେ ରଙ୍ଗ ମରାଯାଇଛି ଓ ପୁରୁଣା ସାଇକେଲ ଷ୍ଟାଣ୍ଡକୁ ନୂଆ ରଙ୍ଗ ଦେବା ସହ ପୁରୁଣା ଟାଇଲରେ ରଙ୍ଗୀନ କରାଯାଇ ନୂଆ ବୋଲି ଦର୍ଶାଯାଇଛି। ସାମାନ୍ୟ କାଳବୈଶାଖୀରେ ଭିତ୍ତିଭୂମି ମାଟିରେ ଲୋଟି ପଡ଼ିଛି। ଏଥିରୁ ପ୍ରମାଣିତ ହେଉଛି କି ୫ଟି ସ୍କୁଲ କେତେ ଗୁଣାତ୍ମକରେ ହୋଇଛି। ଠିକାଦାରମାନେ କେବଳ ନିମ୍ନମାନର କାର୍ଯ୍ୟ କରିଦେଇ ବାବୁମାନଙ୍କୁ ଭାଗ ଦେଇ ଅର୍ଥକୁ ଆତ୍ମସାତ କରିଥିବା ମୁଲତବୀ ପ୍ରସ୍ତାବରେ ଭାଗ ନେଇ ଏଭଳି ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି।

Spread the love