ସହିଦଙ୍କ ପରିବାର ପ୍ରତି ସମ୍ବେଦନଶୀଳ ହୁଅନ୍ତୁ ରାଜ୍ୟ ସରକାର: ମୋହନ ନନ୍ଦ

ଭୁବନେଶ୍ୱର, ତା.୨୮/୦୪: ଓଡିଶା ସରକାର ଯବାନ ଓ ସହିଦମାନଙ୍କ ପ୍ରତି ହୀନମନ୍ୟତା ମନୋବୃତି ରଖିବା ସହ ତାଙ୍କ ପରିବାର ପ୍ରତି ସମ୍ମାନ ଦେବାରେ ଅବହେଳା କରୁଛନ୍ତି । ଯାହାର ଉଦାହରଣ ଗତ ୨୨ତାରିଖରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଅଂଚଳର ସହିଦ ଦେବାଶିଷ ବିଶ୍ୱାଳ । ସହିଦ ବିଶ୍ୱାଳ ଦେଶ ପାଇଁ ନିଜର ଜୀବନ ଦେଲେ କିନ୍ତୁ ମୁଖ୍ୟମନ୍ତ୍ରୀ ଶେଷ ଦର୍ଶନ ନକରିବା ଅତ୍ୟନ୍ତ ଦୁଃର୍ଭାଗ୍ୟର ବିଷୟ । ସହିଦ ଦେବାଶିଷଙ୍କ ୩ମାସର ଝିଅ ଅଛି ହେଲେ ମୁଖ୍ୟମନ୍ତ୍ରୀ ମାତ୍ର ୨୫ଲକ୍ଷ ଟଙ୍କା ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି । କିନ୍ତୁ ଆଉ ୪ଜଣ ସହିଦଙ୍କ ପରିବାରକୁ ପଞ୍ଜାବ ସରକାର ଭେଟି ସମବେଦନା ଜଣାଇବା ସହ ୧କୋଟି ଟଙ୍କା ଲେଖାଏଁ ସହାୟତା ରାଶି ଦେବେ ବୋଲି ଘୋଷଣା କରିଛନ୍ତି । ଏଥିସହ ସହିଦ ପରିବାରର ଜଣେ ବ୍ୟକ୍ତିଙ୍କୁ ସରକାରୀ ନିଯୁକ୍ତି ଦେବେ ବୋଲି ପଞ୍ଜାବ ସରକାର ପ୍ରତିଶ୍ରୁତି ଦେଇଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସହିଦ ଦେବାଶିଷଙ୍କ ପ୍ରାର୍ଥୀବ ଶରୀରକୁ ଶ୍ରଦ୍ଧାଞ୍ଜଳୀ ନଦେବା ଯବାନଙ୍କ ପ୍ରତି ଉଦାସିନତା ମନୋଭାବ ଦର୍ଶାଉଛି ବୋଲି ଅବସରପ୍ରାପ୍ତ କର୍ଣ୍ଣେଲ ମୋହନ ନନ୍ଦ କହିଛନ୍ତି ।
ଶ୍ରୀ ନନ୍ଦ କହିଛନ୍ତି ଯେ, ଓଡ଼ିଶାର ବୀରପୁତ୍ରମାନେ ନିଜର ଯୌବନକୁ ଉତ୍ସର୍ଗ କରୁଛନ୍ତି ଦେଶସେବାରେ କିନ୍ତୁ ମୁଖ୍ୟମନ୍ତ୍ରୀ ସହିଦଙ୍କ ପ୍ରତି ଅବହେଳା କରୁଛନ୍ତି । ରାଜ୍ୟ ସରକାର ସହିଦଙ୍କ ପରିବାର ପ୍ରତି ସମ୍ବେଦନ ହେଲେ ଆଗାମୀ ଦିନରେ ଓଡ଼ିଶାରୁ ଦେବାଶିଷଙ୍କ ଭଳି ଅନେକ ଲଢ଼ୁଆ ପୁଅ ଦେଶ ପାଇଁ ଲଢ଼ିବାକୁ ଆସିବେ ବୋଲି ପରାମର୍ଶ ଦେଇଛନ୍ତି ।
ଏହି ଅବସରରେ କାର୍ଯ୍ୟରତ ସେନା ପରିବାରର ସଦସ୍ୟା ତଥା ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ ଉପସ୍ଥିତ ଥିଲେ ।

Spread the love