୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ

ଭୁବନେଶ୍ବର ୯।୧୨: ମହାନଦୀରେ ଜଳପ୍ରବାହ ରୋକିବାକୁ ଛତିଶଗଡ଼ ସରକାର ପାଖାପାଖି ୫୧୬ ଚେକ୍ ଡ୍ୟାମ୍ କରିଛନ୍ତି । ଏହି ଚେକ୍ ଡ୍ୟାମ୍ ନିର୍ମାଣ ଦ୍ବାରା ବାସ୍ତବରେ ଅଣମୌସୁମୀ ସମୟରେ ହୀରାକୁଦଠାରେ ମହନଦୀକୁ ଜଳ ପ୍ରବାହ କମିଛି । ହୀରାକୁଦ ଜଳଭଣ୍ଡାରକୁ ୨ ମିଲିୟନ ଏକର ଫୁଟ ମୌସୁମୀ ଜଳ ପ୍ରବାହ ଆସିବାକୁ ଥିବାବେଳେ ଗତ ୧୯୯୧-୯୨ରୁ ୨୦୦୪-୦୫ ମଧ୍ୟରେ ହାରାହାରି ୪ ପ୍ରତିଶତ ଏବଂ ୨୦୦୫-୦୬ରୁ ୨୦୧୫-୧୬ ମଧ୍ୟରେ ୩୭ ପ୍ରତିଶତ କମିଛି ।

ସେହିପରି ୨୦୧୬-୧୭ରେ ୬୫ ପ୍ରତିଶତ, ୨୦୧୭-୧୮ରେ ୬୧ ପ୍ରତିଶତ, ୨୦୧୮-୧୯ରେ ୫୭ ପ୍ରତିଶତ ଏବଂ ୨୦୧୯-୨୦ରେ ୩ ପ୍ରତିଶତ ଜଳପ୍ରବାହ କମିଛି। ଗୃହରେ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ।

Spread the love