ମହାନଦୀ ଜଳ ବିବାଦ ମାମଲା, ମାର୍ଚ୍ଚ ୧୨କୁ ଘୁଞ୍ଚିଲା ଶୁଣାଣୀ

ନୂଆଦିଲ୍ଲୀ ୧୨।୦୨: ମହାନଦୀ ଜଳ ବିବାଦ ମାମଲା । ପୁଣି ଘୁଞ୍ଚିଲା ଜଳ ବିବାଦର ଶୁଣାଣି । ଆସନ୍ତା ୧୨କୁ ଘୁଞ୍ଚିଲା ମାମଲାର ପରବର୍ତ୍ତୀ ଶୁଣାଣି ।

ତେବେ ଟ୍ରିବୁନାଲଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଦୁଇ ରାଜ୍ୟ ତାଙ୍କର ସବିଶେଷ  ତଥ୍ୟ ଦାଖଲ କରିଛନ୍ତି I ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୨ରେ ହେବ I  ଟ୍ରିବୁନାଲ ସେଣ୍ଟ୍ରାଲ ୱାଟର ଏଜେନସିଙ୍କୁ  ଏକ ମାସ ଭିତରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି  I ମୋଟ ୯ଟି ସେଣ୍ଟ୍ରାଲ ୱାଟର ଏଜେନ୍ସି ମଧ୍ୟରୁ ୫ଟି ରିପୋର୍ଟ ଦାଖଲ କରି ସାରିଛନ୍ତି I  ବାକି ଏଜେନ୍ସିଙ୍କୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ ।

ଅପରପକ୍ଷେ, ୨୦୧୮ ମାର୍ଚ୍ଚ ୧୨ରୁ ଗଠିତ ଟ୍ରିବ୍ୟୁନାଲର ପ୍ରଥମ ୩ ବର୍ଷର ଅବଧି ଚଳିତ ବର୍ଷ ମାର୍ଚ୍ଚ ୧୧ରେ ଶେଷ ହୋଇଯାଇଥିବାରୁ ନିକଟରେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲର ଅବଧିକୁ ଆଉ ଦୁଇବର୍ଷ ବଢାଇ ଦେଇଛନ୍ତି ।

Spread the love