ମହାପ୍ରଭୁଙ୍କ ନାଗାର୍ଜ୍ଜୁନ ବେଶ’ ଗ୍ରନ୍ଥ ଉନ୍ମୋଚିତ

ଭୁବନେଶ୍ୱର,୧୭/୧୨: ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ମୁଖ୍ୟ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ “ମହାପ୍ରଭୁଙ୍କ ନାଗାର୍ଜ୍ଜୁନ ବେଶ -୨୦୨୦’ ଗ୍ରନ୍ଥ ଉନ୍ମୋଚିତ ହୋଇଯାଇଛି । ସୋଆର ପ୍ରତିଷ୍ଠାତା ତଥା ସୁମା ରିଅଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ପ୍ରଫେସର ଡ. ମନୋଜରଞ୍ଜନ ନାୟକ ଏହାକୁ ଉନ୍ମୋଚନ କରିଥିଲେ ।

ପୁସ୍ତକଟି ଓଡ଼ିଶାର ବିଶିଷ୍ଟ ଜଗନ୍ନାଥ ସଂସ୍କୃତିବିତ୍‌ ଗବେଷକ ଡ. ଭାସ୍କର ମିଶ୍ରଙ୍କ ରଚିତ ଓ ‘ପ୍ରମେୟ’ ଫଟୋ ସାମ୍ବାଦିକ କାର୍ତ୍ତିକ ସେନାପତିଙ୍କ ପ୍ରଦତ୍ତ ସଚିତ୍ର ଫଟୋରେ ସଜ୍ଜିତ । ଗ୍ରନ୍ଥ ଉନ୍ମୋଚନ ସମାରୋହରେ ବିଶିଷ୍ଟ ଅତିଥି ଭାବେ ସୋଆ କୁଳପତି ପ୍ରଫେସର ଡା. ଅଶୋକ କୁମାର ମହାପାତ୍ର, ଆଇଟିଇଆର୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ନୀଳାଦ୍ରି ଟ୍ରଷ୍ଟର ସଂଗଠନ ସମ୍ପାଦକ ନନ୍ଦକିଶୋର ଜେନା, ‘ପ୍ରମେୟ’ ବ୍ୟୁରୋ ଚିଫ୍‌ ଦେବେନ୍ଦ୍ର ସୁଆର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଶ୍ରୀକ୍ଷେତ୍ରର ଅଗ୍ରଣୀ ଶ୍ରୀଜଗନ୍ନାଥ ଚେତନା ଭିତ୍ତିକ ପ୍ରକାଶନ ସଂସ୍ଥା ଶ୍ରୀପୁରୁଷୋତ୍ତମ ସଦ୍‌ଗ୍ରନ୍ଥାଳୟ ପକ୍ଷରୁ ପ୍ରକାଶିତ ଏହି ଉପାଦେୟ ଗ୍ରନ୍ଥଟିରେ ନାଗାର୍ଜ୍ଜୁନ ବେଶର ଉତ୍ପତ୍ତି, ବେଶ ସମ୍ବନ୍ଧୀୟ ବିବରଣୀ ସମେତ ଦୁର୍ଲଭ ଫଟୋଚିତ୍ର ସନ୍ନିବେଶିତ ହୋଇଛି ।

ସୂଚନାଯୋଗ୍ୟ, ୨୦୨୦ ମସିହାରେ ପୁରୀ ଶ୍ରୀମନ୍ଦିରରେ ବିନା ଭକ୍ତରେ ଏହି ଦିବ୍ୟ ବେଶ ଅନୁଷ୍ଠିତ ହୋଇଥିଲା । ସୁତରାଂ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଶ୍ରୀଜଗନ୍ନାଥ ପ୍ରେମୀମାନଙ୍କ ନିର୍ମିତ ଏହି ଗ୍ରନ୍ଥଟିକୁ ରଚନା କରାଯାଇଛି ।

Spread the love