ଜେଡିୟୁ ସାଂସଦ ମହେନ୍ଦ୍ର ପ୍ରସାଦଙ୍କ ପରଲୋକ

ନୂଆଦିଲ୍ଲୀ,୨୭।୧୨: ଜନତା ଦଳ ୟୁନାଇଟେଡ ରାଜ୍ୟସଭା ସାଂସଦ ତଥା ଶିଳ୍ପପତି ମହେନ୍ଦ୍ର ପ୍ରସାଦଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ଅସୁସ୍ଥତା କାରଣରୁ ତାଙ୍କର ଗତକାଲି ରାତିରେ ଦେହାନ୍ତ ହୋଇଛି । ମହେନ୍ଦ୍ର ପ୍ରସାଦ ବିହାରର ସାତଥର ରାଜ୍ୟସଭା ଏମ୍‌ପି ଥିଲେ ଏବଂ ଥରେ ଲୋକ ସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ।

ସେ ଦୀର୍ଘ ଦିନ ଧରି ଦଳ ସହ ଜଡିତ ରହିଥିଲେ ଏବଂ ରାଜ୍ୟରେ ଏହାର ଭାଗ୍ୟ ହ୍ରାସ ପାଇବାରୁ ସେ ତାଙ୍କ ବିଶ୍ୱସ୍ତତାକୁ ସ୍ଥାନାନ୍ତର କରିଥିଲେ। ୧୯୮୦ରେ କଂଗ୍ରେସ ପାଇଁ ଲୋକସଭାରୁ ନିର୍ବାଚିତ ହୋଇଥିଲେ । ୧୯୮୪ ସାଧାରଣ ନିର୍ବାଚନରେ ​​ହାରିଥିଲେ କିନ୍ତୁ ୧୯୮୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଦ୍ବାରା ରାଜ୍ୟସଭା ପାଇଁ ମନୋନୀତ ହୋଇଥିଲେ। ଏହା ପରଠାରୁ ପ୍ରସାଦ ଆଜି ପର୍ଯ୍ୟନ୍ତ ରାଜ୍ୟସଭାର ସଦସ୍ୟ ରହିଆସିଛନ୍ତି। କଂଗ୍ରେସ ଏବଂ ଜେଡିୟୁ ବ୍ୟତୀତ ପ୍ରସାଦଙ୍କୁ ରାଜ୍ୟସଭାରେ ଜନତା ଦଳ ଏବଂ ରାଷ୍ଟ୍ରୀୟ ଜନତା ଦଳ ମନୋନୀତ କରିଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ବିବାହର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ସମବେଦନା ଜଣାଇଛନ୍ତି ।

Spread the love