ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଅପାରଗତା କାରଣରୁ କେନ୍ଦ୍ର ଯୋଜନାରୁ ବଂଚିତ ଓଡିଶାବାସୀ: ମନମୋହନ ସାମଲ

ଭୁବନେଶ୍ୱର, ତା.୦୩/୦୭: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୧୪ରେ ଶାସନ ଗାଦିକୁ ଆସିବା ପରେ ବିକାଶ ମୂଳକ ଯୋଜନା, ଭିତିଭୂମି ନିର୍ମାଣ, ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସହ ଓଡିଆ ଲୋକଙ୍କୁ ଜାତୀୟ ସ୍ତରରେ ସମ୍ମାନିତ କରିଛନ୍ତି । ମୋଦିଜୀ ଓଡ଼ିଶାର ଉନ୍ନତୀ ଓ ଗରିବଙ୍କ ପାଇଁ ହାତ ଖୋଲା କରି ଟଙ୍କା ଦେଉଛନ୍ତି କିନ୍ତୁ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଅପାରଗତା କାରଣରୁ ଓଡ଼ିଶାବାସୀଙ୍କୁ ସୁବିଧାରୁ ବଂଚିତ କରୁଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଶ୍ରୀ ମୋଦିଙ୍କ ବିଗତ ୯ବର୍ଷ ଶାସନରେ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ, କର୍ତବ୍ୟ ପ୍ରତି ନିଷ୍ଠା, ଦେଶର ବିକାଶକୁ ନୂଆ ପରିଭାଷା ଦେଇଛି । ଦେଶରେ ସେବା, ସୁଶାସନ, ଗରିବ କଲ୍ୟାଣର ଏକ ଧାରା ପ୍ରବାହିତ ହେବା ସହ ବିଦେଶରେ ଭାରତର ଗୌରବ ବଢ଼ିଛି । ମୋଦିଜୀଙ୍କ ୯ବର୍ଷର ଏହି ସଫଳତାକୁ ଘରେ ଘରେ ପଂହଚାଇବା ପାଇଁ “ମହା ଜନସଂପର୍କ ଅଭିଯାନ” ଚାଲିଛି । ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଭୂଇଁବୃତି ପଂଚାୟତ ସ୍ଥିତ ନୂଆଗାଁର ୧୬୫, ୧୬୭ ଓ ଜଗନ୍ନାଥପୁରର ୧୬୬ନମ୍ବର ବୁଥରେ ଘରକୁ ଘର ବୁଲି ମହା ଜନସମ୍ପର୍କ ଅଭିଯାନରେ ସାମିଲ ହୋଇଛନ୍ତି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ।
ମୋଦିଜୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ୨୮ଲକ୍ଷରୁ ଅଧିକ ମାଗଣା ଘର ମିଳିସାରିଛି । ସେହିପରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୩କୋଟି ୨୫ଲକ୍ଷ ଲୋକଙ୍କୁ ମାଗଣା ଚାଉଳ, ସ୍ୱଚ୍ଛ ଭାରତ ନିର୍ମାଣ ଯୋଜନାରେ ୭୭ଲକ୍ଷ ପରିବାରକୁ ମାଗଣା ଶୌଚାଳୟ, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୫୪ଲକ୍ଷ ପରିବାରକୁ ମାଗଣା ଗ୍ୟାସ, ସୌଭାଗ୍ୟ ଯୋଜନାରେ ୨୪ଲକ୍ଷ ପରିବାରକୁ ମାଗଣା ବିଦ୍ୟୁତ, ଜଳ ଜୀବନ ମିଶନରେ ୫୩ଲକ୍ଷ ପରିବାକୁ ଟ୍ୟାପ ପାଣି, ମନରେଗା ଯୋଜନାରେ ୨୬ହଜାର ୧୬୬କୋଟି ଓ ଅମୃତ ସରୋବର ଯୋଜନାରେ ୪୫୪୮ଟି ଜଳାଶୟ ଖନନ କରିଛନ୍ତି ମୋଦି ବୋଲି ଘର ଘର ବୁଲି ଲୋକଙ୍କୁ ବୁଝାଉଛନ୍ତି ଶ୍ରୀ ସାମଲ ।
ମୋଦିଜୀ ସଶକ୍ତ ମାତୃଶକ୍ତି ଓ ଶିଶୁଙ୍କ ବିକାଶ ପାଇଁ ପୋଷଣ ଅଭିଯାନରେ ମାଆ ଓ ଶିଶୁ ଖାଦ୍ୟ ଓ ଔଷଧ ବାବଦକୁ ୧୨,୯୨୦କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । କୃଷକଙ୍କ ପାଇଁ ଯୋଜନା କରିବା ସହ ଓଡ଼ିଶାରେ ଭିତିଭୂମି ନିର୍ମାଣ ମୋଦି ସରକାରଙ୍କ ପ୍ରାଥମିକତା । ମୋଦି ସରକାରରେ ଓଡ଼ିଆ ସମ୍ମାନିତ ହେବା ସହ ଓଡିଆ ଘରର ମାଣବନା, ଛଉ ନାଚ ଓ ରାବଣ ଛାୟାକୁ କେନ୍ଦ୍ରୀୟ ମାନ୍ୟତା ଦେଇଛନ୍ତି । ମୋଦିଜୀଙ୍କ ହାତମୁଠାକୁ ସଶକ୍ତ କରିବା ପାଇଁ ଜନତାଙ୍କୁ ଅନୁରୋଧ କଲେ ଶ୍ରୀ ସାମଲ ।
ଶ୍ରୀ ସାମଲ ଆଜି ମହା ଜନସମ୍ପର୍କ ଅଭିଯାନ ବେଳେ ଜଗନ୍ନାଥପୁର ପ୍ରାଥମିକ ବଦ୍ୟାଳୟର ଉନ୍ନତି କାରଣ ନିମନ୍ତେ ସ୍କୁଲର ପ୍ରଧାନଶିକ୍ଷକଙ୍କ ସହିତ ଆଲୋଚନା କରିଥିଲେ । ଆଗାମୀ ଦିନରେ ଛାତ୍ରଛାତ୍ରୀ କିଭଳି ସୁରକ୍ଷିତ ପାଠ ପଢ଼ି ରାଜ୍ୟକୁ ଆଗକୁ ନେବେ ସେ ନେଇ ଆଲୋଚନା କରିଥିଲେ ।

Spread the love