ରେଳ ପରିବହନ କ୍ଷେତ୍ରରେ ଓଡିଶାର ଭୂମିକା ବୃଦ୍ଧି ପାଇବ ଏବଂ ଆର୍ଥୀକ କ୍ଷେତ୍ରରେ ଓଡିଶା ଆହୁରି ସୁଦୃଢ ହେବ : ମନମୋହନ ସାମଲ

ଭୁବନେଶ୍ୱର, ତା.୧୭/୦୮: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହାରେ ଶାସନକୁ ଆସିବା ପରେ ପୂର୍ବଦ୍ୟୋୟ ଭାରତର ବିକାଶକୁ ପ୍ରଧାନ୍ୟ ଦେଇ ଆସୁଛନ୍ତି ଏବଂ ଏଥି ସହ ଓଡିଶାର ବିକାଶକୁ ଅଗ୍ରାଧିକାର ଦେଉଛନ୍ତି । ବିଶେଷ ଭାବେ ରେଳବାଇ ବିକାଶ କ୍ଷେତ୍ରରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ । ରେଳଯାତ୍ରୀଙ୍କ ସୁବିଧା ଓ ଗମନାଗମନ ସହିତ ରେଳବାଇ ପରିବହନ ବ୍ୟବସ୍ଥାକୁ ଆହୁରି ଅଧିକ ସୁଦୃଢ କରିବା ପାଇଁ ଗତ ୯ ବର୍ଷରେ ମୋଦି ସରକାର ଓଡିଶାକୁ ପର୍ଯ୍ୟାପ୍ତ ପରିମାଣର ଆର୍ଥୀକ ଅନୁଦାନ ଦେଇଛନ୍ତି । ଓଡିଶାର ରେଳ ଭିତିଭୂମିକୁ ଆହୁରି ସୁଦୃଢ କରିବା ଉଦ୍ଦ୍ୟେଶରେ ଏକ ଐତିହାସିକ ନିଷ୍ପତିକୁ ଗତକାଲି କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ଓଡିଶାରେ ଏବେ ରେଳ ନେଟ୍‌ୱାର୍କ ବିସ୍ତାର ହେବା ଫଳରେ ଯାତ୍ରୀ ଏବଂ ମାଲ୍ ପରିବହନ ସହଜ ହେବ । ଖଣିଜ ସଂପଦ ଭରା ଓଡିଶାର କୋଇଲା, ଇସ୍ପାତ ଓ ଅନ୍ୟାନ୍ୟ ଖଣିଜ ପଦାର୍ଥ ସମେତ ସାର ପରିବହନର ଗତିକୁ ବୃଦ୍ଧି କରିବା ଉଦ୍ଦ୍ୟେଶରେ ୪୧୭.୬ କିଲୋମିଟର ଲମ୍ବ ‘ନିର୍ଗୁଣ୍ଡି–ବାରଙ୍ଗ’ ଏବଂ ‘ଖୋର୍ଦ୍ଧା ରୋଡ–ବିଜୟନଗରମ୍‌’ ତୃତୀୟ ରେଳଲାଇନ ନିର୍ମାଣ ସକାଶେ ୫୬୧୮.୨୬ କୋଟି ଟଙ୍କା ଅନୁମୋଦନ ମିଳିଛି । ଏହା ନିର୍ମାଣ ଫଳରେ ରେଳ ପରିବହନ କ୍ଷେତ୍ରରେ ଓଡିଶାର ଭୂମିକା ବୃଦ୍ଧି ପାଇବ ଏବଂ ଆର୍ଥୀକ କ୍ଷେତ୍ରରେ ଓଡିଶା ଆହୁରି ସୁଦୃଢ ହୋଇପାରିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଏହି ଅବସରରେ ଶ୍ରୀ ସାମଲ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ରାଜ୍ୟବାସୀଙ୍କ ତରଫରୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ।

Spread the love