ପାଗଳ ମାଙ୍କଡ଼ କାମୁଡ଼ାରେ ୬ ଜଣ ଗୁରୁତର

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳ  ରେଞ୍ଜ ଅଧୀନ ହାଟବରଡିରେ ପାଗଳ ମାଙ୍କଡ ଆତଙ୍କ ଦେଖିବାକୁ ମିଳିଛି। ଆଜକୁ ୪ ଦିନରେ ମାଙ୍କଡ଼ କାମୁଡ଼ାରେ ଶୀକାର ହେଲେଣି  ୬ ରୁ ଅଧିକ ଲୋକେ । ଯାହା ଫଳରେ ଗାଁରେ ଖେଳି ଯାଇଛି ଆତଙ୍କ।  ଦିନ ଦ୍ୱିପ୍ରହରରେ କୌଣସି କାର୍ଯ୍ୟରେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି । ଗତ କାଲି ସଂଧ୍ୟ୍ୟାରେ ମାଙ୍କଡ ଆକ୍ରମଣରେ  ୨ ଜଣ  ଗୁରୁତର ଆହତ ହୋଇ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ  ଭର୍ତ୍ତି  ହୋଇଥିଲେ ।

ଗୁରୁତର ଦ୍ୱୟ  ରଜନୀ ପରିଡା ୭୦ ବର୍ଷ ଓ ଦିଗମ୍ବର ପରିଡା ୭୬ ବର୍ଷ ବୋଲି ଜଣା ପଡିଛି । ଗୁରୁତର ଦ୍ୱୟଙ୍କୁ ପ୍ରଥମେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକା ଖରାପ ହେବାରୁ ସେମାନଙ୍କୁ ତୁରନ୍ତ ଭୁବନେଶ୍ୱର ଏମସ୍ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବୃଦ୍ଧା ରଜନୀ ପରିଡାଙ୍କର କାନ, ମୁଣ୍ଡରେ ଗଭୀର କ୍ଷତ ହୋଇଥିବା ବେଳେ ବୃଦ୍ଧ ଦିଗମ୍ବର ପରିଡାଙ୍କର ଗୋଡରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି। ତେଣୁ ମାଙ୍କଡକୁ ଟାଙ୍ଗୀ ବନ ବିଭାଗ କାବୁ କରିବାକୁ ସ୍ଥାନୀୟ ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love