15 ଲକ୍ଷ 31 ହଜାର ଟଙ୍କା ଜବତ କଲା ପୋଲିସ

ନିର୍ବାଚନ ପାଖେଇ ଆସୁଥିବା ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଟଙ୍କା ଜବତ ହେବାରେ ଲାଗିଛି । ପ୍ରତ୍ୟେକ ଦିନ କେଉଁଠାରୁ ନା କେଉଁଠାରୁ ଟଙ୍କା ଜବତ ହେବାର ଖବର ଆସିଛି । ତେବେ ମିଳିଥିବା ସୂଚନା ଅନୁସାରେ, ଯାଜପୁରରୁ ବିପୁଳ ପରିମାଣର ଟଙ୍କା ଜବତ ହୋଇଛି । ଫ୍ଲାଇଂ ସ୍କ୍ୱାର୍ଡ ଓ ସୁକିନ୍ଦା ପୋଲିସ ଯାଂଚ କରୁଥିବା ବେଳେ ଗରାମିଆ ରେଙ୍ଗାଳି ବନ୍ଧ ଉପରେ ଯାଉଥିବା ଏକ ଗାଡିରୁ 15 ଲକ୍ଷ 31 ହଜାର ଟଙ୍କା ଜବତ କରିଛି । ଏନଇସିସି ନାମକ କମ୍ପାନୀ ଏହି ଟଙ୍କା ନେଇ ଯାଉଥିଲା । କୌଣସି ରାଜନୈତିକ ଦଳ ନିର୍ବାଚନ ପାଇଁ ନିକଟସ୍ଥ ଗାଁକୁ ଏହି ଟଙ୍କା ନେଇଯାଉଥିବା ନେଇ ସନ୍ଦେହ ପ୍ରକାଶ ପାଇଛି ।

ଡ୍ରାଇଭର ସମେତ ୩ ଜଣଙ୍କୁ ଅଟକ ରଖିଛି କାଳିଆପାଣି ପୋଲିସ । ଏହା ସହ ଟଙ୍କା ନେଇ ଯାଉଥିବା ଓଡି-33-ଟି-7608 ନମ୍ବରର ବୋଲେରୋ ଗାଡିକୁ ମଧ୍ୟ ଜବତ କରିଛି ପୋଲିସ । ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ତେବେ ଏତେ ପରିମାଣରେ ଟଙ୍କା କେଉଁଠାରୁ ଆସିଥିଲା ଓ କାହା ପାଖକୁ ଯାଉଥିଲା ସେ ସମ୍ପର୍କରେ କୌଣସି ସୁରାଗ ମିଳିନାହିଁ । କିନ୍ତୁ ଏତେ ପରିମାଣରେ ଟଙ୍କା ଗାଡିରେ ଥିବାରୁ ତାହା ପୁଣି ନିର୍ବାସମୟରେ ହୋଇଥିବାରୁ ପୋଲିସର ସନ୍ଦେହ ବଢିଛି ।

Spread the love