ମିଳିଗଲା ‘ଟଙ୍କା ଗଛ’!

ଘରେ ହେଉ ବା ବାହାରେ ଯାହାକୁ ବି ପଇସା ମାଗିଲେ ଗୋଟିଏ ଉତ୍ତର ଶୁଣିବାକୁ ମିଳେ ‘‘ପଇସା କ’ଣ ଗଛରେ ଫଳେ, ଯେ ତୋଳିକି ଦେଇଦେବି’’। ଆମେମାନେ କେବେ ନା କେବେ ଏଭଳି ଉତ୍ତର ନିହାତି ପାଇଥିବା। ତେବେ ବର୍ତ୍ତମାନ ଏହି କଥା ସତ ହୋଇଯାଇଥିବା ଦେଖିବାକୁ ମିଳିଛି। ଟଙ୍କାର ବୃକ୍ଷ ଏବେ ମିଳିଯାଇଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଟିକ୍‌ଟକ୍‌ରେ ଏବେ ଏହି ଟଙ୍କା ଗଛର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ମୁହଁରେ କପଡ଼ା ବାନ୍ଧି ଏକ ଗଛକୁ ଦେଖାଉଛନ୍ତି। ଗଛରେ ବହୁତ ଗୁଡାଏ ରେଜା କଏନ୍‌ ଲାଗିଛି। ଏବେ ଯଦି କେହି ଆପଣଙ୍କୁ ଟଙ୍କା ଗଛ କଥା କହିବ, ତେବେ ତାକୁ ଆପଣ ଏହି ଭିଡିଓ ଦେଖାଇପାରିବେ।

Spread the love