ମାଲକାନଗିରିର ମୋନିକା ଏବେ ତେଲଗୁ ଫିଲ୍ମର ନାୟିକା

ଭୁବନେଶ୍ବର: ମାଲକାନଗିରିର ଝିଅ ମୋନିକା ଏବେ ତେଲଗୁ ଫିଲ୍ମର ନାୟିକା। ମାଲକାନଗିରି କାଲିମେଳା ବ୍ଲକ ଏମ୍ଭି ୭୫ ଗାଁର ମୋନିକା ସମାଦ୍ଦାର। ତେଲଗୁ ଫିଲ୍ମରେ ଅଭିନୟ କରି ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି ସେ। ଶ୍ରୀ ଶ୍ରୀନିବାସ କ୍ରିଏସନ୍ ଦ୍ୱାରା ନିର୍ମିତ ତେଲଗୁ ଚଳଚ୍ଚିତ୍ର ‘ଗାରାଗା’ରେ ନାୟିକା ଭାବେ ସେ ନଜର ଆସିବେ। ଏହି ଫିଲ୍ମର ସୁଟିଂ ଏବେ ଆନ୍ଧ୍ରପ୍ରଦେଶରେ ଚାଲିଛି।

ମୋନିକାଙ୍କ ବାପା ଗୌତମ ସମାଦ୍ଦାର ପେସାରେ ଜଣେ ବ୍ୟବସାୟୀ। ବଡ଼ଭାଇ ହାଇଦ୍ରାବାଦର ଏକ ଏକ କମ୍ପାନୀରେ କାମ କରନ୍ତି। ମାଲକାନଗିରିରେ ପାଠପଢ଼ା ଶେଷ କରିବା ପରେ ହାଇଦ୍ରାବାଦ ଯାଇ ଡ୍ୟାନ୍ସ ଶିଖିଥିଲେ। ଦୁଇ ବର୍ଷ ଡ୍ୟାନ୍ସ ଶିଖିବା ପରେ ତାଙ୍କୁ ଧାରାବାହିକରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ତାଙ୍କ ଅଭିନୟ ଓ ସୌନ୍ଦର୍ଯ୍ୟ ତେଲଗୁ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କୁ ଆକର୍ଷିତ କରିଥିଲା। ଏବେ ତାଙ୍କୁ ସେଠାକାର ସିନେମାରେ ନାୟିକା ଭୂମିକାରେ ସୁଯୋଗ ମିଳିଛି ।

Spread the love