ମଙ୍କିପକ୍ସ ସଂକ୍ରମଣ : ବିଶ୍ବ ସ୍ବାସ୍ଥ୍ୟ ଜରୁରୀପରିସ୍ଥିତି ଘୋଷଣା କଲା ‘ହୁ’

ନୂଆଦିଲ୍ଲୀ : ବିଶ୍ବରେ ମଙ୍କିପକ୍ସ ମାମଲା ଚିନ୍ତାଜନକ ଭାବେ ବଢିଚାଲିଥିବା ବେଳେ ଭାରତରେ ମଧ୍ୟ ଏହା ନିଜର କାୟାବିସ୍ତାରିଛି।ଆଜି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଏହାକୁ ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ବୋଲି ଘୋଷଣା କରିଛି ।ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟ୍ରେଡୋସ ଆଧାନମ ଘେବ୍ରୟସ କହିଛନ୍ତି ମଙ୍କିପକ୍ସ ସଂକ୍ରମଣ ବିଶ୍ବରେ ଚିନ୍ତାଜନକ ଭାବେ ଏକ ଜନସ୍ବାସ୍ଥ୍ୟ  ବିପଦ ସୃଷ୍ଟି କରିଛି । ଏବେ ବିଶ୍ବରେ ମଙ୍କିପକ୍ସ ୭୫ଟି ଦେଶକୁ ବ୍ୟାପିଯାଇଛି ଓ ମୋଟ ୧୬ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ଓ ୬ ଜଣ ମୃତ୍ୟୁବରଣ କରିଛନ୍ତି । ଏଣୁ ଏହାକୁ ନେଇ ଚିନ୍ତା ବଢିଯାଇଛି । ଭାରତରେ ଏପର୍ଯ୍ୟନ୍ତ ମୋଟ ୩ଟି ମାମଲା ଦେଖାଦେଇଛି ଓ ସମସ୍ତ ମାମଲା କେରଳରେ ଦେଖାଦେଇଛି ।ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପୂର୍ବରୁ କହିଥିଲା ଯେ  ମଙ୍କିପକ୍ସ ହେଉଛି ପଶୁଙ୍କ ଶରୀରରୁ ମଣିଷ ଶରୀରକୁ ସଂକ୍ରମିତ ହୋଇଥିବା ଏକ ଭୁତାଣୁ । ଏହା ସାଧାରଣତଃ ମିଳିମିଳା ପରି ଦେଖାଯାଇଥାଏ । ତେବେ ଏହା ସେତେଟା ମାରାତ୍ମକ ନୁହେଁ । କିନ୍ତୁ ଏବେ ଏହି ସଂକ୍ରମଣକୁ ନେଇ ସଂଗଠନ ଚିନ୍ତା ପ୍ରକାଶ କରିଛି ।

Spread the love