ଦେଶର ଶୋଷିତ, ଦଳିତ, ଆଦିବାସୀ ମହିଳା, ଦରିଦ୍ର ସମସ୍ତେ ଆମ୍ବେଦକରଙ୍କ ପାଇଁ ନ୍ୟାୟ ପାଇଛନ୍ତି : ମନମୋହନ ସାମଲ

ଭୁବନେଶ୍ୱର, ତା.୧୪/୦୪: ଭାରତରତ୍ନ ବାବାସାହେବ ଡା. ଭୀମରାଓ ଆମ୍ବେଦକରଙ୍କ ୧୩୩ତମ ଜନ୍ମ ଜୟନ୍ତୀ ରାଜ୍ୟ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ସ୍ଥାନରେ ପାଳନ କରାଯାଇଛି । ଦଳୀତ, ଶୋଷିତ, ଅବହେଳିତ, ଅତ୍ୟାଚାରିତ ଓ ଲାଂଛିତ ଲୋକମାନଙ୍କୁ ଆଗଧାଡିକୁ ଆଣିବା ପାଇଁ ଅହରଣ ଉଦ୍ୟମ କରିଥିଲେ ଆମ୍ବେଦକର । ଡା. ଆମ୍ବେଦକରଙ୍କ ଆଧୁନିକ ଭାରତ ଗଠନରେ ଅବଦାନ ଏବଂ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ବାବାସାହେବ କେବଳ ସମାଜର ଅନ୍ତିମ ଧାଡିରେ ଥିବା ଲୋକଙ୍କ କଲ୍ୟାଣ ପାଇଁ ଯେ ଚିନ୍ତାକରୁଥିଲେ ତା’ନୁହେଁ, ବରଂ ସମାଜରେ ସମାନତା, ସାର୍ବଭୌମତ୍ୱ, ଓ ମହିଳା ସଶକ୍ତିକରଣ ଭଳି ବହୁବିଧ ଓ ବହୁ ଆୟାମୀ ଜନକଲ୍ୟାଣକାରୀ ବ୍ୟବସ୍ଥା ସମ୍ବିଧାନରେ ଯୋଡି ଭାରତୀୟ ଗଣତନ୍ତ୍ରକୁ ସଶକ୍ତ ତଥା ବଳିଷ୍ଠ କରିଥିଲେ । ଏହି ଜନ୍ମଜୟନ୍ତୀରେ ଆମେ ସଂକଳ୍ପ ନେବା ଉଚିତ ଯେ, ଦେଶର ଶୋଷିତ, ଦଳିତ, ଆଦିବାସୀ ମହିଳା, ଦରିଦ୍ରଙ୍କୁ ସମସ୍ତେ ଆମ୍ବେଦକରଙ୍କ ପାଇଁ ନ୍ୟାୟ ପାଇଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଡା. ଆମ୍ବେଦକର କହୁଥିଲେ ଶିକ୍ଷିତ ହୁଅ, ସଂଗଠିତ ହୁଅ ଓ ଅଧିକାର ପାଇଁ ସଂର୍ଘଷ କର । ସମାଜକୁ ନୂଆ ଦିଗ୍‌ଦର୍ଶନ ଦେବାରେ ବାବାସାହେବ ଅନ୍ୟନେତାମାନଙ୍କ ଠାରୁ ଆଗରେ ଥିଲେ । ବାବାସାହେବ ଆମ୍ବେଦକର ଭାରତବର୍ଷର ଅମୂଲ୍ୟ ରତ୍ନ ଥିଲେ । ଦେଶର ସମ୍ବିଧାନ ପ୍ରଣୟନରେ ବାବାସାହେବଙ୍କ ଭୂମିକା ପାଇଁ ସାରା ଦେଶ ତାଙ୍କ ପାଖରେ ଋଣୀ । ବିଭିନ୍ନ ସାମାଜିକ ଓ ରାଜନୈତିକ ଦିଗ ଉପରେ ତାଙ୍କର ଦୃଷ୍ଟିକୋଣ ଆଜି ବି ଉପଯୋଗୀ । ଭାରତରତ୍ନ ବାବାସାହେବଙ୍କ ଜୀବନ ଗରିବ, ବଂଚିତ, ନିଷ୍ପେସିତ ଏବଂ ଆର୍ôଥକ ଦୃଷ୍ଟିରୁ ପଛୁଆ ବର୍ଗଙ୍କ ଉତଥାନ ଏବଂ ସଶକ୍ତିକରଣ କରିବାରେ ସମର୍ପିତ ରହିଥିଲା ବୋଲି ଶ୍ରୀ ସାମଲ କହିଛନ୍ତି ।


ଏହି ଅବସରରେ ଭୁବନେଶ୍ୱର ଏଜି ଛକ ସ୍ଥିତ ବାବାସାହେବଙ୍କ ପ୍ରତିମୂର୍ତିରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ବିଭୂ ତରାଇ, ବରିଷ୍ଠ ନେତା ସଜ୍ଜନ ଶର୍ମା, ଓବିସିମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ସହମୁଖ୍ୟ ସୁଜିତ୍ କୁମାର ଦାସ୍‌, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ସୋନାଲୀ ସାହୁ, ଅନିଲ ବିଶ୍ୱାଳ, ଡ.ପ୍ରୀତିପତିମା ଭୋଳ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ସୁଶାନ୍ତ ମଲ୍ଲିକ, ରବିନ୍ଦ୍ର ବେହେରା, ଜିଲ୍ଲା ସଂପାଦକ ଦିଲୀପ ବେହେରା,ରଶ୍ମିରଞ୍ଜନ କାନୁନଗୋ, ବସନ୍ତ ନାୟକ ସମେତ ବହୁ ରାଜ୍ୟ ପଦାଧିକାରୀମାନେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଜଂଳୀ ଅର୍ପଣ କରିଛନ୍ତି । ପରେ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀମାନେ ବାବାସାହେବଙ୍କ ଫଟୋରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ।

Spread the love