୧୯ରେ ଉତ୍ତର ବଙ୍ଗୋପସାଗରରେ ହେବ ଲଘୁଚାପ

ଲଘୁଚାପ ପ୍ରଭାବରେ ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ । ଫଳରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ତେବେ ଆସନ୍ତା ୧୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଆଜି ପାଇଁ ୯ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ନବରଙ୍ଗପୁର, କୋରାପୁଟ, ଜଗତସିଂହପୁର, ପୁରୀ, କଟକ, ମୟୂରଭଂଜ, କେନ୍ଦ୍ରାପଡ଼ା, ଯାଜପୁର ଓ ବରଗଡ଼ ।  ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।ଗତକାଲି ପୁରୀରେ ପ୍ରବଳ ବର୍ଷା ଯୋଗୁ ବଡ଼ଦାଣ୍ଡ ଜଳାର୍ଣ୍ଣବ ହୋଇଥିଲା । ପୁରୀ ମାର୍କେଟ ଛକ, ବଳଗଣ୍ଡି, ଡାକ୍ତରଖାନା ଛକରେ ପାଣି ଜମିରହିଥିଲା । ବର୍ଷା ପବନରେ ଶ୍ରୀମନ୍ଦିର ପତିତପାବନ ବାନା ଉଡ଼ିଯାଇଥିଲେ ବି ଅନ୍ୟ ବାନା ଥିବାରୁ ଶ୍ରୀଜିଉଙ୍କ ନୀତିକାନ୍ତିରେ କୌଣସି ବିଭ୍ରାଟ ହୋଇନାହିଁ ।  ସେହିପରି ସମ୍ବଲପୁରରେ ପ୍ରବଳ ବର୍ଷା ଯୋଗୁ ସହରର ତଳିଆ ଅଞ୍ଚଳରେ ପାଣି ପଶିଛି  ।

Spread the love