ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ସ୍ବାଭାବିକ

ଗତ ୨୪ ଘଣ୍ଟାରେ ରାଜ୍ୟରେ  ମୌସୁମୀ ସ୍ୱାଭାବିକ ରହିବା ସହ  ୧୦.୪  ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୯.୩ ମିମି ତୁଳନାରେ ୧୨% ଅଧିକ ରହିଛି। କଟକର ବାଙ୍କୀ ଠାରେ ସର୍ବାଧିକ 65.4 ମିମି ବର୍ଷା, କେଉଁଝର ଘସିପୁରା 57.5 , ବଲାଙ୍ଗିର 57.0, ଭୁବନେଶ୍ୱରରେ 5.8 ମିମି ବର୍ଷା ରେକର୍ଡ କରାଯାଇଛି।

ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ହାଲୁକାରୂ ମଧ୍ୟମ ଧରଣର ବର୍ଷା ଦେଖିବାକୁ ମିଳିଛି। 9-12 ତାରିଖ ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ଜୁଲାଇ ମାସର ଶେଷ ଆଡକୁ ଲଘୁଚାପର ସମ୍ଭାବନା ମଧ୍ୟ ରହିଛି।

Spread the love