ଆଜିଠୁ ମୌସୁମୀ ଅଧୀବେଶ

ନୂଆଦିଲ୍ଲୀ: ଆଜିଠୁ ମୌସୁମୀ ଅଧୀବେଶନ । ଘମାଘୋଟ ହେବ ମୌସୁମୀ ଅଧିବେଶନ । ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ପାଖରେ ରହିଛି ଲମ୍ବା ପ୍ରସଙ୍ଗ । ବିଶେଷ କରି ତୈଳ ଦର ବୃଦ୍ଧିକୁ ନେଇ ସରକାରଙ୍କୁ ଟାର୍ଗେଟ୍‌ କରିବେ ବିରୋଧୀ । କୋଭିଡ୍‌ ଦ୍ୱିତୀୟ ଲହର ପରିଚାଳନା ଓ ଟିକା ଅଭାବ ପ୍ରସଙ୍ଗକୁ ଅସ୍ତ୍ର କରିବେ । କୃଷି ଆଇନ୍‌ ଓ ଚାଷୀ ଆନ୍ଦୋଳନକୁ ନେଇ ଉଠିପାରେ ଝଡ଼ । ଏକଜୁଟ ହୋଇ ସରକାରଙ୍କୁ ଘେରିବାକୁ ରଣନୀତି ଚୁଡ଼ାନ୍ତ କରିଛନ୍ତି ବିରୋଧୀ । ମୁକାବିଲା ପାଇଁ ଏନଡିଏ ବି ପ୍ରସ୍ତୁତ । ଅଧିବେଶନ କାଳରେ ସରକାର ୨୯ଟି ବିଧେୟକ ଆଗତ କରିବେ । ସେହିପରି ୬ଟି ଅଧ୍ୟାଦେଶକୁ ଆଇନର ରୂପ ଦେବାଲାଗି ସରକାର ବିଧେୟକ ଆଗତ କରିବେ ।

Spread the love