ମୌସୁମୀର ବାଟ ଓଗାଳୁଛି ବାତ୍ୟା ‘ବିପର୍ଯ୍ୟୟ’

ଆରବ ସାଗରରେ ଭୀଷଣ ବାତ୍ୟାର ରୂପ ନେଇଛି ବାତ୍ୟା ‘ବିପର୍ଯ୍ୟୟ’ । ଏବେ ଏହା ଉତର ଦିଗରେ ନିଜର ଗତିପଥ ବଜାୟ ରଖିବ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ଅତି ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଏହା କେରଳ ଉପକୂଳରେ ମେଘ ସଂଗଠିତ ହେବାରେ ବାଧକ ସାଜିଛି । ଫଳରେ ମୌସୁମୀ କେରଳ ଆସିବାକୁ ଆହୁରି ୩ ଦିନ ବିଳମ୍ବ ହୋଇପାରେ ।୯ ତାରିଖ ପୂର୍ବରୁ ମୌସୁମୀ କେରଳ ଛୁଇଁନପାରେ । ତେଣୁ ଓଡ଼ିଶାକୁ ୧୯ ତାରିଖ ପୂର୍ବରୁ ମୌସୁମୀ ଆସିବା ସମ୍ଭାବନା କମ୍ । ବିଳମ୍ବରେ ମୌସୁମୀ ଆସୁଥିବାରୁ ନିଅଣଟିଆ ବର୍ଷା ହୋଇପାରେ । ରାଜ୍ୟରେ ଏବେ ତାତି ଜାରି ରହିଥିବା ବେଳେ ଆଗକୁ ତାତି ଆହୁରି ବଢିବା ସମ୍ଭାବନା ରହିଛି ।

Spread the love