ଗୁଜରାଟ ମୋରବୀରେ ଝୁଲା ପୋଲ ଭୁଶୁଡ଼ିବା ଘଟଣା: ମୃତ୍ୟୁ ସଂଖ୍ୟା ୧୨୦ କୁ ବୃଦ୍ଧି

ମୋରବୀ: ଗୁଜରାଟର ମୋରବୀ ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ସନ୍ଧ୍ୟାରେ ମଚ୍ଛୁ ନଦୀ ଉପରେ ନିର୍ମିତ ୧୪୦ ବର୍ଷ ପୁରୁଣା ଝୁଲାପୋଲ ଭୁଶୁଡ଼ି ପଡ଼ିଥିଲା। ଫଳରେ ୧୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। କୁହାଯାଉଛି ଘଟଣାରେ, ଏ ପର୍ଯ୍ୟନ୍ତ ୧୨୦ ଜଣକ ମୃତ୍ୟୁ ହେଲାଣି। ମୃତକଙ୍କ ମଧ୍ୟରେ ମହିଳା, ଶିଶୁ ଏବଂ ବୃଦ୍ଧ ରହିଛନ୍ତି। ଦୁର୍ଘଟଣାରେ ୧୭୭ ଜଣକୁ ଉଦ୍ଧାର କରାଯାଇଛି ଏବଂ ସେମାନଙ୍କର ଚିକିତ୍ସା ଚାଲିଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏବଂ  ଗୃହମନ୍ତ୍ରୀ ହର୍ଷ ସାଂଘବୀ ମୋରବୀ ପହଞ୍ଚିଛନ୍ତି। କୁହାଯାଉଛି ଦୁର୍ଘଟଣା ସମୟରେ ୫୦୦ ରୁ ଅଧିକ ଲୋକ ପୋଲ ଉପରେ ରହିଥିଲେ। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଦେବାକୁ ଘୋଷଣା କରାଯାଇଛି।

ଏନଡିଆରଏଫ, ଏସଡିଆରଏଫ, ସେନା, ବାୟୁ ସେନା ଏବଂ ନୌସେନା ବ୍ୟତୀତ ସ୍ଥାନୀୟ ପ୍ରଶାସନ ବଡ଼ ଆକାରରେ ଉଦ୍ଧାର କାର୍ଯ୍ୟରେ ଜାରି ରଖିଛନ୍ତି। ସେପଟେ ଗୁଜରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାକୁ ନଜର ରଖି ଅହମଦାବାଦରେ ହେବାକୁ ଥିବା  ରୋଡ ସୋକୁ ରଦ୍ଧ କରିଛନ୍ତି। ସୂଚନା ଅନୁଯାୟୀ, ଏହି ଐତିହ ବ୍ରିଜ୍‌ କୁ  ମାତ୍ର ୫ ଦିନ ପୂର୍ବେ ଝୁଲା ପୋଲର ମରାମତି କରାଯିବା ପରେ ଏହାକୁ ଖୋଲାଯାଇଥିଲା।

Spread the love