ଆଜି ପୁଣି ୬୭ କରୋନା ପଜିଟିଭ ଚିହ୍ନଟ, ପଢନ୍ତୁ କେଉଁ ଜିଲ୍ଲାର କେତେ

ଭୁବନେଶ୍ୱର, ୨୮/୦୫: ଆଜି ରାଜ୍ୟରେ ପୁଣି ନୂଆ ୬୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ  ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୬୬୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୬୫ଜଣ ସଙ୍ଗରୋଧ କେନ୍ଦ୍ରର ଥିବା ବେଳେ ୨ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୪୧ ହୋଇଥିବାବେଳେ ୮୧୨ଜଣ ସୁସ୍ଥ ହୋଇଛନ୍ତି। ଏଯାବତ୍ କରୋନା ସଂକ୍ରମଣରେ ୭ଜଣଙ୍କର ମୃତ୍ୟୁ ହୋଇଛି। ଆଜି  ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୬ ଜଣ ରହିଥିବାବେଳେ ଯାଜପୁର, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରୁ ୧୩ ଜଣ ଲେଖାଏଁ ସଂକ୍ରମିତ ଅଛନ୍ତି। ଜଗତସିଂହପୁର, ସମ୍ବଲପୁର ଓ ବଲାଙ୍ଗୀରରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରୁ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବରଗଡ଼ ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୦ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।

Spread the love