ପୁଣି ୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି

ଆଜି ରାଜ୍ୟରେ ପୁଣି ୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

ସେମାନଙ୍କ ମଧ୍ୟରୁ ୩ଜଣ ଖୋର୍ଦ୍ଧା ରୁ ହୋଇଥିବା ବେଳେ ୪୩ ଗଞ୍ଜାମ ଜିଲ୍ଲାର। ଅନ୍ୟ ଆକ୍ରାନ୍ତଙ୍କ ବିବରଣୀ ହସ୍ତଗତ ହୋଇନାହିଁ। ସୂଚନାଯୋଗ୍ୟ, ଗତକାଲି ଗୋଟିଏ ଦିନରେ କରୋନା ସେଞ୍ଚୁରୀ ମାରିଥିଲା ଓଡ଼ିଶା। ୫ଟି ଜିଲ୍ଲାରୁ ଗୋଟିଏ ଦିନରେ ୧୦୧ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ଏଥିରେ ସର୍ବାଧିକ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ରହିଥିଲେ।

ଆଜି ରାଜ୍ୟରେ ପୁଣି ୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ  ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସେମାନଙ୍କ ମଧ୍ୟରୁ ୩ଜଣ ଖୋର୍ଦ୍ଧା ରୁ ହୋଇଥିବା ବେଳେ ୪୨ ଗଞ୍ଜାମ, ୯ ଭଦ୍ରକ, ସୁନ୍ଦରଗଡ଼ ର ୨, ୧୭ ଜଣ ଯାଜପୁର ଜିଲ୍ଲାର।

Spread the love