କଂଗ୍ରେସ ଛାଡିଲେ ୫୦ରୁ ଅଧିକ ଯୁବ ନେତା

ଭୁବନେଶ୍ବର ୧୨।୮: ପୁଣି କଂଗ୍ରେସ ଦଳ ଛାଡିଲେ ୫୦ରୁ ଅଧିକ ଯୁବ କଂଗ୍ରେସ ନେତା । କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର, ରାଜ୍ୟ ସହପ୍ରଭାରୀ ରୁଦ୍ର ରାଜୁଙ୍କ ନେତୃତ୍ବକୁ ନେଇ ଅସନ୍ତୋଷ ପ୍ରକାଶ କରି ଦଳ ଛାଡିଛନ୍ତି ଏହି ଯୁବ ନେତା । କ୍ରମାଗତ ଭାବେ ଦଳର ନୈରାଶ୍ୟଜନକ କାର୍ଯ୍ୟ ଯୋଗୁଁ ହତାଶ ହୋଇ ସେମାନେ ଦଳ ଛାଡିଛନ୍ତି । ଏ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ଘୋଷଣା କରିଛନ୍ତି ।

ତେବେ ଯୁବ ନେତା ଅଂଶୁମାନ ଆରୋରା, କହ୍ନୟା ଲାଲ ସାବତ, ହିଞ୍ଜିଳି ଯୁବ କଂଗ୍ରେସ ସଭାପତି ଆର୍ଯ୍ୟବୀର ଲେଙ୍କା, କଟକ ଜିଲ୍ଲା ଯୁବ କଂଗ୍ରେସ ସଭାପତି ବବିତା ବଡ଼ପଣ୍ଡା, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ବଳରାମ ରାଉତ, ଭଦ୍ରକ ଯୁବ କଂଗ୍ରେସ ରମଜାନ ଅଲ୍ଲୀ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ଦଳ ଛାଡିଛନ୍ତି । ଏମାନଙ୍କ ସହ ଅନେକ ନେତା ଓ ଯୁବ କଂଗ୍ରେସ କର୍ମୀ ମଧ୍ୟ ଦଳ ଛାଡିଛନ୍ତି ।

Spread the love