ପାଖେଇ ଆସୁଛି ‘ଅମ୍ଫାନ’: ୧୧ଟି ଜିଲ୍ଲାରୁ ୧ ଲକ୍ଷ ୧୯ ହଜାର ୭୫ ଜଣ ଉଦ୍ଧାର

ଆସୁଛି ଅମ୍ଫାନ। ଆଜି ସଂଖ୍ୟାରେ ବାତ୍ଯା ପଶ୍ଚିମବଙ୍ଗର ସୁନ୍ଦରବନ ନିକଟରେ ଲ୍ଯାଣ୍ଡଫଲ କରିବ। ତେବେ ବାତ୍ଯାର ସ୍ଥିତିକୁ ଦେଖି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରିବା ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ରହିଛି । ଏଥିପାଇଁ ସରକାରଙ୍କ ଟାର୍ଗେଟ ରହିଛି ବିରୋ କାଜୁଆଲିଟି ।ବାତ୍ୟା ଅମ୍ଫନ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ମିଶନ ଜିରୋ କାଜୁଆଲିଟି। ତେବେ SRCଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଅନୁଯାୟୀ, ଏଯାଏ ରାଜ୍ୟର ୧୧ଟି ଜିଲ୍ଲାରୁ ମୋଟ ୧ ଲକ୍ଷ ୧୯ ହଜାର ୭୫ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି । ସମୁଦାୟ 13ଟି ଜିଲ୍ଲାରେ 1704ଟି ଆଶ୍ରୟ ସ୍ଥଳି କରାଯାଇଛି । ତାହାମଧ୍ଯରୁ ବାଲେଶ୍ବର ଜିଲ୍ଲାରେ ସର୍ବାଧିକ 211, ଭଦ୍ରକରେ 366, କଟକରେ 76, ଗଜପତିରେ 11 , ଜଗତସିଂହପୁର 112 , ଯାଜପୁରରେ 151, କେନ୍ଦ୍ରାପଡାରେ 85, କେନ୍ଦୁଝରେ 2, ଖୋର୍ଦ୍ଧା ଜିଲ୍ଲାରେ 22, ମୟୁରଭଞ୍ଜ 387, ପୁରୀରେ 282ଟି ରହିଛି ।ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସବୁ ସ୍ଥାନରୁ ଉଦ୍ଧାର କରାଯାଇଥିବା ଲୋକଙ୍କ ମଧ୍ୟରୁ ବାଲେଶ୍ବରରୁ ୨୩,୧୪୨ ଜଣ, ଭଦ୍ରକରୁ ୨୬,୧୭୪ ଜଣ , କଟକରୁ ୩,୯୩୮ ଜଣ, ଗଜପତିରୁ ୧,୪୯୫ ଜଣ, ଜଗତସିଂହପୁରରୁ ୯,୦୭୬ ଜଣ , ଯାଜପୁରରୁ ୭,୧୪୦ଜଣ , କେନ୍ଦ୍ରାପଡ଼ାରୁ ୩୨,୦୬୦ ଜଣ, କେନ୍ଦୁଝରରୁ ୯୨ ଜଣ , ଖୋର୍ଦ୍ଧାରୁ ୧,୩୮୫ ଜଣ, ମୟୂରଭଞ୍ଜରୁ ୫,୨୦୦ ଜଣପୁରୀରୁ ୯,୩୭୩ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିିପାରିଛନ୍ତି ପ୍ରଶାସନ ।

Spread the love