ସକାଳୁ ଉଠି କରନ୍ତୁ ଏସବୁ, ନିୟନ୍ତ୍ରଣରେ ରହିବ ଓଜନ

ଓଜନ ବୃଦ୍ଧିକୁ ନେଇ ଆଜିକାଲି ସମସ୍ତେ ଚିନ୍ତିତ। ଓଜନ ବୃଦ୍ଧି ଫଳରେ କେବଳ ଫିଗର ଖରାପ ହୋଇ ନ ଥାଏ, ଶରୀରରେ ଅନେକ ରୋଗ ମଧ୍ୟ ସୃଷ୍ଟି ହୋଇଥାଏ। ଯେଉଁମାନେ ପତଳା ହେବାକୁ ଚାହୁଛନ୍ତି ଓ ସବୁଦିନ ସକାଳେ ଭାବୁଛନ୍ତି କେମିତି ଓଜନ କମ କରିବେ ତେବେ ଏକଥା ମନରେ ରଖନ୍ତୁ ଯେ ବର୍ଷ ବର୍ଷ ଧରି ଯେଉଁଭଳି ଭାବେ ଧିରେ ଧିରେ ଓଜନ ବଢ଼ିଥିଲା, ସେମିତି ଧିରେ ଧିରେ ଓଜନ କମ ହେବ। ଯଦି ଭାବୁଥିବେ ଗୋଟିଏ ବା ଦୁଇଟି ମାସରେ ପତଳା ହୋଇଯିବେ, ଏହା ଅସମ୍ଭବ। ମୋଟାପଣ କମ କରିବା କମ ବଡ଼ ଚ୍ୟାଲେଞ୍ଜ ନୁହେଁ। ଏଥିପାଇଁ ଡାଏଟ, ବ୍ୟାୟାମ ସହିତ ସ୍ବାସ୍ଥ୍ୟକର ରୁଟିନ ବି ଅନୁସରଣ କରିବାକୁ ପଡ଼ିବ। ବିଶେଷଜ୍ଞଙ୍କ ଅନୁସାରେ ଡାଏଟ ଓ ଫିଜିକାଲ ଫିଟନେସ ବ୍ୟତୀତ ଦୈନନ୍ଦିନ ଅଭ୍ୟାସ ବି ଓଜନକୁ ପ୍ରଭାବିତ କରିଥାଏ। ଏଠାରେ ଓଜନ ହ୍ରାସରେ ସାହାଯ୍ୟ କରୁଥିବା ମର୍ଣ୍ଣିଂ ଟିପ୍ସ ଦିଆଯାଇଛି।
ଗରମ ପାଣି ପିଅନ୍ତୁ
ଓଜନ ହ୍ରାସ ସହିତ ଫିଟ ରହିବା ଲାଗି ସକାଳୁ ଉଠି ଗରମ ପାଣି ପିଇବା ଅଭ୍ୟାସ କରନ୍ତୁ। ଏହ ଦ୍ବାରା ପେଟ ସଫା ହୋଇ ମେଟାବଲିଜମ ବଢ଼ିଥାଏ। ଆୟୁର୍ବେଦ ଅନୁସାରେ ସକାଳୁ ଦୁଇ କପ ଉଷୁମ ପାଣି ପିଇବା ଦ୍ବାରା ଶରୀର ପୂରା ଦିନ ଏନର୍ଜେଟିକ ରହିଥାଏ। ଗରମ ଦିନେ ବି ସକାଳୁ ଉଷୁମ ପାଣି ପିଇପାରିବେ। ଏଥିରେ ଲେମ୍ବୁ ରସ ଓ ମହୁ ମିଶାଇ ସେବନ କରିପାରିବେ।
ଷ୍ଟୋନ ବା ପଥରୀ ରୋଗରୁ ମୁକ୍ତି ଦେବ ଏହି ସରଳ ଘରୋଇ ଉପଚାର
ତ୍ୱଚା ସମସ୍ୟାରୁ ଛୁଟକାରା ପାଇବା ପାଇଁ ଲାଭଦାୟକ ହୋଇଥାଏ ଲୁଣ ପାଣି,…ବର୍ଷା ପାଗରେ ହେଉଛି ମ୍ୟାଲେରିଆ ଜ୍ୱର ! ଜାଣନ୍ତୁ ଏହି ସମୟରେ କ’ଣ… ବ୍ୟାୟାମ
ମୋଟାପଣ କମ କରିବା ଲାଗି ସକାଳୁ ନିହାତି ବ୍ୟାୟାମ କରିବା ଉଚିତ। ଏପରି କଲେ ଜମା ହୋଇଥିବା ଫ୍ୟାଟ କମିଯାଏ। ତେଣୁ ସକାଳ ଅଭ୍ୟାସରେ ବ୍ୟାୟାମ ଓ ଯୋଗ ସାମିଲ କରନ୍ତୁ। ସକାଳୁ ବ୍ୟାୟାମ କରିବା ଦ୍ବାରା ମେଟାବଲିଜମ ବୁଷ୍ଟ ହୋଇଥାଏ ଓ ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ।
ସ୍ବ୍ୟାସ୍ଥକର ବ୍ରେକଫାଷ୍ଟ
ଦିନର ଆରମ୍ଭ ହେଲଦି ବ୍ରେକଫାଷ୍ଟରୁ କରିବା ଉଚିତ। ସମସ୍ତ ପ୍ରକାର ପୋଷକତତ୍ତ୍ବ ରହିଥିବା ବ୍ରେକଫାଷ୍ଟ କରନ୍ତୁ। ଏଥିରେ ପ୍ରୋଟିନ ଓ ଫାଇବର ବି ସାମିଲ ହେବା ଉଚିତ। ହାଇ ପ୍ରୋଟିନ ଓ ଫାଇବର ଯୁକ୍ତ ଖାଦ୍ୟ ଖାଇବା ଫଳରେ ପେଟ ଦୀର୍ଘ ସମୟ ଭରି ରହିଥାଏ। ଏହା ଓଜନ ହ୍ରାସରେ ସାହାଯ୍ୟ କରିଥାଏ। ସକାଳ ଜଳଖିଆରେ ଅଣ୍ଡା, କ୍ଷୀର, ଡ୍ରାଏଫ୍ରୁଟସ, ଶସ୍ୟଗଜା, ବ୍ରାଉନ ବ୍ରେଡ, ଶେକ, ସ୍ମୁଦି ସାମିଲ କରିପାରିବେ। ଏହା କ୍ୟାଲୋରୀ ବର୍ଣ୍ଣ କରିବାରେ ବି ସାହାଯ୍ୟ କରେ।
ନିଜକୁ ହାଇଡ୍ରେଟ ରଖନ୍ତୁ
ସକାଳର ଖାଦ୍ୟପେୟ ସାରାଦିନ ଉପରେ ପ୍ରଭାବ ପକାଇଥାଏ। ଠିକ ସେହିପରି ନିଜକୁ ହାଇଡ୍ରେଟ ରଖିବା ଉଚିତ। ଶରୀର ହାଇଡ୍ରେଟ ରହିଲେ ଓଜନ ନିୟନ୍ତ୍ରଣରେ ରହିଥାଏ। ପାଣି ପିଇବା ଦ୍ବାରା ଅଧିକ କ୍ୟାଲୋରୀ ଇନଟେକ କରିବାରୁ ରକ୍ଷା ପାଇବେ। ଏହାଫଳରେ ଧିରେ ଧିରେ ପତଳା ହୋଇପାରିବେ। ତେଣୁ ସବୁବେଳେ ପାଣି ବୋତଲ ସାଙ୍ଗରେ ରଖନ୍ତୁ। ଘରୁ ବାହାରିବାବେଳେ ଦୁଇ ଗ୍ଲାସ ପାଣି ପିଇ ବାହାରନ୍ତୁ। ସକାଳୁ ଅଧିକ ପାଣି ପିଇବାକୁ ଚେଷ୍ଟା କରନ୍ତୁ।

Spread the love