ଏହି ନଦୀରେ ଭୁଲରେ ବି କରନ୍ତୁ ନାହିଁ ଯାତ୍ରା, ନଚେତ୍‌ ମୃତ୍ୟୁ ଆପଣଙ୍କର ସୁନିଶ୍ଚିତ

ଆପଣ ଅନେକ ନଦୀ ଦେଖିଥିବେ। କିନ୍ତୁ ଦୁନିଆରେ ଏମିତି କିଛି ନଦୀ ଅଛି ଯାହା ଅତ୍ୟନ୍ତ ବିପଜ୍ଜନକ । ପ୍ରକୃତି ଦତ୍ତ କିଛି ନଦୀ ଏମିତି ଅଛି ଯାହା କୁ ଦେଖିଲେ ବି ଭୟ ଲାଗିବ । ସେଥିରେ ଯିବା ମାନେ ନିଜ ଜୀବନକୁ ପାଣି ଛଡ଼ାଇବା ସହ ସମାନ। କିଛି ନଦୀ ପାଣିରେ ଝରଣା ପାଣି ମିଶିଥାଏ ଏହା ସହ ବର୍ଷା ପାଣି ମିଶିଗଲେ ଏହା ଭୟଙ୍କର ରୂପ ଧାରଣ କରେ। ବିଶେଷ କରି ପାହାଡ଼ିଆ ନଦୀ ଅଧିକ ବିପଦ ସୃଷ୍ଟି କରେ ।

ଅମାଜନ ନଦୀ: ଏହି ନଦୀ ୬୨୦୦ ରୁ ୭୦୦୦ କିମି ପର୍ଯ୍ୟନ୍ତ ପ୍ରବାହିତ ହେଉଥିବାର କୁହାଯାଏ । ଏହା ଦୁନିଆର ସବୁ ଠୁ ବଡ଼ ନଦୀ ମଧ୍ୟରୁ ଏକ। ଦକ୍ଷିଣ ଆମେରିକାର ୮ଟି ଦେଶ ମଧ୍ୟ ଦେଇ ପ୍ରବାହିତ ହୋଇଛି ଆମାଜନ୍‌ ନଦୀ। ବ୍ରାଜିଲ, ବଲିଭିୟା, ପେରୁ, ଇକ୍ୱେଡର, ଭେନେଜୁଏଲା, ଗୁୟାନା, ସୁରୀନାମ ଏବଂ ଫେଞ୍ଚ ଗୁୟାନା ମଧ୍ୟ ଦେଇ ପ୍ରବାହିତ ହୋଇଛି। ଜଙ୍ଗଲ ମଧ୍ୟରେ ପ୍ରବାହିତ ହୋଇଥିବା ଏହି ନଦୀ ହେଉଛି ସବୁଠୁ ଭୟଙ୍କର। ଏଠାରେ ଅନେକ ବିଷଧର ଜୀବଜନ୍ତୁ ମଧ୍ୟ ବାସ କରନ୍ତି।

ରିଓ ଟିଣ୍ଟୋ: ସ୍ପେନରେ ପ୍ରବାହିତ ହେଉଥିବା ଏହି ଭୟାନକ ନଦୀର ରଙ୍ଗ ଅନ୍ୟ ନଦୀ ମାନଙ୍କ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ। ଏହି ନଦୀର ରଙ୍ଗ ରକ୍ତ ଭଳି ନାଲି ଦେଖାଯାଏ । ଏହାର ପାଣିକୁ ଆପଣ ପିଇ ପାରିବେନି। ଏହି ନଦୀ ଭିତରକୁ କେହି ଯାଆନ୍ତି ନାହିଁ। ଏହା ମଧ୍ୟରେ କିଛି ଜଳଚର ସୂକ୍ଷ୍ମ ଜୀବ ରହିଛନ୍ତି । ଏମାନେ ଏହି ପାଣିର ତେଜକୁ ସହି ପାରିଥାନ୍ତି। ଏହାର ରଙ୍ଗ ପାଇଁ ସାରା ଦୁନିଆରେ ବେଶ ଚର୍ଚ୍ଚାରେ ରହିଛି।

ୟେଲୋ ରିଭର: ଚୀନର ୟେଲୋ ରିଭର ଦୁନିଆର ସବୁଠୁ ବଡ଼ ଭୟାନକ ନଦୀ ମଧ୍ୟରୁ ଅନ୍ୟତମ। ଏହା ପ୍ରବାହିତ ହେବା ସମୟରେ ୨୪ ଥର ରାସ୍ତା ବଦଳାଇଥାଏ। ଏହି କାରଣରୁ ଚୀନରେ ପ୍ରତିବର୍ଷ ଅନେକ ବନ୍ୟା ଆସିଥାଏ । ଏହା ଭୟଙ୍କର ରୂପ ଧାରଣ କଲା ପରେ ଲୋକଙ୍କ ଜୀବନକୁ ଦୁର୍ବିସହ କରିପକାଏ । ଏଥିପାଇଁ ପ୍ରତିବର୍ଷ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଥାଏ। ଏହାକୁ ଚୀନର ଦୁଃଖର ନଦୀ ବୋଲି କୁହାଯାଏ।

ରେଡ ରିଭର: ଆମେରିକାର ଦକ୍ଷିଣ ଭାଗରେ ରହିଛି ରେଡ ରିଭର ନଦୀ । ଯାହାର ସ୍ରୋତ ଖୁବ ପ୍ରଖର। ଏହା ଦେଖିବାକୁ ଯେତିକି ଆକର୍ଷଣୀୟ ତା ପାଖକୁ ଯିବା ପରେ ଜଣାପଡ଼ିବ ଯେ ଏହା ସେତିକି ବିପଦଜନକ । ଏହାର ସ୍ରୋତ ରାତାରାତି ବଦଳିଯାଏ। ଯାହା ସ୍ଥାନୀୟ ଲୋକଙ୍କ ପାଇଁ ସମସ୍ୟା ଆଣିଦିଏ । ନଦୀରେ ଭଉଁରୀ ଥିବା କାରଣରୁ ଏହା ମଧ୍ୟରେ ଜଣେ ଫସିଲେ ବାହାରିବା କଷ୍ଟ। ଅଚାନକ ନଦୀର ବେଗ ବଢ଼ିବା କାରଣରୁ ଅନେକ ଦୁର୍ଘଟଣା ଘଟିଥାଏ ।

ୟାଙ୍ଗନେଜି ନଦୀ: ଏହି ନଦୀଟି ଚୀନରେ ପ୍ରବାହିତ ହେଉଛି ।ଏହା ଏସିଆ ମହାଦେଶର ସବୁଠୁ ଲମ୍ବା ନଦୀ ମାନଙ୍କ ମଧ୍ୟରୁ ଗୋଟିଏ। ବର୍ଷା ଦିନରେ ଏହାର ଭୟଙ୍କର ରୂପ ଦେଖିବାକୁ ମିଳିଥାଏ। ୬,୩୦୦ କିମି ପର୍ଯ୍ୟନ୍ତ ବହୁଥିବା ଏହି ନଦୀ ଚୀନର ସବୁଠୁ ବଡ଼ ସହର ହୁଓ୍ଵାନ ମଧ୍ୟ ଦେଇ ଯାଇଛି। ଏହାକୁ ଚୀନରେ ଜିୟାଙ୍ଗ ନଦୀ ମଧ୍ୟ କୁହାଯାଏ।

Spread the love