କାହିଁକି ବାରଣାସୀ ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ, ଜାଣନ୍ତୁ ଏହାର କିଛି ସ୍ଥାନର ବିଶେଷତ୍ୱ

ଭାରତରେ ଅନେକ ଧାର୍ମିକ ସ୍ଥାନ ଅଛି, କିନ୍ତୁ ଆପଣ ଜାଣନ୍ତି କି କେଉଁ ଧାର୍ମିକ ସ୍ଥାନକୁ ବିଶ୍ୱରେ ଅଧିକାଂଶ ଲୋକ ପରିଦର୍ଶନ କରିବାକୁ ଯାଆନ୍ତି ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ସର୍ବାଧିକ ପରିଦଦର୍ଶିତ ଧାର୍ମିକ ସ୍ଥାନ ହେଉଛି ‘ବାରଣାସୀ’ । ଏହା ଏକ ମନ୍ଦିର, ମସଜିଦ୍‌ କିମ୍ବା ଗୁରଦ୍ୱାର ଖାଲି ଏତିକି ନୁହେଁ ଏହା ଏକ ସହର ହୋଲି ବି ମନାଯାଏ । ବିଶ୍ୱର ସର୍ବ ପୁରାତନ ସହର ହେବା ବ୍ୟତୀତ ବାରଣାସୀ ମଧ୍ୟ ସବୁଠାରୁ ବଡ ଧାର୍ମିକ ସ୍ଥାନ ହୋଇଥାଏ ।

ବାରଣାସୀ କାହିଁକି ଏତେ ସ୍ୱତନ୍ତ୍ର?

ଦୁନିଆରେ ଅନେକ ଲୋକ ଭାରତର ଏହି ଧାର୍ମିକ ସ୍ଥାନକୁ ପରିଦର୍ଶନ କରିବାକୁ ଆସିଥାନ୍ତି । ଏହା ସହ ବାରଣାସୀକୁ ଭାରତର ଧାର୍ମିକ ରାଜଧାନୀ ମଧ୍ୟ କୁହାଯାଏ । ଏହା ଗଙ୍ଗା ନଦୀ କୂଳରେ ଅବସ୍ଥିତ । ବାରଣାସୀ ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ସହର ଭାବରେ ପରିଗଣିତ ହୁଏ । ଭଗବାନ ଶିବଙ୍କର ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିର ଏଠାରେ ଅବସ୍ଥିତ । ହିନ୍ଦୁ ଧର୍ମରେ ଗଙ୍ଗା ନଦୀ ଏକ ପବିତ୍ର ନଦୀ ଭାବରେ ପରିଗଣିତ ହୁଏ । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏଠାକୁ ଗଙ୍ଗାରେ ସ୍ନାନ କରିବା ପାଇଁ ଆସନ୍ତି ଏବଂ ମୃତ୍ୟୁ ପରେ ଏଠାରରେ ଶବଦାହ କରିବାର ଶେଷ ରୀତିନୀତି ମଧ୍ୟ କରିଥାନ୍ତି । ଲୋକମାନେ ଗଙ୍ଗାରେ ବୁଡ଼ ଦେଇ ପାପରୁ ମୁକ୍ତି ପାଆନ୍ତି । ଏହି ସହରରେ ଲକ ସ୍ୱତନ୍ତ୍ର ଆଧ୍ୟାତ୍ମିକ ପରିବେଶ ଅଛି, ଯାହା ସମସ୍ତଙ୍କୁ ନିଜ ଆଡକୁ ଅକର୍ଷିତ କରିଥାଏ । ଏହି ସହର ଖାଲି ହିନ୍ଦୁମାନଙ୍କ ପାଇଁ ନୁହେଁ ବରଂ ସମସ୍ତ ଧର୍ମର ଲୋକ ଏଠାକୁ ଆସିପାରିବେ ।

ବାରଣାସୀରେ ଥିବା ପର୍ଯ୍ୟଟନ ସ୍ଥଳୀ :

କାଶୀ ବିଶ୍ୱନାଥ ମନ୍ଦିର : ଭଗବାନ ଶିବଙ୍କ ଉର୍ଦ୍ଧେଶ୍ୟରେ ଏହା ଏକ ପ୍ରାଚୀନ ମନ୍ଦିର ।

ମନମନ୍ଦିର ଘାଟ : ଏହି ଘାଟ ଗଙ୍ଗା ନଦୀ କୂଳରେ ଅବସ୍ଥିତ ଏବଂ ଅନେକ ଲୋକ ସନ୍ଧ୍ୟାରେ ଆଳତୀ ଦେଖିବା ପାଇଁ ଏଠାକୁ ଆସନ୍ତି ।

ଦଶାଶ୍ୱମେଧ ଘାଟ : ଏହି ଘାଟ ବାରଣାସୀର ସବୁଠାରୁ ପ୍ରସିଦ୍ଧ ଘାଟ ଏବଂ ଏଠାରେ ଗଙ୍ଗା ଆଳତୀ ଦେଖିବାର ଅଭିଜ୍ଞତା ଆଶ୍ଚର୍ଯ୍ୟଜନକ ହୋଇଥାଏ ।

ସଙ୍କଟ ମୋଚନ ହନୁମାନ ମନ୍ଦିର : ଏହି ମନ୍ଦିର ଭଗବାନ ହନୁମାନଙ୍କ ପାଇଁ ସମର୍ପିତ ।

ରାମନଗର ଦୁର୍ଗ : ଏହି ଦୁର୍ଗ ଅଷ୍ଟାଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା ଏବଂ ବାରଣାସୀର ଏହା ଏକ ପ୍ରମୁଖ ଐତିହାସିକ ସ୍ଥାନ ।

ବାରଣାସୀ କାହିଁକି ବିଶ୍ୱର ପ୍ରସିଦ୍ଧ ସ୍ଥଳୀ?

ବାରଣାସୀର ଧାର୍ମିକ ମହତ୍ୱ, ଗଙ୍ଗା ନଦୀର ଶୁଦ୍ଧତା, ଆଧ୍ୟାତ୍ମିକ ପରିବେଶ, ସାଂସ୍କୃତିକ, ଐତିହାସିକ ଏବଂ ସମସ୍ତ ଧର୍ମ ପାଇଁ ହୋଇଥିବାରୁ ବାରଣାସୀ ବିଶ୍ୱର ପ୍ରସିଦ୍ଧ ସ୍ଥଳୀ ଭାବରେ ପରିଗଣିତ ହୋଇପାରିଛି । ଏହା ସହ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏଠାକୁ ଆସି ଏହି ପବିତ୍ର ସହରର ଶାନ୍ତି ଏବଂ ଆଧ୍ୟାତ୍ମିକତାକୁ ମଧ୍ୟ ଅନୁଭବ କରନ୍ତି ।

Spread the love