ମୋଷ୍ଟ ପାୱାରଫୁଲ୍ ଧର୍ମେନ୍ଦ୍ର ପ୍ରଧାନ

ଇଣ୍ଡିଆନ୍ ଏକ୍ସପ୍ରେସ୍ ପକ୍ଷରୁ ୨୦୧୯ ବର୍ଷ ପାଇଁ ଦେଶର ୧୦୦ ଜଣ ଶକ୍ତିଶାଳୀ ବ୍ୟକ୍ତିଙ୍କର(ମୋଷ୍ଟ ପାୱାରଫୁଲ୍ ଇଣ୍ଡିଆନ୍) ତାଲିକା ପ୍ରକାଶ ପାଇଛି । ପୂର୍ବଥର ଭଳି ଏଥର ମଧ୍ୟ ୪ ଓଡ଼ିଆଙ୍କୁ ତାଲିକାରେ ସ୍ଥାନ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତବର୍ଷର ତାଲିକାରେ ୩୦ତମ ସ୍ଥାନରେ ଥିବା ବେଳେ ଏଥର ୩୯ତମ ସ୍ଥାନକୁ ଖସି ଆସିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିନ୍ତୁ ଉପରକୁ ଉଠିଛନ୍ତି । ଗତବର୍ଷ ୩୨ ତମ ସ୍ଥାନରେ ଥିବା ଧର୍ମେନ୍ଦ୍ରଙ୍କୁ ଏଥର ୧୪ତମ ସ୍ଥାନ ମିଳିଛି । ଓଡ଼ିଶାରେ ବିଜେପିର ଶକ୍ତିବୃଦ୍ଧିରେ ଭୂମିକା ଏବଂ କେନ୍ଦ୍ରମନ୍ତ୍ରୀ ଭାବେ ଦକ୍ଷତା ତାଙ୍କୁ ତାଲିକାର ଉପରକୁ ଉଠାଇଛି ।
ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ଗତଥର ୪୪ତମ ସ୍ଥାନରେ ଥିବା ବେଳେ ଏଥର ୧୯ ତମ ସ୍ଥାନକୁ ଉଠିଛନ୍ତି । ସେହିଭଳି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଗତଥର ୬୨ତମ ସ୍ଥାନରେ ଥିବା ବେଳେ ଏଥର ତାଲିକାରେ ୨୯ ତମ ସ୍ଥାନ ସହ ଉପରକୁ ଉଠିଛନ୍ତି । ପାୱାରଫୁଲ୍ ତାଲିକାର ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦ୍ୱିତୀୟ ସ୍ଥାନରେ ବିଜେପି ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ପୂବ ର୍ସ୍ଥାନ ବଜାୟ ରଖିଛନ୍ତି ।
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ତୃତୀୟ ସ୍ଥାନ ପାଇଛନ୍ତି । ଗତବର୍ଷ ତାଙ୍କର ସ୍ଥାନ ଥିଲା ୪୫ । 
ପ୍ରଭାବଶାଳୀ ତାଲିକାରେ ଥିବା ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସବା ଆଗରେ ଅଛନ୍ତି । ୧୧ତମ ସ୍ଥାନରେ ଅଛନ୍ତି ସେ । ଗତବର୍ଷ ତାଙ୍କ ସ୍ଥାନ ଥିଲା ୯ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଗତଥର ୧୬ତମ ସ୍ଥାନରେ ଥିବା ବେଳେ ଏଥର ତାଙ୍କୁ ମିଳିଛି ୧୨ତମ ସ୍ଥାନ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ୩୧ତମ ସ୍ଥାନରୁ ୧୫ତମ ସ୍ଥାନକୁ ଉଠିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୪୯ତମ ସ୍ଥାନରୁ ୧୮ତମ ସ୍ଥାନକୁ ଉଠିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଷଷ୍ଠ ସ୍ଥାନରୁ ୨୧ତମ ସ୍ଥାନକୁ ଖସି ଆସିଛନ୍ତି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ୩୫ତମ ସ୍ଥାନରୁ ୨୬ତମ ସ୍ଥାନକୁ ଉଠିଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍ ୩୫ତମ ସ୍ଥାନ ସହ ପ୍ରଥମ ଥର ପାଇଁ କ୍ଷମତାଶାଳୀ ତାଲିକାରେ ସ୍ଥାନ ପାଇଛନ୍ତି ।
କଂଗ୍ରେସ ଅଧ୍ୟକ୍ଷା ଗତବର୍ଷ ତାଲିକାର ପଞ୍ଚମ ସ୍ଥାନରେ ଥିଲେ । ମାତ୍ର ଏଥର ସେ ୧୭ତମ ସ୍ଥାନକୁ ଖସି ଆସିଛନ୍ତି । ରାହୁଲ ଗାନ୍ଧୀଙ୍କୁ ଗତବର୍ଷ ମିଳିଥିଲା ୧୧ତମ ସ୍ଥାନ । ମାତ୍ର ଏବର୍ଷ ମିଳିଛି ୨୫ତମ ସ୍ଥାନ । ପ୍ରିୟଙ୍କା ଗାନ୍ଧୀ ୩୪ତମ ସ୍ଥାନ ସହ ପ୍ରଥମ ଥର ପାଇଁ ତାଲିକାରେ ସ୍ଥାନ ପାଇଛନ୍ତି ।
Spread the love