ଦେଶର ଶ୍ରେଷ୍ଠ ପ୍ରଭାବଶାଳୀଙ୍କ ତାଲିକାର ୧୦ମ ସ୍ଥାନରେ ମୁଖ୍ୟମନ୍ତ୍ରୀ

ଦେଶର ଶ୍ରେଷ୍ଠ ୫୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି। ‘ଫେମ୍ ଇଣ୍ଡିଆ’ ମାଗାଜିନ ପକ୍ଷରୁ ପ୍ରକାଶିତ ୨୦୨୦ – ‘‘୫୦ ପ୍ରଭାବଶାଳୀ ଭାରତୀୟ’’ ତାଲିକାରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ୧୦ମ ସ୍ଥାନରେ ଅଛନ୍ତି । ଏହି ତାଲିକାରେ  ସାମ୍ବାଦିକ, ଅଭିନେତା, ଡାକ୍ତର ମଧ୍ୟ ସାମିଲ ଅଛନ୍ତି ।  ଏହି ତାଲିକାରେ ଶୀର୍ଷରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ଦ୍ୱିତୀୟ ସ୍ଥାନରେ ଅଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ତୃତୀୟ ସ୍ଥାନରେ ଗୃହମନ୍ତ୍ରୀ ଅମିତ୍ ଶାହା। ୪ର୍ଥ ସ୍ଥାନରେ ଶିଳ୍ପପତି ରତନ ଟାଟା, ୫ମ ସ୍ଥାନରେ  ମୁକେଶ ଅମ୍ବାନୀ ଅଛନ୍ତି । ସେହିପରି ଷଷ୍ଠସ୍ଥାନରେ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ, ୭ମ ସ୍ଥାନରେ ଧର୍ମଗୁରୁ ରବିଶଙ୍କର, ୮ମ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ୯ମ ସ୍ଥାନରେ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ଅଧ୍ୟକ୍ଷ ଅଜିତ୍ ଡ଼ୋଭାଲ। ୧୦ମ ସ୍ଥାନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହିଛନ୍ତି।  ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ଏହି ତାଲିକାରେ ୮ ଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି । ଦ୍ବିତୀୟ ସ୍ଥାନରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରହି ଛନ୍ତି ।

ଏକାଦଶତମ ସ୍ଥାନରେ ରହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ପି.କେ.ମିଶ୍ର।  ଏଥିରେ  ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ  ଦ୍ୱାଦଶ ସ୍ଥାନରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୧୩ତମ ସ୍ଥାନରେ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୧୬ତମ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ୩୦ତମ ସ୍ଥାନ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମଧ୍ୟ ଏଥିରେ ସ୍ଥାନ ପାଇଛନ୍ତି।

ସେହିପରି ଏହି ତାଲିକାରେ ବିଜେପି ସଭାପତି ଜେ.ପି.ନଡ଼୍ଡ଼ା ୧୭ତମ, ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଡ଼. ହର୍ଷବର୍ଦ୍ଧନ ୧୮ତମ, ପତଞ୍ଜଳି ପ୍ରତିଷ୍ଠାତା ତଥା ଯୋଗଗୁରୁ ରାମଦେବ ୨୦ତମ ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ୨୧ତମ ପ୍ରଭାବଶାଳୀ ଭାରତୀୟ ଭାବରେ ସ୍ଥାନ ପାଇଛନ୍ତି ।  କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ୨୯ତମ ସ୍ଥାନରେ ଥିବାବେଳେ ଆନ୍ଧ୍ରକ୍ୟାଡ଼ର ଆଇଏଏସ୍ ତଥା କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପ୍ରୀତି  ସୁଦାନ ୩୦ତମ, ପ୍ରତିରକ୍ଷା ସଚିବ ଅଜୟ କୁମାର ୩୧ତମ ଓ ସିଡ଼ିଏସ୍ ଜେନେରାଲ ବିପିନ ରାୱତ ୩୨ତମ ସ୍ଥାନରେ ଅଛନ୍ତି । କରୋନା ହେଉ କିମ୍ବା ଅନ୍ୟ ସମୟରେ ରେ ଭାରତୀୟ ସେନାକୁ ସହାର୍ଯ୍ୟ ଦେଇ ଚର୍ଚ୍ଚାରେ ଥିବା ଅକ୍ଷୟ କୁମାର ମଧ୍ୟ ଏହି ପ୍ରଭାବ ଶାଳୀ ତାଲିକାରେ ସାମିଲ ଅଛନ୍ତି।

ସେହିପରି ହିନ୍ଦୁସ୍ତାନ ଖବରକାଗଜ ର ମୁଖ୍ୟ ଶଶୀ ଶେଖର ୪୮ତମ ସ୍ଥାନରେ ଥିବାବେଳେ ୪୯ତମ ସ୍ଥାନରେ ରବୀଶ ଏବଂ ୫୦ ତମ ସ୍ଥାନରେ ଅର୍ଣ୍ଣାବଗୋସ୍ଵାମୀ ରହିଛନ୍ତି।

Spread the love