୧୧ ବର୍ଷର ପିଲାଟିର ୨୦୦ କିଲୋ ଓଜନ ! ମୋଟାପଣ ଯୋଗୁଁ କଟୁଛି ଏପରି ଜୀବନ

ଓଜନ ବୃଦ୍ଧି ହେବା ବର୍ତ୍ତମାନ ସମୟର ସବୁଠାରୁ ବଡ ସମସ୍ୟା । ଏଥିପାଇଁ ସମସ୍ତେ ଜିମ୍ ଯିବାର ରାସ୍ତାକୁ ଆପଣାଇଛନ୍ତି । ବୟସ ବଢିବା ସହ ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ମୋଟାପଣର ଶିକାର ହୁଅନ୍ତି । ବାସ୍ତବରେ, ଯଦି ପିଲାମାନଙ୍କର ଶରୀର ହିସାବରେ ଟିକେ ମୋଟା ଦେଖା ଯାଆନ୍ତି ତେବେ ଏହା ତାଙ୍କୁ ସୁନ୍ଦର କୁହାଯାଏ । କିନ୍ତୁ ଭାବନ୍ତୁ ଯଦି ପିଲାଟି ଅଳ୍ପ ବୟସରେ ଓଜନର ବୃଦ୍ଧି ହେବାର ଶିକାର ହୁଏ, ତେବେ ତାଙ୍କ ପାଇଁ ଅନେକ ସମସ୍ୟା ଦେଖାଯାଏ । ଯଦି ଏହି ଓଜନ ସୀମା ଅତିକ୍ରମ କରେ, ତେବେ ଏହା ଚିନ୍ତାର ବିଷୟ ପାଲଟିଯାଏ । ଇଣ୍ଡୋନେସିଆରୁ ଏପରି ଏକ ମାମଲା ଆସିଛି ଯେଉଁଠାରେ ଏକ ଛୋଟ ପିଲା ତାଙ୍କ ଓଜନ ଯୋଗୁଁ ଚର୍ଚ୍ଚାକୁ ଆସିଛନ୍ତି ।

ତେବେ ଇଣ୍ଡୋନେସିଆର ପଶ୍ଚିମ ଜାଭା ସ୍ଥିତ ଏକ ଛୋଟ ଗାଁର ୫ ବର୍ଷ ପୂର୍ବେ ଜଣେ ବାଳକ ଚର୍ଚ୍ଚାକୁ ଆସିଥିଲେ । ବର୍ତ୍ତମାନ ତାଙ୍କ ଓଜନ ୯ ବର୍ଷ ବୟସରେ ୨୮୦ ପାଉଣ୍ଡରୁ ଅଧିକରୁ ଅଧିକ ଥିଲା । ଆର୍ଯ୍ୟ ପରମାନା ନାମକ ଏହି ପିଲାଟି ବର୍ତ୍ତମାନ ୧୪ବର୍ଷ ବୟସରେ ଇନକ୍ରିଡିବିଲ ୩୦ ତାଲିକାରେ ୧୩ ତମ ସ୍ଥାନ ଅଧିକାର କରିଛନ୍ତି। ବର୍ତ୍ତମାନ ଏହି ବାଳକଟିର ଓଜନ ୮୨ କିଲୋ ଅଛି । କହି ରଖିଛୁ ଯେ ଏହି ବାଳକଟିର ଓଜନ ୧୧ ବର୍ଷ ବୟସରେ ସେହି ଲିଷ୍ଟରେ ତୃତୀୟ ସ୍ଥାନରେ ରହିଥିଲା । ସେହି ସମୟରେ ତାହାର ଓଜନ ୧୯୧ କିଲୋଗ୍ରାମ ଥିଲା ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ଏତେ ମୋଟା ଥିଲେ ଯେ ସେ ଗାଧୋଇବା ସମୟରେ ନିଜକୁ ଧୋଇବାରେ ଅସମର୍ଥ ହେଉଥିଲେ । ସେଥିପାଇଁ ସେ ପୋଖରୀକୁ ଗାଧୋଇବାକୁ ଯାଉଥିଲେ। ଆର୍ଯ୍ୟଙ୍କ ଶରୀର ଏପରି ଥିଲା ଯେ ଯଦି ସେ କିଛି ପାହାଚ ଚାଲନ୍ତି, ତେବେ ସେ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା । ଏହି କାରଣ ପାଇଁ ସେ ସ୍କୁଲ ଯାଇ ପାରୁ ନଥିଲେ । ଏହା ସହ ପିଲାଟି ଶରୀରର ପାଇଁ ଢଙ୍ଗର କପଡା ମିଳେ ନାହିଁ । ପିଲାଟି ଦିନସାରା ଜଙ୍କ ଫୁଡ ଏବଂ ନୁଡୁଲ୍ସ ଖାଇବା ଯୋଗୁଁ ଶରୀରର ଆକୃତି ଏହିପରି ବଢି ଯାଇଥିଲା । ଏହାର କଣ୍ଟ୍ରୋଲ କରିବା ପାଇଁ ନିୟମିତ ବ୍ୟାୟାମ, ଏବଂ ଗ୍ୟାଷ୍ଟ୍ରିକ୍ ବ୍ୟାଣ୍ଡ ଅପରେସନ୍ ହେତୁ ଆର୍ଯ୍ୟ ୩ ବର୍ଷରେ ୨୩୧ ପାଉଣ୍ଡ ଅର୍ଥାତ୍ ୧୦୪ କିଲୋ ହ୍ରାସ କରିଥିଲେ । ପିଲାଟି ତାଙ୍କ ହାତରୁ ଅତିରିକ୍ତ ଚର୍ମକୁ ବାହାର କରିବା ପାଇଁ ଅସ୍ତ୍ରୋପଚାର କରାଯାଇଥିଲା ​​। ବର୍ତ୍ତମାନ ସେ ଦିନକୁ ୩ କିଲୋମିଟର ଚାଲନ୍ତି । ଏହା ବ୍ୟତୀତ ବାସ୍କେଟବଲ୍ ଖେଳବା ସହ ଅନ୍ୟାନ୍ୟ କାର୍ଯ୍ୟ କରନ୍ତି । ସବୁଠାରୁ ବଡ କଥା ହେଉଛି ଲକଡାଉନ୍ ପୂର୍ବରୁ ମଧ୍ୟ ଆର୍ଯ୍ୟ ସ୍କୁଲକୁ ଯିବା ଆରମ୍ଭ କରିଥିଲେ । ଏହା ସହ ସେ କହିଥିଲେ କି ମୁଁ ମୋର ଓଜନ ହ୍ରାସ କରିବା ହେତୁ ବର୍ତ୍ତମାନ ଏହା ଭଲ ବହୁତ ଭଲ ଅନୁଭବ କରୁଛି ।

Spread the love