ବହୁ ପ୍ରେମରେ କଣ୍ଟା ସାଜିଲେ ଶାଶୁ, ମାଉସୀ ଓ ପୁତୁରା କଲେ ହତ୍ୟା

ସଇଁନ୍ତଲା,ପ୍ରେମ କେତେବେଳେ କାହାକୁ ହୁଏ ତାହା କହି ହୁଏ ନାହିଁ l ପ୍ରେମ ରେ ନଥାଏ ବୟସ ସୀମା ନଥାଏ ଜାତି ଭେଦ l ଧୀରେ ଧୀରେ ପ୍ରେମ ବଢ଼ିବାରେ ଲାଗିଥାଏ ତେଣୁ କେତେବେଳେ ସେହି ପ୍ରେମ କଣ୍ଟା ହୁଏ ତାହା ମଧ୍ୟ କାହାକୁ ଜଣା ନ ଥାଏ l ଯୁଗ ବଦଳିବା ସାଙ୍ଗକୁ ବଦଳି ଯାଇଛି ସମ୍ପର୍କ l ତେବେ ବହୂର ପ୍ରେମରେ କଣ୍ଟା ସାଜିଲା ଶାଶୁ ଶେଷରେ ମାଉସୀ ଓ ପୁତୁରା ମିଳିମିଶି କଲେ ହତ୍ୟା କରି ଜଙ୍ଗଲ ଜାଳି ଦେଇଥିଲେ l ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ଗତ ମଙ୍ଗଲବାର ଦିନ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ରେ l ହତ୍ୟା ଘଟଣା କୁ ନେଇ ଆଜି ବଲାଙ୍ଗିର ଏସପି ଙ୍କ ନିର୍ଦେଶକକ୍ରମରେ ଅଭିଯୁକ୍ତ ଙ୍କୁ ହତ୍ୟା କରିଜାଳି ଦେଇଥିବା ଜଙ୍ଗଲ କୁ ନେଇ ସିନରିକ୍ରିଏସନ କଲା ସଇଁନ୍ତଲା ପୁଲିସ l କିଭଳି ଭାବେ ମାଉସୀ ଓ ପୁତୁରା ମିଳି ମିଶି ହତ୍ୟା କଲେ ତାହା ବଖାଣିଥିଲା ଅଭିଯୁକ୍ତ l ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର l

ସୂଚନା ମତେ ଠୂରନୀକାନୀ ଗାଁର ହରି ରଣା ଙ୍କ ସ୍ତ୍ରୀ ନିରୁପମା ରଣା (30) ଙ୍କୁ ଦୀର୍ଘ ବର୍ଷା ବାହା ଘର ପରେ ମଧ୍ୟ ସନ୍ତାନ ଟିଏ ମଧ୍ୟ ହୋଇନ ଥିଲା l ଯାହା ଦ୍ୱାରା ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା ଏବଂ ଘରେ ସନ୍ତାନ ଟିଏ ନ ଥିବା ଯୋଗୁଁ ଚିନ୍ତାରେ ପରିବାର ଲୋକେ ଭାଙ୍ଗି ପଡିଥିଲେ l ସନ୍ତାନ ପାଇଁବା ଆସାରେ ତୁଷୁରା ଥାନା ତରସୁଗୁଡା ଗାଁର ତାରିଣି ଦେବୀ ଙ୍କୁ ପୂଜାର୍ଚନା କରୁଥିବା ଜଗନ୍ନାଥ ରଣା ଙ୍କ ପାଖକୁ ଯାଇ କିଛି ବର୍ଷ ତଳେ ପୂଜାର୍ଚନା କରିଥିଲେ ହେଲେ କୈlଣସି ପ୍ରକାରର ସୁଫଳ ହେଲା ନାହିଁ କିନ୍ତୁ ପୂଜକର ପୁଅଙ୍କ ସହିତ ନିରୁପମା ଙ୍କ ସହ ଗଢି ଉଠି ଥିଲା ପ୍ରେମ l ଧୀରେ ଧୀରେ ପ୍ରେମ ବଢ଼ିବାରେ ଲାଗି ଥିଲା ଏବଂ ମହିଳା ଓ ପୁଅ ଙ୍କ ସହ ଶାରୀରିକ ସଂପକ ମଧ୍ୟ ରହିଥିବା ଜଣାପଡିଛି l ହେଲେ ବହୂ ଙ୍କ ପାଇଁ ଶାଶୁ କଣ୍ଟା ସାଜି ଥିବା ବେଳେ ଜଙ୍ଗଲ ଭିତରେ ହତ୍ୟା କରି ଜାଳିରେ ମାଉସୀ ଓ ପୁତୁରା l ଅଭିଯୁକ୍ତ ଜଣକ ହେଲେ ତୁଷୁରା ଥାନା ତରସୁଗୁଡା ଗାଁର ଜଗନ୍ନାଥ ରଣା ଙ୍କ ପୁଅ ଡୁଲେଶ୍ଵର ରଣା (ରୁନୁ 20) ଏବଂ ଠୂରନୀକାନୀ ଗାଁର ନିରୁପମା ରଣା (30) ଙ୍କ ସହ ମିଳିମିଶି ରତିନି ଙ୍କୁ ହତ୍ୟା କରିଥିବା ସ୍ବୀକାର ମଧ୍ୟ କରିଛନ୍ତି l ପ୍ରକାଶ ଥାଉ କିଯେ,ସଇଁତଲା ବ୍ଲକ ଘୁନସର ପଂଚାୟତ ଦେଢ଼େଲ ଜଙ୍ଗଲ ରୁ ମହିଳା ଙ୍କ ଅର୍ଦ୍ଧ ଦଗ୍ଧ ମୃତ ଦେହକୁ ଗତ ମଙ୍ଗଳବାର ଦିନ ଉଦ୍ଧାର କରିଥିଲା ହେଲେ ଜଙ୍ଗଲ ଭିତରେ ମହିଳା ଙ୍କୁ ଜାଳି ଦେଇ ହତ୍ୟା କରାଯାଥିଲା l ଠୂରନିକାନି ଗାଁର ମହିଳା ଙ୍କ ନାମ ରତିନି ରଣା (55)ବୋଲି ଜଣାପଡିଥିଲା l ଖବର ପାଇବା ପରେ ଘଟଣା ସମ୍ପର୍କରେ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର, ସଇଁତଲା ଥାନା ଅଧିକାରୀ ଅବନି ସାହୁ, ଏଏସଆଇ ଥବୀର ମହାରଣା ସମେତ ପୁଲିସ ପ୍ରଶାସନ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କକରିଥିଲେ l ସକାଳୁ ରତନୀ ତାଙ୍କର କପା ବିଲକୁ ଆସିଥିଲେ ହେଲା ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଆସିବାରୁ ପରିବାର ଲୋକେ ଖୋଜା ଖୋଜି କରିବା ପରେ ଗୋଟିଏ ଦିନ ପରେ ସକାଳୁ ସ୍ଥାନୀୟ ଜଙ୍ଗଲରୁ ତାଙ୍କର ପୋଡା ଜଳା ମୃତ ଦେହ କୁ ଦେଖିବା କୁ ପାଇବା ପରେ ପୁଲିସ କୁ ଖବର ଦେଇଥିଲେ l ପରେ ପୁଲିସ ଆସି ତଦନ୍ତ ଆରମ୍ଭ କରିବା ପରେ ତାଙ୍କ ନିକଟରୁ 2ଟି ଚପଲ, ଗୋଟିଏ ଛୋଟ ଧାରୁଆ ଚକୁ, କିଛି କପଡା ଉଦ୍ଧାର କରିଥିବା ଜଣାପଡିଥିଲା l ଘଟଣାକୁ ନେଇ ଅଂଚଳରେ ଚର୍ଚ୍ଚା ର ବିଷୟ ପାଲଟି ଥିଲା l

 

ତେବେ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିବା ସହ ଘଟଣାସ୍ଥଳରେ ସାଇନଣ୍ଟିକଫିକ ଟିମ ପହଁଚି ତଦନ୍ତ କରିଥିବା ବେଳେ ଘଟଣା ରେ ପରିବାର ଲୋକେ ସାମିଲ ନାହାନ୍ତି ତ ବୋଲି ବିଭିନ୍ନ ମହଲରେ ଅନେକ ଚର୍ଚ୍ଚା ମଧ୍ୟ ଦେଖା ଦେଉ ଥିଲା ଏବଂ ଘଟଣା ଟି ସତ୍ୟ ମଧ୍ୟ ହେଲା l ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ପୁଲିସ ସୂତ୍ରରୁ ସୂଚନାମିଳିଛିl

ଏନେଇ ପରେ ସଇଁନ୍ତଲା ଥାନାରେ ଟିଟିଲାଗଡ ଏସଡିପିଓ ଅଙ୍କିତା କୁମ୍ଭାର ଓ ସ୍ଥାନୀୟ ଥାନାଧିକାରୀ ଅବନୀ ସାହୁ ଙ୍କ ଉପସ୍ଥିତରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଗତ ୨୪ ତାରିଖ ଘୁନସର ପଞ୍ଚାୟତ ସ୍ଥିତ ଯୁବାମାଲ ଜଙ୍ଗଲ ରେ ଜଣେ ମହିଳା ଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ପଡିଥିବା ପୋଲିସ ଖବର ପାଇଁ ଶବ କୁ ଜବତ କରିବା ସହ ଘଟଣା ସମ୍ପର୍କ ରେ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଧେଶ ରେ ଏକ ଟିମ ଗଠନ କରି ଅଧିକ ତଦନ୍ତ ଯାରିରଖିଥିଲା।ତଦନ୍ତ ପରେ ଡୁଲେଶ୍ୱର ରଣା (୨୦) ଓ ନିରୂପମା ରଣା (30)ଦୁଇ ଜଣ ଘଟଣା ରେ ଜଡିତ ଥିବା ଜଣାପଡିବା ସହ କିଛି ବର୍ଷ ତଳେ ନିରୂପମା ତାଙ୍କ ସ୍ଵାମୀ ସହ ସନ୍ତାନ ପ୍ରାପ୍ତି ପାଇଁ ଗୁଡଭେଲା ଅଞ୍ଚଳ ର ଗୋଟିଏ ତାରିଣୀ ମନ୍ଦିର କୁ ଯାଉଥିଲେ ସେଠାରେ ନିରୂପମା ମନ୍ଦିର ପୂଜକ ଙ୍କ ପୁଅ ଡୁଲେଶ୍ୱର୍ ରଣା ଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ପରବର୍ତ୍ତୀ ସମୟରେ ଦୁହିଙ୍କ ଭିତରେ ଅନୌତ୍ୟକ ସମ୍ପର୍କ ସ୍ଥାପନ ହୋଇଥିଲା ଓ ତାଙ୍କ ସମ୍ପର୍କ ବିଷୟରେ ତାଙ୍କ ଶାଶୁ ରତିନି ରଣା ଜାଣିବା ପରେ ନିରୂପମା ଓ ଡୁଲେଶ୍ୱର୍ ଦୁଇଜଣ ମିଶି ରତିନି ଙ୍କୁ ହତ୍ୟା କରିବା ପାଇଁ ଯୋଜନା କରି ହତ୍ୟା କରିଥିବା ଟିଟିଲାଗଡ ଏସଡିପିଓ ଅଙ୍କିତା କୁମ୍ଭାର ସୂଚନା ଦେଇଛନ୍ତି। ପରେ ଦୁଇଜଣ କୁ କୋର୍ଟ ଚାଲାଣ କରାଯାଇଥିଲା।

Spread the love